Posted inଜାତୀୟ

ପଞ୍ଜାବ ଦେଇ କଶ୍ମୀରକୁ ଅସ୍ତ୍ର ଚୋରାଚାଲାଣ କରୁଛି ପାକ୍‌

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ଏବେ ସେଠାରୁ ପଞ୍ଜାବ ଦେଇ କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ହେଉଥିବା ଜଣାପଡିଛି। ଗତବର୍ଷ ଫେବୃୟାରୀରେ ପୁଲ୍‌ଓ୍ବାମା ଆତ୍ମଘାତୀ ଆକ୍ରମଣ ପରେ କଶ୍ମୀରକୁ ଚାଲାଣ ହେଉଥିବା ଅନେକ ଅସ୍ତ୍ର ପଞ୍ଜାବରେ ଜବତ ହୋଇଛି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ପାକିସ୍ତାନରୁ ଚାଇନା ଡ୍ରୋନ୍‌ ଦ୍ୱାରା ପଞ୍ଜାବରେ ଅସ୍ତ୍ର ଓ ଯୋଗାଯୋଗ ଉପକରଣ ପକାଯାଉଛି। ଗତ କିଛିମାସ ମଧ୍ୟରେ ଡ୍ରୋନ୍‌ ଦ୍ୱାରା ୮୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ପକାଯାଇଥିବା ଏକ ସୂତ୍ରରୁ ଜଣାପଡିଛି। ପଞ୍ଜାବ-ଜମ୍ମୁ ସୀମାରେ ଥିବା ଲଖନପୁରରୁ ୧୫ଟି ଏକେ-୪୭ ରାଇଫଲ, ବହୁସଂଖ୍ୟାରେ ପିସ୍ତଲ ଓ ଗୁଳି ଏବଂ ସାଟେଲାଇଟ୍‌ ଫୋନ୍‌ ଜବତ ହୋଇଛି।


All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଥିଲା ଭୟ: ଅମିତ ଶାହ

ଚେନ୍ନାଇ,୧୧।୮: ରାଜ୍ୟ ସଭାରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଭୟ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାମିଲନାଡୁର...

ମଣ୍ଡିରେ ଲାଗିଲା ନିଆଁ: ପୋଡ଼ି ପାଉଁଶ ହେଲା ୧୭୦ ଟନ୍‌ ଗହମ

ଅମ୍ବାଲା,୧୪।୭: ହରିୟାଣାର ଅମ୍ବାଲାସ୍ଥିତ ଖାଦ୍ୟଶସ୍ୟ ମଣ୍ଡିରେ ରବିବାର ଭୋର୍‌ ୪ଟା ୩୦ରେ ନିଆଁ ଲାଗି ପ୍ରାୟ ୧୭୦ ଟନ୍‌ ଗହମ ଜଳି ପାଉଁଶ ହୋଇ ଯାଇଛି।...

୬୩ ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷର ବଜେଟ ତୁଳନାରେ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୨୦।୧: ଦେଶର ୧ ପ୍ରତିଶତ ଧନୀକଙ୍କ ପାଖରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଠୁଳ ହୋଇ ରହିଛି। ଏସବୁ ଧନୀକଙ୍କ ପାଖରେ ଥିବା...

ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ

ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ...

୧୪ ବର୍ଷ ପରେ ଆସିଲା ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ: ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ପ୍ରୟାଗରାଜ,୧୮।୬: ଆଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ୨୦୦୫ ଜୁଲାଇ ୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶୁଣାଣି ହୋଇଛି। ମଙ୍ଗଳବାର ପ୍ରୟାଗରାଜର ସ୍ବତନ୍ତ୍ର କୋର୍ଟ ଏହି ମାମଲାର...

ସମ୍ବିତ୍‌ଙ୍କ ନାଁରେ ମାନହାନି ମାମଲା

କଲ୍ୟାଣ,୧୩ା୫: ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କ ବିରୋଧରେ ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ମାନହାନି ମାମଲା ଦାଏର କରିଛନ୍ତି। ସମ୍ବିତ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ...

ମେ ୧୫ରେ ଖୋଲିବ ବଦ୍ରିନାଥ ମନ୍ଦିର: ୨୭ ଜଣଙ୍କୁ ପ୍ରବେଶ ଅନୁମତି

ଚାମୋଲି,୧୧।୫: ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। ତେବେ ମନ୍ଦିରରେ ପ୍ରବେଶ ପାଇଁ କେବଳ ୨୭ଜଣଙ୍କୁ ଅନୁମତି ମିଳିବ ବୋଲି ସୋମବାର...

ରମଣ ସିଂ ଡାକ୍ତରଖାନାରେ ଭର୍ତ୍ତି

ରାୟପୁର, ୨୪।୭: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ରମଣ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗୁରୁଗ୍ରାମର ଏକ...

Leave a comment

Your email address will not be published. Required fields are marked *