Posted inଖେଳ

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଜନ୍ମଦାତା ଜନଶନଙ୍କ ମୃତ୍ୟୁ

ଷ୍ଟକ୍‌ହାମ, ୫।୬(ଏପି): ୟୁରୋପିଆନ ଫୁଟ୍‌ବଲର ପୂର୍ବତନ ସଭାପତି ଲିନ୍ନାର୍ଟ ଜନଶନଙ୍କ ୮୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୧୭ ବର୍ଷର କାର୍ଯ୍ୟକାଳରେ ଚାମ୍ପିୟନ୍ସ ଲିଗ୍‌ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। କିଛିଦିନ ଧରି ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବିଡେନ୍‌ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ କୁହାଯାଇଛି। ଜନଶନ ସର୍ବକାଳୀନ ଅନ୍ତର୍ଜାତୀୟ ଫୁଟ୍‌ବଲ ମୁଖ୍ୟ ଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ବିଡେନ୍‌ ଖେଳାଳିଙ୍କ ଅନ୍ତର୍ଜାତୀୟ ଫୁଟ୍‌ବଲରେ ଏତେ ପ୍ରଭାବ ନାହିଁ। ତାଙ୍କୁ ୟୁଫା ସଭାପତି ଓ ଉପସଭାପତି ଭାବେ ସମ୍ମାନ ଦିଆଯାଏ ବୋଲି ସ୍ବିଡିଶ୍‌ ଫୁଟ୍‌ବଲ ଆସୋସିଏଶନ ସଭାପତି କାର୍ଲ ଇରିିକ ନିଲସନ କହିଛନ୍ତି। ୟୁରୋପିଆନ କପ୍‌ ଟୁର୍ନାମେଣ୍ଟକୁ ହଟାଇ ଚାମ୍ପିୟନ୍ସ ଲିଗ୍‌କୁ ଆଣିବା ତାଙ୍କ ନିଷ୍ପତ୍ତି ଥିଲା। ଏହା ୟୁଫାର ବଡ଼ ସଫଳତା। ଏହା କ୍ଲବ ଫୁଟ୍‌ବଲ ଇତିହାସରେ ସବୁଠାରୁ ବଡ଼ ଟୁର୍ନାମେଣ୍ଟ, ଯାହାକୁ ସମଗ୍ର ବିଶ୍ୱରେ ଦେଖନ୍ତି। ପ୍ରାୟ ୨୦୦ ଦେଶରେ ଟୁର୍ନାମେଣ୍ଟ ପ୍ରସାରଣ ହେଉଛି। କିନ୍ତୁ ଜନଶନ ସର୍ବଦା ରେଫରିଙ୍କ ସହାୟତା ଲାଗି ଟେକ୍‌ନୋଲୋଜି ବ୍ୟବହାରକୁ ବିରୋଧ କରୁଥିଲେ। ସେ କହୁଥିଲେ ଫୁଟ୍‌ବଲ ଏକ ମଣିଷ ଖେଳ, ରୋବଟଙ୍କ ନୁହେଁ।


All Right Reserved By

Posted inଖେଳ

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ...

‘ ମୋ ସମୟରେ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି’

ଦୁବାଇ, ୨|୮-ମୋ ସମୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି, ମୋ ମନରେ ବର୍ତ୍ତମାନ ଏ ବିଷୟ ଉଙ୍କି ମାରୁଛି। ଏକଥା କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟ...

୨ ଫିଜିକାଲ ଏଜୁକେଶନ କଲେଜରୁ ସ୍ବୀକୃତି ପ୍ରତ୍ୟାହାର: ଅନ୍ଧାରରେ ଖେଳ ଶିକ୍ଷକଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୨।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ଖେଳ ଭିତ୍ତିଭୂମି ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ଖେଳ ଭିତ୍ତିଭୂମିକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏବେ ଦେଶର ଅଘୋଷିତ...

ଆଇସିସି ବିଶ୍ୱକପ୍‌: ଅସମ୍ଭବ ଫଳାଫଳ ଲକ୍ଷ୍ୟରେ ପାକିସ୍ତାନ

ଲଣ୍ଡନ,୫।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୂର୍ବତନ ଚାମ୍ପିୟନ ପାକିସ୍ତାନ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ଭେଟିବାକୁ ଯାଉଛି। ସେମିଫାଇନାଲରେ ପହଞ୍ଚିବା ପାକିସ୍ତାନ ପାଇଁ...

ସ୍ବତନ୍ତ୍ର କ୍ଲବରେ ରୋହିତ-ଧାଓ୍ବନ

ଲଣ୍ଡନ,୯ା୬: ଭାରତୀୟ କ୍ରିକେଟ ଦଳର ଓପ୍‌ନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ବନ ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଯୋଡ଼ି...

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି।...

ଫୁଟ୍‌ବଲ ଖେଳୁଥିବା ଗାଈ ଭିଡିଓ ଭାଇରାଲ

ପଣଜୀ,୩।୭(ଏଏଫ୍‌ପି)- ଗୋଆରେ କ୍ରିକେଟ ଅପେକ୍ଷା ଫୁଟ୍‌ବଲର ଲୋକପ୍ରିୟତା ଅଧିକ। ଏହା କାହାକୁ ଅଜଣା ନାହିଁ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ...

ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌: ଓପନରେ ପ୍ରତ୍ୟୁଷ, ବାଳିକାରେ ଶ୍ରଦ୍ଧା ଚାମ୍ପିୟନ

କଟକ ଅଫିସ,୧୫ା୭- ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି । ୭ ରାଉଣ୍ଡ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *