ଠିକାଦାରଙ୍କୁ ବିଏମ୍‌ସିର ସ୍ବଚ୍ଛତା, ସମୃଦ୍ଧି ମନ୍ତ୍ର

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ବୁଧବାର ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସମ୍ପୃକ୍ତ ୫୦ଜଣ ଠିକାଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ବିଏମ୍‌ସିର ମୁଖ୍ୟ ପ୍ରଶାସକ ସଂଗ୍ରାମ୍‌ଜିତ୍‌ ନାୟକ ଅଧ୍ୟକ୍ଷତା କରି ଠିକାଦାରମାନଙ୍କୁ କାର୍ଯ୍ୟରେ ସ୍ବଚ୍ଛତା ସହ ବିକାଶର ମନ୍ତ୍ର ଶୁଣାଇଥିଲେ। ଠିକାଦାର ଓ ପ୍ରଶାସକିକ ଅଧିକାରୀମାନେ କିପରି ସମନ୍ବୟ ରକ୍ଷା କରି ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବେ ସେସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଲେ, କାର୍ଯ୍ୟ କରୁଥିବା ପ୍ରତି ଠିକାଦାର ଭୁବନେଶ୍ୱର ମହାନଗର ନିଗମାଞ୍ଚଳ ବିକାଶର ମାଇଲ୍‌ ଖୁଣ୍ଟ। ଉଚିତ ସମୟରେ କାର୍ଯ୍ୟାଦେଶ ପାଇବା, କରୁଥିବା କାର୍ଯ୍ୟର ବିଭିନ୍ନ ସୂଚକକୁ ଜାଣିବା, ସମୟ ଉପଯୋଗୀ ଏବଂ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ତଥା ଚୁକ୍ତିନାମା ଅନୁସାରେ ନିଜ କାର୍ଯ୍ୟର ପ୍ରାପ୍ୟ ପାଇବାକୁ ଉଭୟ ପକ୍ଷ ନିଶ୍ଚିତ କରିବା ଦରକାର। ପ୍ରତି କାର୍ଯ୍ୟରେ ସ୍ବଚ୍ଛତା ଓ ଶୃଙ୍ଖଳା ରକ୍ଷା ଗୁରୁତ୍ୱପୂର୍ଣ୍ଣ। କୌଣସି ବି ଠିକାଦାର ପାଇଥିବା କାର୍ଯ୍ୟକୁ ସବ୍‌ଲେଟ୍‌ ନ କରିବାକୁ ସେ ପରାମର୍ଶ ଦେବା ସହ ସମ୍ପୃକ୍ତ ଇଞ୍ଜିନିୟର ଓ ଅଧିକାରୀମାନେ ଏହା ଉପରେ ସତର୍କ ରହିବାକୁ କହିଥିଲେ। ଏପରିକି କାର୍ଯ୍ୟ ସରିବା ପରେ କାର୍ଯ୍ୟସ୍ଥଳରେ ବଳକା ଗୋଡ଼ି, ବାଲି, ପଥର ଆଦି ନ ଛାଡ଼ିବା ଓ ବିଲ୍‌ ପାସ୍‌ ପରେ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ନ ନେବାର ଆଚରଣକୁ ନେଇ ପ୍ରଶାସନ ନାୟକ କ୍ଷୋଭ ପ୍ରକାଶ କରିବା ସହ ଏହା ଏକ ଅପରାଧ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗ ଡ଼୍ୟାସ୍‌ ବୋର୍ଡ଼ ମାଧ୍ୟମରେ ପ୍ରତି କାର୍ଯ୍ୟର ନିୟମିତ ତଥା ତ୍ୱରିତ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶନାମା ଦେବା ଉଚିତ। କୌଣସି କାରଣରୁ କାର୍ଯ୍ୟ ହୋଇପାରୁ ନ ଥିଲେ କିମ୍ବା କାର୍ଯ୍ୟର ମାନଦଣ୍ଡ ପ୍ରକଳ୍ପ ଅନୁଯାୟୀ ହେଉ ନ ଥିଲେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନାୟକ କହିଛନ୍ତି।
ସିଟି ଇଞ୍ଜିନିୟର୍‌ ଦେବସୁନ୍ଦର ମହାପାତ୍ର କହିଲେ, ୨୦୧୭ ପରଠାରୁ ବିଏମ୍‌ସିରେ ସ୍ବତନ୍ତ୍ର ୱାର୍ଡ଼ ବଜେଟ୍‌ ସହ ୱାର୍ଡ଼ୱାରୀ ବିକାଶ କାର୍ଯ୍ୟର ବିଧିବଦ୍ଧ ନଥିକରଣ ହୋଇଆସୁଛି। ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଲେ, ବିଏମ୍‌ସିରେ କାମ କରୁଥିବା ପ୍ରତ୍ୟେକ ଠିକାଦାର ଜଣେ ଜଣେ ପ୍ରଗତିସାଥୀର ଭାବନା ନେଇ ନିଜ କାର୍ଯ୍ୟକୁ ଗୁଣାତ୍ମକ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତୁ। କୌଣସି କାର୍ଯ୍ୟ ବା ଫାଇଲ୍‌ର ପେମେଣ୍ଟଜନିତ ଜଟିଳତା ଦେଖାଦେଲେ ତାହାକୁ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର କହିଥିଲେ। ବୈଠକରେ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଡ଼େପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ, ଡ଼େପୁଟି କମିଶନର (ୱେଲ୍‌ଫେୟାର) ସଂଘମିତ୍ରା ବେହେରା, ଡ଼େପୁଟି କମିଶନର (ପ୍ରତିଷ୍ଠାନ ପରିଚାଳନା) ସରିତା ଧନୱାର୍‌ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ ଅମ୍ଫନ୍‌ ଦୁର୍ବଳ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଉପର ମୁହାଁ ହୋଇଛି।...

ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ: ଫାଟି ରାଜମିସ୍ତ୍ରୀଙ୍କ ଜୀବନଗଲା

ପାରାଦୀପ, ୧୧।୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଅଠରବାଙ୍କି ଲକପଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାୟଳରେ ସୋମବାର ସକାଳେ ମୋବାଇଲ ଫାଟି ଜଣେ ରାଜମିସ୍ତ୍ରୀଙ୍କ...

ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି...

ଓଏଏସ୍‌ ପରୀକ୍ଷା: ଶାରଦାପ୍ରସନ୍ନଙ୍କୁ ୧୫ ର଼୍ୟାଙ୍କ

ଓଡ଼ାପଡ଼ା,୭।୧(ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଧୀନ ଓଡ଼ାପଡ଼ା ଗ୍ରାମର ଶାରଦା ପ୍ରସନ୍ନ ପଣ୍ଡା ସମଗ୍ର ରାଜ୍ୟରେ ୧୫ନଂ....

ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନ୍‌ଶିପ୍‌ : ସୁଦର୍ଶନଙ୍କୁ ‘ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ’

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରେ ଅନୁଷ୍ଠିତ ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନଶିପ୍‌ ୨୦୧୯ରେ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ ଜିତି...

ବିଜେପୁର ଉପନିର୍ବାଚନ: ୩୦ରେ ବିଜେଡିର ନାମାଙ୍କନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଏଡିଏମ୍‌ଓ, ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା

କର୍ଲାମୁଣ୍ଡା, ୨୧।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜନୈକା ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ପଞ୍ଚାୟତ ପ୍ରତିନିଧି ଓ...

କରୋନା ସନ୍ଦିଗ୍ଧଙ୍କୁ ମାଗଣାରେ ମିଳିବ ମାସ୍କ, ସାନିଟାଇଜର

ଭୁବନେଶ୍ୱର,୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ଲୋକସେବା ଭବନରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। ବୈଠକ ଶେଷ...

Leave a comment

Your email address will not be published. Required fields are marked *