ମଧୁମେହ ସହ ଏସବୁ ରୋଗ ଲାଗି ଉପକାରୀ ଛତୁ

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହାସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ କମ୍‌ କରିଥାଏ। ତେବେ ସବୁ ପ୍ରକାର ଛତୁ ଖିଆଯାଇ ନ ଥାଏ। କାରଣ ଏଥିରୁ କିଛି ବିଷ ମଧ୍ୟ ହୋଇଥାଏ। ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଲୋକଙ୍କ ଲାଗି ଏହା ବରଦାନ ସଦୃଶ। ଏହାସହ ହୃଦ୍‌ଘାତ ଲାଗି ମଧ୍ୟ ଲାଭକାରୀ ହୋଇଥାଏ। ତେବେ ଜାଣନ୍ତୁ ଛତୁର କେତେକ ଉପକାରୀ ଗୁଣ ସମ୍ପର୍କରେ…

ଛତୁରେ ଆଣ୍ଟି କ୍ୟାନ୍‌ସର ଗୁଣ ରହିଥାଏ। ତେଣୁ ଏହାକୁ ଖାଇବା ଫଳରେ କ୍ୟାନ୍‌ସର ଆଶଙ୍କା କମ୍‌ ହୋଇଥାଏ।

ଏଥିରେ କମ୍‌ ପରିମାଣର କ୍ୟାଲୋରି ରହିଥିବାରୁ ଓଜନ କମ୍‌ ହୋଇଥାଏ। ଏହାକୁ ଖାଇବାର ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ।

ଏହା ହୃଦ୍‌ଘାତ ସହିତ ହାଡ଼ ଲାଗି ମଧ୍ୟ ଉପକାରୀ ହୋଇଥାଏ ।

ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଛତୁ ଉପକାରୀ ହୋଇଥାଏ । ଏଥିରେ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥିବାରୁ ଏହା ରକ୍ତରେ ସୁଗାର ମାତ୍ରା କମ୍‌ କରିଥାଏ।


All Right Reserved By Dharitri.Com

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା...

ପ୍ରତିଦିନ ମାତ୍ର ୧ ଘଣ୍ଟା ହସନ୍ତୁ,ମିଳିବ ଏହିସବୁ ଫାଇଦା

ହସିବାକୁ ଅନେକ ରୋଗର ମହୌଷଧି ବୋଲି କୁହାଯାଏ। ହସିବା ଦ୍ୱାରା ଶରୀରର ମାଂସପେଶୀ, ଚକ୍ଷୁ, ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ୟୁନିଭରସିଟି ଅଫ୍‌ ମେରିଲାଣ୍ଡ୍‌ଠାରେ...

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି…

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା...

ଲାଲ ଲଙ୍କାରୁ ତିଆରି ଔଷଧ ମେଦ ହ୍ରାସ କରିବ

ମୋଟାପଣ ଏକ ଶାରୀରିକ ସମସ୍ୟା, ଯାହାକୁ ନିୟନ୍ତ୍ରଣରେ ରଖି ନ ପାରିଲେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ମୋଟାପଣ ନିଜ ସହ ମଧୁମେହ, ଆଣ୍ଠୁ...

ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା

ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି...

୨ ବର୍ଷର କମ୍‌ ଶିଶୁଙ୍କୁ ଫଳ ରସ ଦେଉଛନ୍ତି କି, ତାହେଲେ ହୋଇଯାଆନ୍ତୁ ସାବଧାନ

ଫଳ ରସ ପିଇବା ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃ୍‌ଦ୍ଧ ଯାଏଁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାଦ୍ୱାରା ଜରୁରୀ ପୋଷକ ତତ୍ତ୍ୱ ମିଳିବା ସହ...

ଲାଭଦାୟକ ପିଆଜ ଚୋପା: ଅନେକ ରୋଗରୁ ଦେଇଥାଏ ମୁକ୍ତି

ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା...

ଶୀତଦିନେ ଆଜ୍‌ମାରୁ ଦୂରେଇ ରହିବେ କିପରି…

ଶୀତଦିନେ ପରିବେଶ ଥଣ୍ଡା ରହିବା ଯୋଗୁ କେତେକଙ୍କଠାରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଚିକିତ୍ସକମାନେ ଆଜ୍‌ମା ସମସ୍ୟା ବୋଲି କହିଥାନ୍ତି। ଏଥିପାଇଁ ଔଷଧ ଖାଇବାକୁ...

Leave a comment

Your email address will not be published. Required fields are marked *