ମିଥ୍ୟା ମାମଲାରେ ପୁଅକୁ ଫସାଇବା ଉଦ୍ୟମ: ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ମା’

ବ୍ରହ୍ମପୁର ଅଫିସ,୧୨।୨: ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଆସି ଜଣେ ମା’ ଦେହରେ କିରୋସିନ ଢାଳି ନିଆଁ ଲଗାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ପରିସରରେ ମିନାକ୍ଷୀ ମିଶ୍ର ନାମକ ଜଣେ ମହିଳା ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଠାରେ ଏସ୍‌ପି କୌଣସି କାମରେ ବ୍ୟସ୍ତ ଥିବାରୁ ତାଙ୍କୁ ମିନାକ୍ଷୀ ଭେଟି ପାରି ନ ଥିଲେ। ଜଣେ ଏଏସ୍‌ପିଙ୍କ ଠାରୁ ଉଚିତ ନ୍ୟାୟ ନ ପାଇ ମିନାକ୍ଷୀ ଏକ ବ୍ୟାଗରେ ଧରିଥିବା କିରୋସିନ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ତାଙ୍କ ଶରୀରର ଶତକଡା ୯୫ ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି। ସେଠାରେ ଡାକ୍ତର ମିନାକ୍ଷୀଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ (ଡାଇଙ୍ଗ ଡିକ୍‌ଲାରେସନ )ନେଇଛନ୍ତି। ଏମ୍‌କେସିଜି ମେଡିକାଲରେ ବର୍ଣ୍ଣ ୟୁନିଟ୍‌ ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ ।
ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମେଡିକାଲରେ ପହଞ୍ଚି ଡାକ୍ତରଙ୍କଠାରୁ ମିନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏସ୍‌ପି କହିଛନ୍ତି ସେ ଏକ କାମରେ ବ୍ୟସ୍ତ ଥିବାରୁ ମିନାକ୍ଷୀ ଏଏସପିଙ୍କୁ ଭେଟିଥିଲେ। ଏଏସ୍‌ପି ଘଟଣାର ସଠିକ ତଦନ୍ତ କରାଯିବ ବୋଲି କହିଥିଲେ। ସେଠାରୁ ଫେରି ସେ ଏକ ବ୍ୟାଗ ଭିତରେ ରଖିଥିବା କିରୋସିନ ଦେହରେ ଢାଳି ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି।
ସୂଚନାଯୋଗ୍ୟ ଗତ ଜାନୁୟାରୀ ୨୮ରେ ୧୦ ରୁ ୧୨ ଅପରାଧୀ ମିନାକ୍ଷୀ ମିଶ୍ରଙ୍କ ଘରେ ପଶି ତାଙ୍କ ପୁଅ ରାଜାଙ୍କୁ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଜଣେ ନାବାଳକଙ୍କୁ ଧରି ଜେଜେବି କୁ ପଠାଇଥିଲା। ପରେ ଆଉ ୩ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପଟେ ରାଜାଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିବାରୁ ତାଙ୍କୁ ମଧ୍ୟ ପୋଲିସ ଉପଯୁକ୍ତ ପ୍ରମାଣ କୁ ଆଧାର କରି ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି ଏସ୍‌ପି ମିଶ୍ର କହିଛନ୍ତି। ରାଜାଙ୍କ ନାମରେ ୭ ଟି ମାମଲା ରହିଥିବା ଏସପି କହିଛନ୍ତି। ଅନ୍ୟପଟେ ପୋଲିସ କିଛି ପ୍ରଭାବଶାଳୀ ଲୋକଙ୍କ କଥାରେ ପଡ଼ି ମୋ’ ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି ମିନାକ୍ଷୀ ମିଶ୍ର କହିଥିଲେ। ଏହାର ପ୍ରତିବାଦ କରିବାରୁ ପୋଲିସ ଧମକଚମକ ଦେଇଥିଲା ବୋଲି ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମିନାକ୍ଷୀ କହିଥିଲେ। ନ୍ୟାୟ ନ ମିଳିଲେ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ।


All Right Reserved By Dharitri.Com

ନିଯୁକ୍ତି ଦାବିରେ ଲୋଡିଂ ବନ୍ଦ କଲେ ସ୍ଥାନୀୟବାସିନ୍ଦା: ପୋଲିସ ପକ୍ଷରୁ ଲାଠି ଚାର୍ଜ ଅଭିଯୋଗ

କେନ୍ଦୁଝର,୨୨।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ବ୍ଲକ ନୂଆଗାଁ ପଞ୍ଚାୟତ ଗୁହାଲଡିହି ସାଇଡିଂରେ ନିଯୁକ୍ତି ଦାବିରେ ଶୁକ୍ରବାର ସ୍ଥାନୀୟଲୋକେ କାରଖାନାକୁ ଟ୍ରକରେ ହେଉଥିବା ଲୋଡିଂକୁ ବନ୍ଦ କରିଛନ୍ତି। ସାମାଜିକ...

କରୋନା କର୍ନର, ଆଇସୋଲେଶନ୍‌ ୱାର୍ଡ ବାଧ୍ୟତାମୂଳକ

ଅନୁଗୋଳ ଅଫିସ୍‌, ୧୮।୩ – କରୋନା ଭୂତାଣୁ କୋଭିଡ୍‌-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

କୁଜଙ୍ଗରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଜଗତ୍‌ସିଂହପୁର ଅଫିସ୍‌,୩ା୧୨: ଜିଲା ପ୍ରଶାସନ ପକ୍ଷରୁ ସୋମବାର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ...

ରେଭେନ୍‌ଶାରେ ଲୋକପ୍ରିୟ ନାଁ ‘ବୋପା’,୬୨ ବର୍ଷ ହେବ ବିକୁଛନ୍ତି ପାଉଁରୁଟି

କଟକ ଅଫିସ,୪ା୧୨:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ‘ବୋପା’ ନାମ ସହ ଅନେକେ ପରିଚିତ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଧ୍ୟାପିକାଅଧ୍ୟାପକମାନେ ମଧ୍ୟ ତାଙ୍କୁ ସେହି ନାମରେ ଡାକନ୍ତି। ଏଠାରେ ଶିକ୍ଷାଲାଭ...

ଅସଜଡ଼ା ଭିତ୍ତିଭୂମିରେ ଚାଲିଛି ଶିକ୍ଷାଦାନ

ବ୍ରହ୍ମଗିରି,୨୨ା୮(ଡି.ଏନ.ଏ): ବ୍ରହ୍ମଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହିି ବ୍ଲକ ଅନ୍ତର୍ଗତ କାଣ୍ଡୋଗଦା ପଞ୍ଚାୟତର ମୁଣ୍ଡାଳ ଗ୍ରାମସ୍ଥିତ ମୁଣ୍ଡାଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟ...

ସୁପାରିକିଲର ମାମୁଦ ଏନଏସ୍‌ଏରେ ଭର୍ତ୍ତି: ୧୪ଟି ଅପରାଧ ସହ ସମ୍ପୃକ୍ତ

ବାଲେଶ୍ୱର ଅଫିସ,୧୩।୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ଅଞ୍ଚଳର ସୁପାରିକିଲର ସେକ ମାମୁଦ (୨୪)ଙ୍କୁ ଜିଲା ମାଜିଷ୍ଟ୍ରେଟ୍‌ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅନୁମୋଦନକ୍ରମେ ଗୁରୁବାର...

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟ୍‌କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୨୪।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଓଡ଼ିଶାରେ...

Leave a comment

Your email address will not be published. Required fields are marked *