ବିକ୍ରି ହେଲାନି ଧାନ: ରାସ୍ତା ଉପରେ ଗଦାକଲେ ଚାଷୀ

ବରଗଡ଼ ଅଫିସ,୧୨।୨: ବରଗଡ଼ ଜିଲାରେ ଏବେ ମଧ୍ୟ ଖରିଫ ଧାନ ବିକ୍ରି ସମସ୍ୟା ଦୂର ହୋଇ ପାରିନାହିଁ। ଟୋକନ ନ ମିଳିବାରୁ ଜିଲାର ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରିନାହାନ୍ତି। ଏହି କାରଣ ଯୋଗୁ ଜିଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର, ବିଜାଢ଼ୋଲ, ଡଭା, ଛୋଟ ଅନକି, କନ୍ଦାଡଙ୍ଗର, କୁସମଦର୍ହା ଆଦି ଗ୍ରାମର ୧୯୧ ଜଣ ଚାଷୀ ସେମାନଙ୍କ ଅମଳ ଧାନ ବିକ୍ରିରୁ ବଞ୍ଚିତ ଅଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ବୁଧବାର ଉପରୋକ୍ତ ଗ୍ରାମର ଚାଷୀମାନେ ଡଭା ଗ୍ରାମ ରାସ୍ତା ଉପରେ ଧାନ ଗଦା କରିଛନ୍ତି। ଫଳରେ ଝାରବନ୍ଧ-ଡଭା, ଝାରବନ୍ଧ-ଛତିଶଗଡ଼ ଏବଂ ଝାରବନ୍ଧ-ନୂଆପଡା ରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ଅଶୋକ ସାହୁ, ଭାଗବତିଆ ପଟେଲ, ଭୁବନାନନ୍ଦ ନାଏକ ପ୍ରମୁଖ ଏହାର ନେତୃତ୍ୱ ନେଇଥିବାବେଳେ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି।


All Right Reserved By Dharitri.Com

ଅଜଗର ଉଦ୍ଧାର

ଠାକୁରମୁଣ୍ଡା,୨୬ା୭(ଡି.ଏନ୍‌.ଏ.)- ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତର ଗମ୍ଭାରୀଆ ଗ୍ରାମରୁ ବନବିଭାଗ ଏକ ଅଜଗର ଉଦ୍ଧାର କରିଛି। ଶୁକ୍ରବାର ଭରାଣ୍ଡିହା ସମିତି ସଭ୍ୟ...

ଛତିଶଗଡ଼, ଓଡ଼ିଶା ସୀମାନ୍ତରେ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଜାତୀୟ ନିରାପତ୍ତା ପରାର୍ମଶଦାତା କେ. ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ ଏବଂ...

ଛାତ୍ରୀଙ୍କୁ ଦୁର୍ବ୍ୟବହାର, ଅଧ୍ୟାପକ ଅଟକ

ରାସଗୋବିନ୍ଦପୁର,୧୪ା୯(ଡି.ଏନ.ଏ) – ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜନୈକା ଆଦିବାସୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା...

ଘର ପାଇଁ ୭ ବର୍ଷ ହେଲା ପ୍ରଶାସନ ନିକଟକୁ ଦୌଡୁଛନ୍ତି ବୃଦ୍ଧ

ନବରଙ୍ଗପୁର,୨୩।୭(ବି.ପ୍ର.)- ୭ ବର୍ଷ ତଳେ ନିଆଁ ଲାଗି ଘର ଜଳିଗଲା। ଯେଉଁ ଭଙ୍ଗା ଦଦରା ଘର ଖଣ୍ଡେ ଥିଲା ତାହା ବର୍ଷାରେ ଭାଙ୍ଗିଗଲା। ଘର ଖଣ୍ଡିଏ...

ବନ୍ଦ ହେବ କଲେଜ, ଡିଆରଡିଏ ଛକ: ଛତ୍ରପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଭେଇକିଲ୍‌ ଅଣ୍ଡରପାସ୍‌

ଛତ୍ରପୁର,୧୮ା୯(ଡି.ଏନ.ଏ.)-ଛତ୍ରପୁର କଲେଜ ଓ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ା ଏହା ପୋଲିସ, ପ୍ରଶାସନ ଓ ଆରଟିଓ କାର୍ଯ୍ୟାଳୟ...

ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା

ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର...

ତୁଳସୀପତ୍ରରୁ ତେଲ ଉତ୍ପାଦନ

ନବରଙ୍ଗପୁର,୨୦ା୩(ବି.ପ୍ର) – ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ତୁଳସୀ ପତ୍ରରୁ ତେଲ ଉତ୍ପାଦନ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି...

ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ‘ଗୁରୁ, ଶିଷ୍ୟଙ୍କ ସମ୍ମିଳିତ ଉଦ୍ୟମରେ ଅନୁଷ୍ଠାନର ବିକାଶ ହୋଇଥାଏ’

ଚଣ୍ଡିଖୋଲ,୧୩ା୮(ଡି.ଏନ୍‌.ଏ.)- ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଟା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା...

Leave a comment

Your email address will not be published. Required fields are marked *