ଜନସାଧାରଣ ଶାନ୍ତି ଚାହାନ୍ତି, ହିଂସା ନୁହେଁ: ନିଶିକାନ୍ତ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଅରବିନ୍ଦ କେଜ୍‌ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ତୃତୀୟଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ସଫଳତା ପାଇଛି। ଦିଲ୍ଲୀ ବ୍ୟତୀତ ପଞ୍ଜାବ, ହରିୟାଣା, ଗୋଆ ଭଳି ରାଜ୍ୟରେ ଦଳର ସଙ୍ଗଠନ ରହିଛି। ଓଡ଼ିଶାରେ ମଧ୍ୟ ଦଳ କାର୍ଯ୍ୟ କରୁଛି। ନିର୍ବାଚନୀ ରାଜନୀତିରେ ଦଳ ସଫଳତା ପାଇ ନାହିଁ। ହେଲେ ରାଉରକେଲା, ବଲାଙ୍ଗୀର, ନୟାଗଡ଼, ରାୟଗଡ଼ା, ଭୁବନେଶ୍ୱରରେ ଦଳ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ଆନ୍ଦୋଳନ ଜାରି ରଖିଛି। ଦିଲ୍ଲୀ ବିଜୟରେ ଓଡ଼ିଶାର ଏଏପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ମଙ୍ଗଳବାର ଫଳାଫଳ ପ୍ରକାଶ ପରେ ରାଜଧାନୀରେ ଥିବା ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। ଏଏପି କର୍ମୀମାନେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆଇଥିଲେ। ରାଜ୍ୟରେ ଏଏପିର ଆବାହକ ଥିବା ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ, ଜନସାଧାରଣ ଲୋକ ପ୍ରତିନିଧିଙ୍କୁ ସେମାନଙ୍କ ସେବା ପାଇଁ ଭୋଟ ଦିଅନ୍ତି। ଅରବିନ୍ଦ କେଜ୍‌ରିୱାଲଙ୍କୁ ମିଳିଥିବା ବହୁମତ ଦିଲ୍ଲୀବାସୀଙ୍କ ଉନ୍ନତି ପାଇଁ ଲଗାଗଲା। ଧର୍ମ,ଜାତିଗତ ବିଦ୍ୱେଷରେ ସେମାନଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରାଗଲା ନାହିଁ। ମୌଳିକ ଆବଶ୍ୟକତା(ବିଜୁଳି,ପାଣି, ସ୍ବାସ୍ଥ୍ୟ,ଶିକ୍ଷା)କୁ ଗୁରୁତ୍ୱ ଦିଆଗଲା। ତେଣୁ ଦିଲ୍ଲୀର ବିକାଶ ମଡେଲକୁ ପୁନର୍ବାର ଶାସନର ସୁଯୋଗ ମିଳିଥିବା ନିଶିକାନ୍ତ କହିଛନ୍ତି। ଦେଶରେ ଦେଖାଯାଇଥିବା ଅରାଜକତା ଏବଂ ଭାଜପାର ଅହଂକାର ବିରୋଧରେ ସାଧାରଣଜନତାଙ୍କ ସମର୍ଥନରେ ଲଢି ହୁଏ, ତାହା ପ୍ରମାଣିତ ହୋଇଯାଇଛି। ଜନସାଧାରଣ ଶାନ୍ତି ଚାହାନ୍ତି, ହିଂସା ନୁହେଁ ବୋଲି ଏଏପି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ନିର୍ବାଚନରେ ରାଜ୍ୟରୁ ବହୁତ ଏଏପି କାର୍ଯ୍ୟକର୍ତ୍ତା ପ୍ରଚାରରେ ନିୟୋଜିତ ହୋଇଥିଲେ। ଦିଲ୍ଲୀରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଏଏପି ସପକ୍ଷରେ ମନାଇବା ପାଇଁ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଜଣାପଡିଛି। ଏହି ବିଜୟ ଆଗାମୀ ଦିନରେ ଓଡ଼ିଶାରେ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବ ବୋଲି ନିଶିକାନ୍ତ କହିଛନ୍ତି।


All Right Reserved By Dharitri.Com

ଫାଇଲିନ୍‌କୁ ପୂରିଲା ୬ ବର୍ଷ : ମନେପଡ଼ିଲେ ଥରିଉଠେ ଛାତି

ଛତ୍ରପୁର,୧୨ା୧୦(ଡି.ଏନ.ଏ)-୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ...

ଲିନ୍ସଲରୀ ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ

ବଅଁରପାଳ,୨୪ା୧(ଡି.ଏନ.ଏ.) ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂତନ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସି ଗୁରୁବାର ନାଲ୍‌କୋ ସ୍ମେଲଟର ଓ ପାୱାର ପ୍ଲାଣ୍ଟର...

କରୋନା: ସ୍ବଚ୍ଛତା ହିଁ ପ୍ରତିଷେଧକ

କରୋନା ଏକ ଆର୍‌ଏନ୍‌ଏ ଭୂତାଣୁ, ଏଚ୍‌ଆଇଭି ଭଳି। ଏହିପରି ଭୂତାଣୁ ଶରୀରର ପ୍ରତିରୋଧକ ଶକ୍ତିକୁ ଅକାମୀ କରି କାୟା ବିସ୍ତାର କରେ ଓ ମଣିଷର ଶ୍ୱାସକ୍ରିୟାକୁ...

କର୍ଲାମୁଣ୍ଡା ବ୍ଲକ: ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

କର୍ଲାମୁଣ୍ଡା,୯।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବୁଧବାର...

ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା

ସାକ୍ଷୀଗୋପାଳ, ୧୫ା୭ (ଡି.ଏନ.ଏ./ସ୍ବ.ପ୍ର.): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ବଜାର ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଛି ଟ୍ରିପଲ ମର୍ଡର। ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ...

ଲକ୍ଷ୍ୟରୁ ଦୂରେଇଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର

ବାରଙ୍ଗ,୩।୮(ଡି.ଏନ୍‌.ଏ.): ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ରହିଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର। ଏହି କେନ୍ଦ୍ର ଉପରେ ନନ୍ଦନକାନନର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀ...

ସିଲିଣ୍ଡରରୁ ଗ୍ୟାସ୍‌ ଖୋଲୁଥିବାବେଳେ ଲାଗିଲା ନିଆଁ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ନୂଆ ସିଲିଣ୍ଡରରୁ ଗ୍ୟାସ୍‌ ବାହାର କରୁଥିଲେ ମେକାନିକ। ହଠାତ୍‌ ଲାଗିଯାଇଥିଲା ନିଆଁ। କିଛି ବୁଝିବା ପୂର୍ବରୁ ନିଆଁ ଭିତରେ ରହିଯାଇଥିଲେ ମେକାନିକ ସମେତ ବସ୍ତିର...

ରାଜ୍ୟ ଓକିଲ ସଂଘ ନିର୍ବାଚନ ସ୍ଥଗିତ

କଟକ ଅଫିସ୍‌,୧୬ା୪: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ସମସ୍ତ ଓକିଲ ସଂଘର ନିର୍ବାଚନ ଏପ୍ରିଲ୍‌ ୨୫ରେ ହେବାର ଥିଲା। ହେଲେ କରୋନା ଭୂତାଣୁ ଯୋଗୁ...

Leave a comment

Your email address will not be published. Required fields are marked *