Posted inUncategorized

ସନ୍ଧ୍ୟା ୬ଟା ପରେ ଭୋଜନ: ବଢ଼ାଏ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା

ଲଣ୍ଡନ: ସନ୍ଧ୍ୟା ୬ ପରେ ଭୋଜନ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ହାର୍ଟର ସ୍ବାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା ବୃଦ୍ଧି କରିଥାଏ। କାଲିଫର୍ନିଆର ସାକ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ପ୍ରକାଶ ପାଇଛି। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଦିନବେଳେ ସୂର୍ଯ୍ୟ ଥିବାରୁ ଶରୀରରେ ମେଟୋବୋଲିକ୍‌ କ୍ରିୟା ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ। ତେବେ ରାତିରେ ସୂର୍ଯ୍ୟ ନ ଥିବାରୁ ପାଚନ କ୍ରିୟା ଧିମା ହୋଇଥାଏ। ତେଣୁ ସନ୍ଧ୍ୟା ପରେ ଖାଦ୍ୟ ଖାଇଲେ ଏହା ଭଲ ଭାବେ ହଜମ ନହୋଇ ଗ୍ୟାସ୍‌ ସୃଷ୍ଟି କରିଥାଏ। ଏହାଯୋଗୁ ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ସେହିପରି ଖାଦ୍ୟ ହଜମ ନ ହେବା ଯୋଗୁ ଇନ୍‌ସୁଲିନ୍‌ର ସ୍ବାଭାବିକ କ୍ଷରଣ ପ୍ରକ୍ରିୟା ପ୍ରଭାବିତ ହୋଇ ଟାଇପ୍‌-୨ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ଗବେଷକ ମୂଷା ଉପରେ ପ୍ରୟୋଗ କରି ଏହା ଜାଣି ପାରିଛନ୍ତି।


All Right Reserved By Dharitri.Com

Posted inUncategorized View All

ନୂଆ ଲୁକ୍‌ରେ ତେଜ୍‌ପ୍ରତାପ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍‌ପ୍ରତାପ ଯାଦବଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଲମ୍ବା ହେୟାର ଷ୍ଟାଇଲ୍‌ ସହ...

ଓଜନ କମାଇବାର ସହଜ ଉପାୟ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ...

ପେଚା ସହିତ ଟିକ୍‌ଟକ୍‌ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ବନ ବିଭାଗ ପକ୍ଷରୁ ୨୫ ହଜାର ଜରିମାନା ନୋଟିସ୍‌

ଅହମଦାବାଦ୍‌,୧୫।୨: ବନ୍ୟପ୍ରାଣୀଙ୍କ ସହିତ ଟିକ୍‌ ଟିକ୍‌ ଭିଡ଼ିଓ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ସୁରଟରେ ବାସ କରୁଥିବା ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ...

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨।୯: ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର...

କରୋନା ବିଗାଡ଼ିଲା

ଭାଇରସ୍‌ ସାରା ବିଶ୍ୱରେ ଅଚଳାବସ୍ଥା ସୃଷ୍ଟି କରିଛି। କରୋନାକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୀବନ ବଞ୍ଚାଇବା ପାଇଁ ଲୋକେ...

ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ୯ ଭାଷାରେ ରାୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ରାୟ ଦେଶର ୯ଟି ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ କୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ...

Leave a comment

Your email address will not be published. Required fields are marked *