Posted inଜାତୀୟ

ଏହି ଗାଁରେ ହୁଏନାହିଁ ନିର୍ବାଚନ ପ୍ରଚାର: ମତଦାନ ୯୬ ପ୍ରତିଶତ

ରାଜକୋଟ,୨୧।୪: ଗୁଜରାଟ ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ସବୁଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ଗାଁରେ ପ୍ରଚାର କରାଗଲେ ପରିବେଶ ନଷ୍ଟ ହେବ। ତେଣୁ ସେମାନେ କୌଣସି ପ୍ରଚାରକୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରି ଥାଆନ୍ତି। ହେଲେ ଏହି ଗାଁରେ ପ୍ରାୟ ୯୫-୯୬ ପ୍ରତିଶତ ମତଦାନ ହୋଇଥାଏ ବୋଲି ସରପଞ୍ଚ ଅଶୋକ ଭାଇ ବାଘେରା ସୂଚନା ଦେଇଛନ୍ତି। ଗାଁର ସମସ୍ତ ବ୍ୟକ୍ତି ମତଦାନ କରିଥାଆନ୍ତି। ଆଉ ଯେଉଁମାନେ ମତଦାନ କରି ନ ଥାଆନ୍ତି ସେମାନଙ୍କୁ ୫୧ ଟଙ୍କା ଜରିମାନା ଦେବାକୁ ପଡିଥାଏ। ଶହେ ପ୍ରତିଶତ ମତଦାନ ଲକ୍ଷ୍ୟରେ ଗାଁରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ଏହା ଏକ ଆଦର୍ଶ ଗାଁ ଭାବେ ଗୁଜରାଟରେ ବେଶ୍‌ ପରିଚିତ। ଏଠାକାର ଘର ଅବା ଦୋକାନରେ କେବେ ତାଲା ପଡି ନ ଥାଏ ବୋଲି ଗାଁ ଲୋକେ କୁହନ୍ତି। କାରଣ ଏହି ଗାଁରେ କୌଣସି ଜିନିଷ ଚୋରି ହୋଇ ନ ଥାଏ।


All Right Reserved By

ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦ ହଜାର କିମି ସାଇକେଲ ଯାତ୍ରାରେ ଯୁବକ

ସିଲିଗୁଡ଼ି,୨୫।୪: ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜଣେ ଯୁବକ ଅଣ୍ଟା ଭିଡ଼ିଛନ୍ତି। ମହାରାଷ୍ଟ୍ରର ୨୯ ବର୍ଷ ବୟସ୍କ ଯୁବକ ଗନ୍ଧାର କୁଲକର୍ଣ୍ଣୀ ଏନେଇ ୨୦...

ପ୍ରତିଦିନ ହିଂସା ଯୋଗୁ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ଲୋକେ

ମିରଠ,୨୭।୬: ଉତ୍ତର ପ୍ରଦେଶର ମିରଠ ଏବେ ଅଶାନ୍ତ ହୋଇପଡିଛି। ଏଠାରେ ଥିବା ପ୍ରହ୍ଲାଦ ନଗରରେ ନିତିଦିନ ଅସାମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ଲୋକେ ଏଠାରୁ...

କାମଚଳା ବାଚସ୍ପତି ହେବେ ଭାଜପା ଏମ୍‌ପି ବିରେନ୍ଦ୍ର କୁମାର

ନୂଆଦିଲ୍ଲୀ,୧୧।୬: ୧୭ତମ ଲୋକ ସଭା ପାଇଁ ଭାଜପାର ଏମ୍‌ପି ଡା. ବିରେନ୍ଦ୍ର କୁମାର କାମଚଳା ବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ କାମଚଳା ବାଚସ୍ପତି...

ଉପବାଚସ୍ପତି ପଦବୀ ଉପରେ ଶିବସେନାର ନଜର

ନୂଆଦିଲ୍ଲୀ,୬।୬: ଲୋକସଭାର ବାଚସ୍ପତି ଏବଂ ଉପବାଚସ୍ପତି ପଦବୀ କାହାକୁ ମିଳିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଶିବସେନା ଉପବାଚସ୍ପତି ପଦବୀ ପାଇଁ ଦାବି...

ପାଣି ପାଇଁ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ: ତୀରମାଡ଼ରେ ଯୁବକ ମୃତ

ନରସିଂହପୁର, ୫ା୮(ଡି.ଏନ.ଏ./ସ୍ବ.ପ୍ର.): କଟକ ଜିଲା ନରସିଂହପୁର ଥାନା ଅଧୀନ ସାଗର ଏବଂ ପାଞ୍ଚଗୋଚ୍ଛିଆ ଗ୍ରାମବାସୀଙ୍କ ମଧ୍ୟରେ ରବିବାର ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...

ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୦ ମନମୋହନ-୩ ଅମିତ ଶାହ-୪ ରାଜନାଥ

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ମେ ୧୨ରେ ୬ଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଏଠାରେ ୪୦ରୁ ଅଧିକ ନାମଧାରୀ ଦିଗ୍‌ ବିଜୟ ସିଂ...

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ...

ଦିଦିଙ୍କ ନିଦ ହଜିଯାଇଛି: ମୋଦି

ବୁନିଆଦପୁର,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ (ସ୍ପିଡ୍‌ ବ୍ରେକର ଦିଦି)ଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *