ବୁଡିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା: ୧୪ ମୃତ

ଢ଼ାକା,୧୧।୨: ଦକ୍ଷିଣ ବାଲାଂଦେଶ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇକି ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୭୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୪ଜଣଙ୍କ ମୃତ୍ୟୁ ହୋଇଛି। ଆଉ କେତେକ ବ୍ୟକ୍ତି ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୭ରେ ମ୍ୟାନମାର ସେନାଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ପଳାଇ ଆସିଥିବା ୭ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ଲୋକ ବାଲାଂଦେଶର କୋକ୍ସ ବଜାରରେ ଥିବା ଏକ ଶିବିରରେ ଶରଣ ନେଇଥିଲେ। ସେଠାରେ ରହୁଥିବା ପ୍ରାୟ ୧୩୦ଜଣ ଶରଣାର୍ଥୀ ବାଲାଂଦେଶ ଉପକୂଳରୁ ମାଲେସିଆ ଅଭିମୂଖେ ଯାଉଥିବା ନୌକାରେ ଯାତ୍ରା କରୁଥିଲେ। ତେବେ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ତଟରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।


All Right Reserved By Dharitri.Com

ପାକିସ୍ତାନର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ,୭।୨: ପାକିସ୍ତାନର ସରାକୋଟ ସହର ନିକଟରେ ସେନାର ପ୍ରଶିକ୍ଷଣ ବିମାନ ମିରାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା...

ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା...

ଜଣେ ମହିଳାଙ୍କୁ ବିବାହ କରିବା ଯେଉଁଠି ଅପରାଧ…

ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ...

ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ...

ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା...

ପୃଥିବୀରେ ୮୦ କୋଟି ଭୋକିଲା: ୟୁନିସେଫ୍‌ ରିପୋର୍ଟ

ଜେନେଭା,୧୫।୧୦: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର...

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି...

ନୀଳ ଆଲୋକରେ ଚମକିଲା ସମୁଦ୍ର ଜୁଆର: ଲକ୍‌ ଡାଉନ୍‌କୁ ଖାତିର ନ କରି ଭିଡ଼ ଜମାଇଲେ ଲୋକେ

ମେକ୍ସିକୋ ସିଟି,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀର ବହୁ ଦେଶରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏପରିସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *