ଚକୋଲେଟ୍‌ କେକ୍‌

ଆବଶ୍ୟକ ସାମଗ୍ରୀ
ମଇଦା -୨୦୦ ଗ୍ରାମ୍‌, ମିଲ୍କ ମେଡ୍‌-୨୦୦ ଗ୍ରାମ୍‌, କ୍ଷୀର -୨୦୦ ମିଲି, ମଖନ୍‌ -୧୦୦ ଗ୍ରାମ୍‌, ପେଷାଯାଇଥିବା ଚିନି – ୧୦୦ ଗ୍ରାମ୍‌, କୋକୋ ପାଉଡର – ୫୦ ଗ୍ରାମ୍‌, ବେକିଂ ପାଉଡର – ୧ ଚାମଚ, ଖାଇବା ସୋଡ଼ା – ୧/୨ ଚାମଚ, ଲୁଣ -୧/୪ ଚାମଚ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କେକ୍‌ ତିଆରି କରିବାର କଣ୍ଟେନରକୁ ହାଲ୍‌କା ଗରମକରି ଏହାର ଭିତର ପଟେ ଭଲଭାବେ ମଖନ ଲଗାନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା, ଲୁଣ, ଖାଇବା ସୋଡ଼ା, ବେକିଂ ପାଉଡର ଏବଂ କୋକୋ ପାଉଡର ଭଲଭାବେ ମିଶାନ୍ତୁ। ଆଉ ଏକ ପାତ୍ରରେ ଅଳ୍ପ ଘିଅ, ଚିନି ଏବଂ ମିଲ୍କ ମେଡ୍‌ ମିଶାଇ ରଖନ୍ତୁ। ଏବେ ଏହି ମିଶ୍ରଣରେ ମଇଦାର ମିଶ୍ରଣ ଗୋଳାନ୍ତୁ ଯେପରି ଗୋଟା ହୋଇ ରହିବ ନାହିଁ। ଏଥିରେ ଅଳ୍ପ ପରିମାଣରେ କ୍ଷୀର ଢାଳନ୍ତୁ। ଏକ ପ୍ରେସର କୁକରରେ ଲୁଣ ବିଛାଇ ଗରମ ହେବା ପାଇଁ ଗ୍ୟାସ୍‌ ଲଗାନ୍ତୁ। ଏବେ ଏଥିରେ କେକ୍‌ ପ୍ରସ୍ତୁତ କରିବା ପାଇଁ ଥିବା କଣ୍ଟେନର ରଖି ପୂର୍ବରୁ ପ୍ରସ୍ତୁତ ଥିବା କେକ୍‌ର ମିଶ୍ରଣକୁ ଢାଳନ୍ତୁ। ଏବେ ପ୍ରେସର କୁକରର ହ୍ବିସିଲ କାଢ଼ି ଗ୍ୟାସ୍‌କୁ ସିମ୍‌ରେ ରଖନ୍ତୁ। ୪୦ ମିନିଟ୍‌ ପରେ ଢାଙ୍କୁଣି କାଢ଼ି ଟୁଥ୍‌ ପିକ୍‌ ସାହାଯ୍ୟରେ ଚେକ୍‌ କରନ୍ତୁ। ଯଦି କେକ୍‌ର ବାସ୍ନା ଆସିଲା ତେବେ ଗ୍ୟାସ୍‌ ଚୁଲା ବନ୍ଦକରି ୧୦ ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ କେକ୍‌।


All Right Reserved By Dharitri.Com

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ...

ଦୃଷ୍ଟିଶକ୍ତି ବୃଦ୍ଧି କରେ ଗାଜର

ଗାଜର ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଥାଏ। ଏହାସହ କର୍କଟ ପରି ରୋଗରୁ ରକ୍ଷା କରିଥାଏ। ଗାଜରରେ ପୋଷକ ତତ୍ତ୍ବ, ଭିଟାମିନ-ଏ ଏବଂ...

ଟ୍ରେଣ୍ଡରେ ପଫ୍‌ ସ୍ଲିଭ୍‌ ଫ୍ୟାଶନ

ପଫ୍‌ ସ୍ଲିଭ୍‌ ଟ୍ରେଣ୍ଡର ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଛି। ତା’ହେଲେ ଆଉ ଡେରି କାହିଁକି। ଆପଣ ବି ଆପଣଙ୍କ ଓ୍ବାର୍ଡରୋବ୍‌କୁ ଅପ୍‌ଡେଟ୍‌ କରିବାରେ ଲାଗିପଡ଼ନ୍ତୁ ନା। କାରଣ...

କୋଲେଷ୍ଟରଲ କମାଏ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ...

କର୍ମଜୀବୀ ଓ ମେକ୍‌ଅପ

ଓ୍ବାର୍କିଂ ଓ୍ବମେନ ଅର୍ଥାତ୍‌ କର୍ମଜୀବୀ ମହିଳା ନିଜର ଦୈନନ୍ଦିନ କାମକୁ ନେଇ ଏତେ ବ୍ୟସ୍ତ ଯେ ନିଜ ସୌନ୍ଦର୍ଯ୍ୟକୁ ଚମକଦାର ରଖିବା ପାଇଁ ଆବଶ୍ୟକ ସମୟ ...

ରକ୍ତହୀନତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି…

ଗୁଡରେ ଅନେକ ଉପକାରୀ ପୋଷକ ତତ୍ତ୍ୱ ରହିଛି। ଏହା ରକ୍ତ ପରିଷ୍କାର କରିବା ସହିତ ଶରୀରରେ ମେଟାବୋଲିଜିମ୍‌ ପ୍ରକିୟାକୁ ନିୟନ୍ତ୍ରଣ କରିଥାଏ। କ୍ଷୀରରେ ଗୁଡ ମିଶାଇ...

ଜାଣନ୍ତୁ କିପରି ହୋଇଥିବେ ଆପଣଙ୍କ ପାର୍ଟନର

ସାଧାରଣତଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ, ସେମାନଙ୍କ ପାର୍ଟନର କିପରି ହୋଇଥିବ।...

ହୃଦ୍‌ଘାତ ହେଲେ ଶରୀରର ପ୍ରଥମେ କେଉଁ ସ୍ଥାନରେ ହୋଇଥାଏ ଯନ୍ତ୍ରଣା ଜାଣନ୍ତୁ

ହୃଦ୍‌ଘାତରେ ଆଜିକାଲି ଅଧିକାଂଶ ଶିକାର ହେଉଛନ୍ତି। ଏପରିକି ଏହି ସମସ୍ୟା କମ୍‌ ବୟସ ପିଲାଙ୍କଠାରେ ମଧ୍ୟ ଦେଖାଦେଉଛି। ଭାରତରେ ହୃଦ୍‌ଘାତରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ଢେର...

Leave a comment

Your email address will not be published. Required fields are marked *