Posted inଫୁରସତ

ବିରାଡ଼ି ଭଳି ଜୀବନ ଅତିବାହିତ କରୁଛନ୍ତି ୨୦ ବର୍ଷୀୟ ‘ନାନୋ’

ବିଶେଷକରି ଯୁବତୀମାନେ ପୋଷା ଭାବେ ବିରାଡ଼ି ରଖିବାକୁ ଭଲ ପାଇଥାନ୍ତି। ହେଲେ ନରଓ୍ବେର ଜଣେ ଯୁବତୀ ବିରାଡ଼ିକୁ ପସନ୍ଦ କରି ନିଜ ଜୀବନଶୈଳୀକୁ ମଧ୍ୟ ଅନୁରୂପ କରି ଦେଇଛନ୍ତି। ସେ ହେଲ ନାନୋ। ଏବେ ତାଙ୍କୁ ୨୦ ବର୍ଷ। ନାନୋଙ୍କ ଚାଲି ଚଳନ ସାଙ୍ଗକୁ ବ୍ୟବହାର ଠିକ୍‌ ବିଲେଇ ଭଳି। ସାଙ୍ଗମାନଙ୍କ ସହ ସେ ବିଲେଇ ଭଳି ଶବ୍ଦ କରି କଥା ମଧ୍ୟ ହୋଇଥାନ୍ତି।

ତେବେ ନାନୋଙ୍କୁ ୧୬ ବର୍ଷ ହୋଇଥିବା ବେଳେ ସେ ନିଜ ଭିତରେ କିଛି ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରିଥିଲେ। ତାଙ୍କୁ ବିରାଡ଼ି ଭଳି ରହିବାକୁ ଇଚ୍ଛା ହୋଇଥିଲା। ଏବେ ଦିନକୁ ଦିନ ଏହି ପ୍ରବୃତ୍ତି ବଢ଼ିବାରେ ଲାଗିଛି। ଅନ୍ୟମାନଙ୍କ ତୁଳନାରେ ନାନୋଙ୍କ ଶୁଙ୍ଘିବା ଶକ୍ତି ଅଧିକ। ପାଣିକୁ ଦେଖିଲେ ସେ ଚିଡ଼ି ଉଠନ୍ତି। ଏପରିକି ତାଙ୍କୁ ଅନ୍ଧାରରେ ଭଲ ଭାବେ ଦେଖାଯାଇଥାଏ। ନାନୋଙ୍କ ପିତାମାତା ତାଙ୍କୁ ସାଇକୋଲୋଜିଷ୍ଟଙ୍କୁ ଦେଖାଇଥିଲେ। ସେ ଏଭଳି ସ୍ଥିତିରୁ ବାହାରି ପାରିବେ ବୋଲି ଡାକ୍ତର କହିଥିଲେ। ହେଲେ ନାନୋ ଏଭଳି ଜୀବନ ଅତିବାହିତ କରିବାକୁ ଚାହୁଁଥିବାରୁ ସମସ୍ତେ ନିରୂପାୟ ହୋଇଯାଇଛନ୍ତି।


All Right Reserved By

କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର...

କାନରୁ ବାହାରିଲା ଜୀବନ୍ତ ଝିଟିପିଟି

ସାଧାରଣତଃ ଗାଧୋଇବା ସମୟରେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ପିମ୍ପୁଡ଼ି କିମ୍ବା ଅନ୍ୟ କିଛି କାନରେ ପଶିଲେ କଷ୍ଟ ହୋଇଥାଏ। ମାତ୍ର...

ଏହି ମନ୍ଦିରରେ ଗୋଟିଏ ଲେମ୍ବୁର ଦାମ ହଜାର ହଜାର ଟଙ୍କା….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲାରେ ରହିଛି ଏକ ମନ୍ଦିର। ଏଠାରେ ଗୋଟିଏ ଲେମ୍ବୁ ହଜାର ହଜାର ଟଙ୍କାରେ...

ଏମିତି ମନ୍ଦିର ଯେଉଁଠି ରୋବଟ୍‌ ପୂଜାରୀ

ସାଧାରଣତଃ ମନ୍ଦିରରେ ପୂଜାରୀମାନେ ପୂଜା କରିଥାନ୍ତି। ମାତ୍ର ଏମିତି ଏକ ମନ୍ଦିର ରହିଛି ଯେଉଁଠି ପୂଜାରୀ ନୁହନ୍ତି, ରୋବଟ୍‌ କରିଥାନ୍ତି ପୂଜା। ଏପରି ମନ୍ଦିର ରହିଛି...

ଚାଇନାରୁ ଭାରତକୁ କିପରି ଆସିଲା ମୋମ: ଜାଣନ୍ତୁ ରୋଚକ କାହାଣୀ

ଭାରତରେ ମୋମର ରହିଛି ବେଶ ଆଦର। ଯୁବପିଢ଼ିଙ୍କ ଚଟାପଟ୍‌ ଖାଦ୍ୟ ମଧ୍ୟରେ ସର୍ବାଗ୍ରେ ଏହାର ନାଁ ରହିଛି। ନିରାମିଷ ହେଉ କିମ୍ବା ଆମିଷ, ପିଲାଙ୍କଠାରୁ ବୁଢ଼ା...

ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ...

କମ୍‌ ତାପମାତ୍ରା ଜୋନ୍‌ରେ ଅସମ୍ଭାଳ ତାତି, ରାସ୍ତାରେ କରାଯାଇଛି ଓ୍ବାଟର ଫଲ୍‌, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

ସମଗ୍ର ୟୁରୋପରେ ବର୍ତ୍ତମାନ ଅସମ୍ଭାଳ ତାତି। ଜୁନ୍‌ ଶେଷ ସପ୍ତାହରେ ମଧ୍ୟ ଏଠାକାର ତାପମାତ୍ରା ୪୫ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ଶୁକ୍ରବାର ଏଠାରେ ତାପମାତ୍ରା...

ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା

ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *