ପରୀକ୍ଷାଜନିତ ଚାପ ହ୍ରାସ କରିବ ‘ପରୀକ୍ଷା ପର୍ବ’

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଆଉ ଅଳ୍ପଦିନ ରହିଲା ଦଶମ ଓ ଯୁକ୍ତ୨ ପରୀକ୍ଷା। ପରୀକ୍ଷାକୁ ନେଇ ମାତାପିତାମାନେ ଚିନ୍ତିତ ହେଉଥିବାବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭୟ, ଅବସାଦ ଏବଂ ଆତ୍ମହତ୍ୟା ଭଳି ବିଚାର ଉତ୍ପନ୍ନ ହୋଇଥାଏ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ‘ପରୀକ୍ଷା ପର୍ବ’ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି। ଏହି କ୍ରମରେ ୬ ଆକାଂକ୍ଷିତ ଜିଲା ଯଥା କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଢେଙ୍କାନାଳ ଓ ଗଜପତିରେ ଏହି ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ସହ ସମ୍ପୃକ୍ତ ସମସ୍ତ ଜିଲା ଅଧିକାରୀ ଯଥା ଜିଲା ଶିକ୍ଷାଧିକାରୀ, ଜିଲା ସଂଯୋଜକ, ଜିଲା ମଙ୍ଗଳ ଅଧିକାରୀ, ଜିଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ, ଜିଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲାର ପ୍ରମୁଖ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକମାନେ ଏଥିରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱବିଦ୍‌ମାନେ ତାଙ୍କର ବିଚାର ତଥା ଉପଦେଶ ପ୍ରଦାନ କରିଥିଲେ। ସମସ୍ତ ଜିଲାର ଜିଲାପାଳ ଓ ଆରକ୍ଷୀ ଅଧିକାରୀ ମଧ୍ୟ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯଥୋଚିତ ସହଯୋଗ ଓ ମାର୍ଗଦର୍ଶନ କରିଥିଲେ। ଏ ସମ୍ପର୍କରେ ସୋମବାର ଆୟୋଗ ପକ୍ଷରୁ ଷ୍ଟେଟ୍‌ ଗେଷ୍ଟ ହାଉସ୍‌ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚିତ କରାଯାଇଛି।
ସଚେତନତା କାର୍ଯ୍ୟକ୍ରମକୁ କିଭଳି ସମ୍ପନ୍ନ କରାଯାଇଥିଲା ସେନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ ସମ୍ମିଳନୀରେ ସମସ୍ତ ସୂଚନା ଦେଇଥିଲେ। ସେ କହିଥିଲେ, ପରୀକ୍ଷାଜନିତ ଚାପରୁ ୨୦୧୪ରୁ ୨୦୧୬ ଅର୍ଥାତ ୨ବର୍ଷ ମଧ୍ୟରେ ସାରା ଭାରତରେ ୨୬,୪୭୬ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷା ଫଳ ପ୍ରକାଶନ ପରେ ଚାପଗ୍ରସ୍ତ ହୋଇ ୭,୪୬୨ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଥିବା ଜାତୀୟ ପରିବାର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ପରୀକ୍ଷା ଏକ ଚାପ ନୁହେଁ ବରଂ ପରୀକ୍ଷାକୁ ଏକ ପର୍ବ ଭାବେ ଗ୍ରହଣ କରିବା ପାଇଁ ଛାତ୍ରୀଛାତ୍ର, ମାତାପିତା, ଅଭିଭାବକମାନେ ନିଜ ମଧ୍ୟରେ ଏକ ସକାରାତ୍ମକ ମନୋଭାବ ରଖିବା ଆବଶ୍ୟକ ବୋଲି ସନ୍ଧ୍ୟାବତୀ କହିଛନ୍ତି। ପିଲାମାନେ କୌଣସି ଚାପର ବଶବର୍ତ୍ତୀ ନ ହୋଇ ଚଳିତ ପରୀକ୍ଷା ଋତୁକୁ ଅତିବାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଭ୍ୟ ହରିହର ନାୟକ, ଡ. ଗୀତାଞ୍ଜଳି ବସ୍ତିଆ, ମନ୍ଦାକିନୀ କର ଓ ଦିବ୍ୟା ଶାଶ୍ୱତୀ ଉପସ୍ଥିତ ଥିଲେ।


All Right Reserved By Dharitri.Com

କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନଷ୍ଟେବଳ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୮ା୭: ଜଗତ୍‌ସିଂହପୁର କୋର୍ଟ ପରିସରରୁ ଗତ ୬ ତାରିଖରେ ଅଭିଯୁକ୍ତ ସୂର୍ଯ୍ୟ ସିଂହ(୧୯) ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ। ଏ ନେଇ...

୬ ଜିଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ, ଅଗ୍ନିଶମ ବାହିନୀ ମୁତୟନ

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ମହାବାତ୍ୟା ଅମ୍ଫନ୍‌କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରସ୍ତୁତି ସମ୍ପର୍କରେ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନର...

ମଦ ଫ୍ୟାକ୍ଟ୍ରି ଖୋଲିବାକୁ ୧୧ ଜିଲାପାଳଙ୍କୁ ଅନୁମତି

କଟକ ଅଫିସ,୧୬।୫: ଲକ୍‌ଡାଉନ ସରିବା ପରେ ମଦ ଦୋକାନ ଖୋଲିବ। କିନ୍ତୁ ବର୍ତ୍ତମାନ ଯେତିକି ମଦ ମହଜୁଦ ରହିଛି, ତାହା ଅଳ୍ପ ଦିନରେ ଶେଷ ହୋଇଯିବ।...

ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨ ହଜାର ଜରିମାନା

ବୌଦ୍ଧ, ୫।୩(ସ୍ବ.ପ୍ର.): ମୋଟର ଯାନ ଆଇନକୁ ଗତ ୧ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ଦିଆଯାଇଥିବା ସମୟ ପୂରଣ ହେବା ପରେ ସବୁଠି...

ପହଣ୍ଡିରେ ସାମିଲ ଦଇତା ସେବକଙ୍କର କରୋନା ଟେଷ୍ଟ ହେଉ: ନିଯୋଗ ସଭାପତି

ପୁରୀ ଅଫିସ, ୨୫।୫: ଆସନ୍ତା ଜୁନ୍‌ ୫ରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ସର୍ବନିମ୍ନ ସେବକଙ୍କ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

‘ପକ୍କାଘର ଯୋଗ୍ୟତା କାର୍ଡ’ ବଣ୍ଟନର ଶୁଭାରମ୍ଭ ଆଜି

ଭୁବନେଶ୍ୱର,୫ା୩(ବ୍ୟୁରୋ): ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ’ ପ୍ରଦାନ କରିବେ। ଗୁରୁବାର ପଞ୍ଚାୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି...

ଆର୍ମି ପରୀକ୍ଷାର୍ଥୀଙ୍କ ଉତ୍ପାତ ଘଟଣା: ଆଜିଠୁ ଷ୍ଟେଶନରେ ମୁତୟନ ହେବେ ଫୋର୍ସ, ବିନା ଟିକେଟରେ ଚଢ଼ିପାରିବେନି ଯାତ୍ରୀ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନରେ ବୁଧବାରଠାରୁ ମୁତୟନ ହେବେ ୨ ପ୍ଲାଟୁନ ଫୋର୍ସ। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍‌ ପାଇଁ ଆର୍‌ପିଏଫ୍‌ ଏବଂ ଜିଆର୍‌ପି ପକ୍ଷରୁ ଫୋର୍ସ...

ଜୁଏଲଙ୍କୁ ନୂଆ ଦାୟିତ୍ୱ: ହେଲେ ସଂସଦ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ସୁନ୍ଦରଗଡ଼ର ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ନୂତନ ଦାୟିତ୍ୱ ମିଳିଛି। ତାଙ୍କୁ ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ...

Leave a comment

Your email address will not be published. Required fields are marked *