ନିର୍ବାଚନ ଫଳାଫଳ ପୂର୍ବରୁ ଚର୍ଚ୍ଚାକୁ ଆସିଲା ଭାଜପା କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଛି। କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ଏବଂ କିଏ ଶାସନ କ୍ଷମତା ହାତେଇବ ସେନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି। ଇତିମଧ୍ୟରେ ଭାଜପାର ଦିଲ୍ଲୀ ପ୍ରଦେଶ କାର୍ଯ୍ୟାଳୟରେ ଲାଗିଥିବା ଏକ ପୋଷ୍ଟର ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଅନୁମାନ କରାଯାଉଛି ଯେ, ଭାଜପା ଭୋଟ ଗଣତି ପୂର୍ବରୁ ନିଜର ବିଫଳତା ସ୍ବୀକାର କରିନେଇଛି। ସୂଚନା ମୁତାବକ ଦିଲ୍ଲୀ କାର୍ଯ୍ୟାଳୟରେ ଲାଗିଥିବା ଏହି ପୋଷ୍ଟରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଲାଗିଛି। ଆଉ ଏଥିରେ ଲେଖାହୋଇଛି, ଆମେ ବିଜୟରେ ଅଂହକାରୀ ହୋଇ ନ ଥିବା ବେଳେ ପରାଜୟରେ ମଧ୍ୟ ନିରାଶ ହୋଇ ନ ଥାଉ। ପୂର୍ବରୁ ଭାଜପା ନେତା ଦିଲ୍ଲୀ ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବୁ ବୋଲି ଦାବି କରୁଥିବା ବେଳେ ଏହି ପୋଷ୍ଟର ଏବେ ଅଲଗା ମୋଡ ନେଇଛି।


All Right Reserved By Dharitri.Com

ତବଲିଗ୍‌ ଜମାତ୍‌ର ପ୍ରଭାବ: ୧୨ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ୧୭ କରୋନା ସଂକ୍ରମିତ ଚିହ୍ନଟ

ବିଶାଖାପଟ୍ଟନମ୍‌,୩୧।୩: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ର ପ୍ରଭାବ ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କରୋନା...

ଆର୍ଥିକ ମାନ୍ଦାବସ୍ଥା: ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଲେ ବାମପନ୍ଥୀ

ନୂଆଦିଲ୍ଲୀ,୧୬।୯: ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ବାମପନ୍ଥୀ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେପ୍ଟେମ୍ବର ୨୦ରେ ଏନେଇ ବାମପନ୍ଥୀ ଦଳଗୁଡ଼ିକର ଏକ ସମ୍ମିଳନୀ ଅନୁଷ୍ଠିତ ହେବ।...

ରାହୁଲ ଗାନ୍ଧୀ ଦେଶର ମନୋବଳକୁ ଦୁର୍ବଳ କରୁଛନ୍ତି: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୭।୫: କରୋନା ଭାଇରସକୁ ନେଇ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଏବଂ ଚାଇନା-ନେପାଳ ସହ ହୋଇଥିବା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ,୪।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ସର୍ତ୍ତ ମୂଳକ ଜାମିନ୍‌ ମିଳିଛି। ସୁପ୍ରିମ୍‌କୋର୍ଟ ଜାମିନ୍‌ ଆବେଦନର ବିଚାର କରି ଏହାକୁ ମଞ୍ଜୁର...

ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯୋଗୁ ଯାଇଛି ୪୧ ହଜାର ୮ଶହରୁ ଅଧିକ ଜୀବନ: ଶାହ

ନୂଆଦିଲ୍ଲୀ,୨୯।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିିତି ସ୍ବାଭାବିକ ହେବାରେ ଲାଗିଛି। ଏଠାରେ ଟେଲିଫୋନ୍‌ ସେବା ବାଧାପ୍ରାପ୍ତ ହେବାକୁ ମାନବାଧିକାରର ଉଲ୍ଲଂଘନ ବୋଲି କହୁଥିବା...

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଭିଡିଓ ଜାରି କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୪।୧୦: ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୃତି ଓ...

ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ୭ କୋଟି ଟଙ୍କା ଉଡାଇଛନ୍ତି କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୨୦।୧୦: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ଆମେରିକାର ଏକ ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ପାଖାପାଖି ୧୧ ଲକ୍ଷ ଡଲାର...

ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା...

Leave a comment

Your email address will not be published. Required fields are marked *