ଜାନୁୟାରୀରେ ପାସେଞ୍ଜର ଯାନ ବିକ୍ରି ୬% କମିଲା

ନୂଆଦିଲ୍ଲୀ,୧୧-୨: ଜାନୁୟାରୀ ମାସରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୬.୨% ହ୍ରାସ ଘଟିଛି। ଓନରଶିପ ମୂଲ୍ୟରେ ବୃଦ୍ଧି ଏବଂ ଜିଡିପିରେ ମନ୍ଥର ଅବସ୍ଥା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକସର୍ସ(ସିଆମ) ପକ୍ଷରୁ କୁହାଯାଇଛି। ଗତ ମାସରେ ଯାତ୍ରୀବାହୀ ଯାନ ବିକ୍ରି ୨.୬୨ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୮୦ ଲକ୍ଷ ୟୁନିଟ ରହିଥିଲା। ଜାନୁୟାରୀରେ କାର ବିକ୍ରି ୮.୧% ଖସିବା ସହ ୧.୬୪ ଲକ୍ଷ ୟୁନିଟ ରହିଛି। ଯାହା ଗତ ବର୍ଷ ଜାନୁୟାରୀରେ ୧.୭୯ ଲକ୍ଷ ୟୁନିଟ ରହିଥିଲା। ସବୁ ବର୍ଗରେ ଯାନ ବିକ୍ରି ୧୩.୮୩ % ହ୍ରାସ ଘଟି ୧୭.୩୯ ଲକ୍ଷ ୟୁନିଟ ରହିଛି। ୨୦୧୯ ଜାନୁୟାରୀରେ ଏହା ୨୦.୧୯ ଲକ୍ଷ ୟୁନିଟ ଥିଲା। ଓନରଶିପ ଖର୍ଚ୍ଚ ବଢିବା ଯୋଗୁ ଯାନ ବିକ୍ରି ଉପରେ ଏହାର ପ୍ରଭାବ ପଡିଥିବା ସିଆମ ସଭାପତି ରାଜନ ଓ୍ବାଧେରା ସୂଚନା ଦେଇଛନ୍ତି।
ଏପ୍ରିଲ ୧ରୁ ବିଏସ୍‌-୬ ସାରା ଦେଶରେ ଲାଗୁ ହେବାକୁ ଯାଉଛି। କମ୍ପାନୀଗୁଡିକ ବିଏସ୍‌ -୪ ପରିବର୍ତ୍ତେ ବିଏସ୍‌ ଲାଗୁ କରାଇବା ଦିଗରେ ଏବେ ପ୍ରୟାସ ଜୋରଦାର କରିଛନ୍ତି। ଇନପୁଟ ଖର୍ଚ୍ଚ ବଢିବା ଯୋଗୁ ଅନେକ କମ୍ପାନୀ ସେମାନଙ୍କ ଯାନ ଉପରେ ମୂଲ୍ୟ ବୃଦ୍ଧି କରୁଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ଓ୍ବାଧେରା କହିଛନ୍ତି ଯେ, ସରକାର ବଜେଟରେ ଘୋଷଣା କରିଥିବା ଭିତ୍ତିଭୂମି ଏବଂ ଗ୍ରାମୀଣ ବିକାଶ ପଦକ୍ଷେପ ଯାନ ବିକ୍ରି କୁ ବଢାଇବା ଦିଗରେ ସହାୟକ ହୋଇ ପାରିବ। ବିଶେଷ କରି ବାଣିଜି୍ୟକ ଏବଂ ୨ ଚକିଆ ଯାନ ବିକ୍ରି ବଢିବା ନେଇ ଆଶା କରାଯାଉଛି। ସୂଚନା ମୁତାବକ ଜାନୁୟାରୀରେ ୨ ଚକିଆ ଯାନ ବିକ୍ରି ୧୬.୦୬% କମି ୧୩.୪୧ ଲକ୍ଷ ୟୁନିଟ ରହିଛି। ମୋଟର ସାଇକେଲ ବିକ୍ରି ଗତ ମାସରେ ୧୫.୧୭% ହ୍ରାସ ଘଟି ୮.୭୧ ଲକ୍ଷ ୟୁନିଟକୁ ଖସିଛି। ସ୍କୁଟର ବିକ୍ରି ୧୬.୨୧% ହ୍ରାସ ଘଟି ୪.୧୬ ଲକ୍ଷ ୟୁନିଟ ରହିଛି। ଏହାବାଦ ବାଣିଜି୍ୟକ ଯାନ ବିକ୍ରିରେ ୧୪.୪% ହ୍ରାସ ଦେଖାଯିବା ସହ ଏହା ୭୫, ୨୮୯ ୟୁନିଟକୁ ଖସିଛି।
ପ୍ରାୟ ସବୁ ବର୍ଗରେ ଯାନର ହୋଲସେଲ ବିକ୍ରି ଖସିଥିବା ସିଆମ ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି। ଅଟୋ ଏକ୍ସପୋରେ ୭୦ ମଡେଲ ଉନ୍ମୋଚନ କରାଯାଇଛି। ଏହା ଦ୍ୱାରା ଗ୍ରାହକଙ୍କ ମନୋବୃତ୍ତିରେ କିଛିଟା ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ରହିଥିବା ସେ ମତ ରଖିଛନ୍ତି। ସୂଚନା ମୁତାବକ ପ୍ରମୁଖ ଯାନ ନିର୍ମାତା ମାରୁତିର ବିକ୍ରିରେ ୦.୨୯%, ହ୍ୟୁଣ୍ଡାଇ ୮.୩%, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ୧୭.୦୫% ବିକ୍ରି ହ୍ରାସ ଘଟିଛି। ଏହାବାଦ ୨ ଚକିଆ ଯାନ ନିର୍ମାତା କମ୍ପାନୀଙ୍କ ମଧ୍ୟରେ ହିରୋ ମୋଟୋକର୍ପର ବିକ୍ରି ୧୪.୩୭%, ହୋଣ୍ଡା ମୋଟର ସାଇକେଲ ୬.୬୩% ଏବଂ ଟିଭିଏସ୍‌ ମୋଟର୍ସର ୨୮.୭୨% ବିକ୍ରି ହ୍ରାସ ହୋଇଛି।


All Right Reserved By Dharitri.Com

ମୋବାଇଲ ଟାରିଫ ବଢାଇବେ ଭୋଡାଫୋନ-ଆଇଡିଆ,ଏୟାରଟେଲ

ନୂଆଦିଲ୍ଲୀ,୧୯-୧୧: ଡିସେମ୍ବର ୧ରୁ ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ସେମାନଙ୍କ ସର୍ଭିସ ରେଟ୍‌ ବଢାଇବା ନେଇ ସୂଚନା ଦେଇଛନ୍ତି। ଏହି କମ୍ପାନୀଗୁଡିକ ବର୍ତ୍ତମାନ ବିଭିନ୍ନ...

ରେନୋ ଇଣ୍ଡିଆର ନୂଆ ଡଷ୍ଟର ବଜାରରେ

ନୂଆଦିଲ୍ଲୀ,୧୦-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ...

ପାରାଦୀପ ପୋର୍ଟରେ ଅତ୍ୟାଧୁନିକ ଟର୍ମିନାଲ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୨୯-୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଂଶବିଶେଷ ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ପାରାଦୀପ ବନ୍ଦରରେ ଅତ୍ୟାଧୁନିକ ଲୁହାପଥର ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ବାର୍ଷିକ ୧୮ ନିୟୁତ ଟନ୍‌ କ୍ଷମତା...

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ...

ଚିନ୍ତା ବଢାଉଛି ବେକାରୀ

ମୁମ୍ବାଇ,୧୪-୧: ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ପଡୁଛି। ଫଳରେ କମ୍ପାନିଗୁଡିକ ଅଧିକ ନିଯୁକ୍ତି ସପକ୍ଷରେ ନାହାନ୍ତି। ଏଥିଯୋଗୁ ୨୦୧୮-୧୯ ଆର୍ଥତ୍କ ବର୍ଷ...

ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ...

ୟଶ୍‌ ବିର୍ଲା ଓ୍ବିଲଫୁଲ ଡିଫଲ୍ଟର ଘୋଷିତ

ନୂଆଦିଲ୍ଲୀ,୧୮-୬: କୋଲକାତାର ୟୁକୋ ବ୍ୟାଙ୍କ ଯଶୋବର୍ଦ୍ଧନ ବିର୍ଲା(ୟଶ୍‌ ବିର୍ଲା)ଙ୍କୁ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରିଛି। ତାଙ୍କ ଗ୍ରୁପ୍‌ଙ୍କ ଗୋଟିଏ କମ୍ପାନୀ ବିର୍ଲା ସୂର଼୍ୟା ଲିମିଟେଡ ଉପରେ...

ଥରକରେ ସରକାରଙ୍କୁ ମିଳିବନି ଆର୍‌ବିଆଇ ବଳକା ଅର୍ଥ

ନୂଆଦିଲ୍ଲୀ,୧୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପଡି ରହିଥିବା ବଳକା ପୁଞ୍ଜିକୁ ନେଇ...

Leave a comment

Your email address will not be published. Required fields are marked *