ଶରୀର ପାଇଁ ଉପକାରୀ ଅମୃତଭଣ୍ଡା ଚା’

କଞ୍ଚା ହେଉ ବା ପାଚିଲା ଅମୃତଭଣ୍ଡା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଅମୃତଭଣ୍ଡାରୁ ପ୍ରସ୍ତୁତ ଚା’ ପିଇଲେ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଅମୃତଭଣ୍ଡା ଚା’ ସମ୍ପର୍କରେ ଖୁବ୍‌ କମ୍‌ ଲୋକଙ୍କୁ ଜଣା। କିନ୍ତୁ ଚିକିତ୍ସା ବିଜ୍ଞାନ ଜଗତରେ ଏହି ଚା’ର ବିଶେଷ ମହତ୍ତ୍ୱ ରହିଛି। ଗଣ୍ଠିବାତ ଯନ୍ତ୍ରଣା ବ୍ୟତୀତ ଏହି ଚା’ ଆହୁରି ଅନେକ ରୋଗର ନିଦାନରେ ସାହାଯ୍ୟ କରିଥାଏ। ଅମୃତଭଣ୍ଡା ଶରୀରରେ ୟୁରିକ୍‌ ଏସିଡ୍‌ ମାତ୍ରାକୁ ହ୍ରାସ କରିଥାଏ। ଏହି ଚା’ ପ୍ରସ୍ତୁତି ପାଇଁ ପ୍ରଥମେ ଅମୃତଭଣ୍ଡାକୁ ଛୋଟ ଛୋଟ ଟୁକୁଡ଼ା କରି ପାଣିରେ ଧୋଇବାକୁ ପଡ଼େ। ପରେ ଏକ ପାତ୍ରରେ ୨ କପ୍‌ ପାଣି ଦେଇ ଏହି ଟୁକୁଡ଼ାକୁ କିଛି ସମୟ ଆଞ୍ଚରେ ବସାଯାଏ। ପରେ ପାଣିକୁ ଛାଣି ସେଥିରେ ଗ୍ରୀନ୍‌ ଟି’ ବ୍ୟାଗ୍‌ ପକାଇ ଗରମ ଗରମ ପିଅନ୍ତୁ। ଏହି ଚା’ ପିଇବା ଦ୍ୱାରା ରକ୍ତବାତ ରୋଗ ତ ଭଲ ହୁଏ, ତା’ ସାଙ୍ଗକୁ ପୁରୁଣା ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ। ବାତରକ୍ତ ଏକ ଗମ୍ଭୀର ସମସ୍ୟା, ଯେଉଁ କାରଣରୁ ପୀଡ଼ିତଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଜଏଣ୍ଟ୍‌ ପେନ୍‌ର ସମ୍ମୁଖୀନ ହେବାକୁ ପଡ଼େ। ଆଜିକାଲି ଅନେକ ଲୋକଙ୍କଠାରେ ଏହି ଗମ୍ଭୀର ସମସ୍ୟା ଦେଖିବାକୁ ମିଳୁଛି। ଏହାର ମୁଖ୍ୟ କାରଣ ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରାଧିକ ବୃଦ୍ଧି। ଅଚାନକ ମେଦବୃଦ୍ଧି କିମ୍ବା ଓଜନ ବୃଦ୍ଧି ଦ୍ୱାରା ମଧ୍ୟ ୟୁରିକ୍‌ ଏସିଡ୍‌ ସ୍ତର ବୃଦ୍ଧି ପାଇଥାଏ। ବାତରକ୍ତ ସମସ୍ୟା ଥିଲେ ଅମୃତଭଣ୍ଡା ଚା’ ପିିଇଲେ ତାହା ଦୂର ହୋଇଥାଏ।


All Right Reserved By Dharitri.Com

ନୂଆ ଟ୍ରେଣ୍ଡ୍‌ରେ ଟେରାକୋଟା ଜୁଏଲେରି

ନାରୀ ମାନଙ୍କ ମଧ୍ୟରେ ଜୁଏଲେରିର ଚାହିଦା ସବୁବେଳେ ସବୁ ସମୟରେ ରହିଆସିଛି। ତେଣିକି ସେ ସୁନା, ରୁପା, ହୀରା, ମୋତି, ମାଣିକ୍ୟରେ ତିଆରି ଜୁଏଲେରି ହେଉ...

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ...

ରାଜାଙ୍କ ରୋଗ ଓ ରୋଗଙ୍କ ରାଜା

ରକ୍ତରେ ୟୁରିକ୍‌ ଏସିଡ୍‌ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍‌। ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର...

ଓଜନ ହ୍ରାସ କରିବ ମୁଗଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

କାର କିଣୁଥିଲେ ରଙ୍ଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

କାର କିଣିଲା ବେଳେ ଏହାର ରଙ୍ଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ। କାରଣ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ତେବେ...

ଶୀତଦିନେ ଗ୍ଲାସେ ଉଷୁମ ପାଣି ସହିତ ଖାଆନ୍ତୁ ଏହି ଗୁଣ୍ଡ…

ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା...

ପିଲାକୁ ଡାଇପର ପିନ୍ଧାଉଥିଲେ…

ଛୋଟ ପିଲା ଝାଡା, ପରିଶ୍ରା କରି ବାରମ୍ବାର ଓଦା ନ ହେବା ଲାଗି ବର୍ତ୍ତମାନ ଡାଇପର ଖୁବ୍‌ କାମରେ ଆସୁଛି। ହେଲେ ପିଲାକୁ ଡାଇପର ପିନ୍ଧାଉଥିଲେ...

Leave a comment

Your email address will not be published. Required fields are marked *