Posted inUncategorized

ପୋଖରୀରେ ବୁଡ଼ି ନାବାଳିକା ମୃତ

ମହାକାଳପଡ଼ା,୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନୀତି ପଞ୍ଚାୟତର ସ୍ଥାନୀୟ ବେଣାକନ୍ଧା ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯାଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ଗ୍ରାମର ଉଦୟ ପ୍ରଧାନଙ୍କ ଝିଅ ଉମାରାଣୀ ପ୍ରଧାନ(୭)।

ପୂର୍ବାହ୍ନରେ ଉମାରାଣୀ ନିଜ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କର ଗୋଡ଼ ଖସି ଯାଇଥିଲା। ତେବେ ପରିବାରଲୋକ ଖୋଜାଖୋଜି କରିବା ପରେ ନ ପାଇ ତାଙ୍କୁ ପୋଖରୀରେ ଖୋଜାଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଖବରପାଇ ପୂର୍ବତନ ସରପଞ୍ଚ ମନୋଜ ପାତ୍ର ପହଞ୍ଚି ପରିବାରକୁ ସମବେଦନା ଜଣାଇଛନ୍ତି। ତନ୍ତିଆପାଳ ମେରାଇନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ମୁଖ୍ୟ ଚିକିତ୍ସାଳୟରେ ଗୁଡ ସାମାରିଟାନ୍‌ ରେଜିଷ୍ଟର ଉଭାନ; ସହାୟତାକାରୀଙ୍କୁ କର୍ତ୍ତୃପକ୍ଷଙ୍କ ଅଣଦେଖା

ଅନୁଗୋଳ ଅଫିସ, ୧୦।୬: ଦୁର୍ଘଟଣାରେ ଆହତଙ୍କୁ ତ୍ୱରିତ ଚିକିତ୍ସା ପାଇଁ ମେଡିକାଲ ନେଲେ ମିଳିବ ପ୍ରୋତ୍ସାହନ ଓ ପୁରସ୍କାର। ପୋଲିସକୁ ମଧ୍ୟ ଏଥିପାଇଁ କୌଣସି କୈଫିୟତ ଦେବାକୁ...

ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି

ବୋଲଗଡ଼,୯ା୭(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଗୃହର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁୁ...

ଦୁଇ ବାଇକ୍‌ ଓ ଇଣ୍ଡିଗୋକୁ ଧକ୍କା ଦେଲା ଟ୍ରକ, ଜଣେ ଗୁରୁତର

ନୂଆଗାଁ,୨୬ା୫(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁରଠାରେ ରବିବାର ପୂର୍ବାହ୍ନରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁଇଟି ବାଇକ ଓ ଗୋଟିଏ ଇଣ୍ଡିଗୋକୁ ଧକ୍କାଦେଇଥିଲା। ଫଳରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁ ମୃତ

ପବିତ୍ରନଗର,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ଗୋରୁ ଗ୍ରାମର...

ରେଙ୍ଗାଳି ପ୍ରକଳ୍ପ କଲୋନୀରେ ୩ ହାତୀ

କଣିହଁ।, ୭।୭ (ଡି.ଏନ୍‌.ଏ) – ଅନୁଗୋଳ ଜିଲା କଣିହଁ। ବ୍ଲକ ରେଙ୍ଗାଳି ପ୍ରକଳ୍ପ କଲୋନୀରେ ଶୁକ୍ରବାର ରାତିରେ ୩ଟି ହାତୀ ପଶି ଆସି ଉପଦ୍ରବ କରିଛନ୍ତି।...

ପାନୀୟ ଜଳ ପାଇଁ ରୋଗୀ ହନ୍ତସନ୍ତ : ଥଣ୍ଡା ପ୍ରକଳ୍ପରୁ ବାହାରୁଛି ତତଲା ପାଣି

ଅନୁଗୋଳ ଅଫିସ, ୧୩।୬ – ଅବ୍ୟବସ୍ଥିତ ଚିକିତ୍ସା ନେଇ ଚର୍ଚ୍ଚାରେ ରହିଆସୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକଳ୍ପ ଓ ସରଞ୍ଜାମର ରକ୍ଷଣାବେକ୍ଷଣ ତଥା...

ବନ ବିଭାଗକୁ ଦନ୍ତା ଚିନ୍ତା : ଅଧିକ ହିଂସ୍ର ହେଉଛି

ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ...

ବିଳମ୍ବିତ ରାତିରେ ଏନ୍‌ଏଚ୍‌ରୁ ଚାନ୍ଦା ଆଦାୟ: ବ୍ଲକ କଂଗ୍ରେସ ସଭାପତି କୋର୍ଟଚାଲାଣ, ଆମ୍ବୁଲାନ୍ସ ଜବତ

ପରଜଙ୍ଗ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଭେଜିଆ ଛକ ନିକଟରେ ଦୀର୍ଘ ଦୁଇମାସ ହେବ...

Leave a comment

Your email address will not be published. Required fields are marked *