ଯୋଗ୍ୟ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ବୌଦ୍ଧ,୯ା୨(ସ୍ବ.ପ୍ର):ବୌଦ୍ଧ କୃଷି ବିଭାଗ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ନେଇ ଏକ ଖବରଦାତା ସମ୍ମିଳନୀ ଜିଲା କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡର ସୁବିଧା ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଏବେ ପ୍ରତ୍ୟେକ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଅନ୍ତର୍ଭୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପନ କରାଯିବାକୁ ଗୁରୁତ୍ୱ ଦିଆଯିବା ସହିତ ପ୍ରତ୍ୟେକ ପଞ୍ଚାୟତ, ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସଚେତନ କରାଯିବା ସହିତ ବ୍ୟାଙ୍କ ଜରିଆରେ କିମ୍ବା ସିଧାସଳଖ ଅନଲାଇନରେ ଚାଷୀମାନେ ଆବେଦନ କରିବାର ବ୍ୟବସ୍ଥା ରହିଛି। ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ବିଶେଷ କରି ଏହି ଯୋଜନାରେ ଲାଭାନ୍ବିତ ହେବା ସହିତ ଅର୍ଥ ଅଭାବରୁ ଚାଷରୁ ବଞ୍ଚିତ ନ ହେବା ପାଇଁ ଯୋଜନା କରାଯାଇଛି।
ସୂଚନା ଅନୁସାରେ, ବୌଦ୍ଧ ଜିଲାରେ ୭୫,୯୨୨ ଚାଷୀ ପରିବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୫୬,୨୬୪ ପରିବାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୨୦ ହଜାର ଚାଷୀ ପରିବାର କିଷାନ କ୍ରେଡିଟ କାର୍ଡ କରି ନ ଥିବାବେଳେ ସେମାନଙ୍କୁ କିପରି ଏଥିରେ ସାମିଲ କରାଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଚାଷୀମାନେ ଏହି କ୍ରେଡିଟ କାର୍ଡ ବ୍ୟବହାର କରି ମାତ୍ର ୧ରୁ ୨ ପ୍ରତିଶତ ସୁଧରେ ଚାଷ ପାଇଁ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ସହ ପରିବାରର ଅନ୍ୟ ଖର୍ଚ୍ଚ ମଧ୍ୟ ତୁଲାଇପାରିବେ। ଏହି କାର୍ଡ ଆବେଦନ ପାଇଁ କୌଣସି କାଗଜପତ୍ର କିମ୍ବା ଅର୍ଥ ଦେବାକୁ ପଡିବ ନାହିଁ। ଚାଷୀମାନେ ଆବେଦନ କରିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟ ପକ୍ଷରୁ ଆବେଦନପତ୍ର ଅନୁଯାୟୀ ତଥ୍ୟ ଯାଞ୍ଚ କରାଯିବା ପରେ କ୍ରେଡିଟ କାର୍ଡ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ତେଣୁ ପ୍ରତ୍ୟେକ ଚାଷୀ କିଷାନ କ୍ରେଡିଟ କାର୍ଡ କରାଇବା ସହିତ ଏହାର ସଫଳ ଉପଯୋଗ କରିବାକୁ ଖବରଦାତା ସମ୍ମିଳନୀ ଜରିଆରେ ଜିଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀରେ ଡିଡିଏମ ନାବାର୍ଡ ଟି.ଏସ. ରାଉତ, ସହକାରୀ ଉଦ୍ୟାନ ଅଧିକାରୀ ହରଭଙ୍ଗା ଜ୍ଞାନରଞ୍ଜନ ଦିଗାଲ, ଜଳଛାୟା ପ୍ରକଳ୍ପ ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ, ଲିଡ୍‌ ବ୍ୟାଙ୍କ ମ୍ୟାନେଜର ଆର.କେ. ସେଠୀ, ସହକାରୀ ସମବାୟ ନିବନ୍ଧକ ଭୀମସେନ ସାହୁ, ପ୍ରାଣୀ ଚିକିତ୍ସା ବିଭାଗର ସହକାରୀ ନିର୍ଦ୍ଦେଶକ ଡ. ପ୍ରିୟବ୍ରତ ବେହେରା, ଜିଏମ ଡିଆଇସି ଉଦୟନାଥ ପାତ୍ର ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ଏ.ଏସ ରାଓ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଓ କିଷାନ କ୍ରେଡିଟ କାର୍ଡର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ।


All Right Reserved By Dharitri.Com

ଗୋପାଳପୁର ବେଳାଭୂମି ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ରାସ୍ତାକୁ ଦୀର୍ଘବର୍ଷ ଧରି ଜବରଦଖଲକାରୀ କବ୍‌ଜାରେ ରଖିଥିଲେ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଳାଭୂମିର ଉନ୍ନତୀକରଣ...

ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଜୟୀ ହୋଇଛି। ଭାଜପାର ନିତ୍ୟନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟରେ ହରାଇଛନ୍ତି।...

ଇଟାଭାଟିରେ ମା’ବାପା, ଆବାସିକ କେନ୍ଦ୍ରରେ ଶିଶୁ

ନୂଆପଡ଼ା ଅଫିସ,୭ା୩ : ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ପରିବାର ଶିଶୁଙ୍କୁ ଏକ ସ୍ବତନ୍ତ୍ର ଆବାସିକ କେନ୍ଦ୍ରରେ ରଖି...

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା...

ଜୁଆଆଡ୍ଡାରେ ଚଢ଼ାଉ, ୭ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୬।୧୦: ରାୟଗଡ଼ା ଜିଲା ଇନ୍ଦିରାନଗରର ୬ ଲେନ୍‌ରେ ଜୁଆଆଡ୍ଡା ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଶନିବାର ରାତିରେ ଚଢ଼ାଉ କରିଥିଲା।...

ଲୋହୁରା, କାମ୍ବାଗୁଡା ସାହିକୁ ନଦୀଜଳ ଭରସା

ଫିରିଙ୍ଗିଆ, ୮ା୬ – କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଲୋହୁରା ସାହି, କାମ୍ବାଗୁଡା ସାହିର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି।...

ସତ୍ୟବାଦୀ ବିଦ୍ୟାପୀଠ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ

ଉଲୁଣ୍ଡା/ଅମରପାଲି, ୨୩।୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥରସ୍ଥିତ ସତ୍ୟବାଦୀ ବିଦ୍ୟାପୀଠର ବିଜ୍ଞାନ କ୍ଲବକୁ ଚଳିତ ବର୍ଷର ଗୋଲ୍ଡ କ୍ଲବ ସମ୍ମାନ ପ୍ରଦାନ କରାଯାଇଛି । ଛାତ୍ରୀଛାତ୍ରଙ୍କ...

ଡ୍ରେନ୍‌ ପାଲିଟିଛି ମଶାଙ୍କ ଆବାସସ୍ଥଳୀ

ଏରସମା,୧ା୮(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ଡ୍ରେନ ଗୁଡ଼ିକ ଦୀର୍ଘ ଦିନ ହେବା ସଫା କରାଯାଉ ନାହିଁ। ଫଳରେ ତାହା ବର୍ତ୍ତମାନ ଏଡିସ୍‌ ମଶାଙ୍କ ଆବାସସ୍ଥଳୀ ପାଲଟିଛି।...

Leave a comment

Your email address will not be published. Required fields are marked *