Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ବାଂଲାଦେଶକୁ ୧୭୮ ରନ୍‌ ଦରକାର

ପୋଚଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ମାତ୍ର ୧୭୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟର ଫାଇନାଲ ଖେଳୁଥିବା ବାଂଲାଦେଶକୁ ଇତିହାସ ରଚିବା ପାଇଁ ୧୭୮ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏକଦା ୧ ଉଇକେଟ ହରାଇ ୧୦୩ ରନ୍‌ କରିଥିଲା। ଲାଗୁଥିଲା ବଡ଼ ସ୍କୋର କରିବ। କିନ୍ତୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ତାସ ଘର ଭଳି ଭୁଷୂଡ଼ି ପଡ଼ିଥିଲା। ଫଳରେ ଦଳ ୪୭.୨ ଓଭରରେ ୧୭୭ ରନ୍‌ରେ ସୀମିତ ରହିଥିଲା। ଯଶସ୍ବୀ ଜୟସ୍ବାଲ ସର୍ବାଧିକ ୮୮, ତିଲକ ବର୍ମା ୩୮ ଓ ଧ୍ରୁବ ଜୁରେଲ ୨୨ ରନ୍‌ କରିଥିଲେ। ଅନ୍ୟ କେହି ଦୁଇ ଅଙ୍କ ସ୍କୋର ସ୍ପର୍ଶ କରିପାରି ନ ଥିଲେ। ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ୩ ଉଇକେଟ ନେଇଥିବାବେଳେ ତାନଜିମ ହସନ ସାକିବ ଓ ଶାରିଫୁଲ ଇସଲାମ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


All Right Reserved By Dharitri.Com

Posted inଖେଳ View All

ସୁଇଜରଲାଣ୍ଡରେ ଛୁଟି କାଟୁଛନ୍ତି ବିରୁଷ୍କା

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପରିବାର ସହ ଏବେ ନୂଆବର୍ଷ ଛୁଟି କଟାଇବା ପାଇଁ ଯାଇଛନ୍ତି। ଏହି କ୍ରମରେ...

ଟ୍ୟାକ୍ସି ଡ୍ରାଇଭରରୁ ଗ୍ରାଣ୍ଡସ୍ଲାମ ଓି୍ବନିଙ୍ଗ୍‌ କୋଚ୍‌

ମେଲ୍‌ବୋର୍ନ,୩।୨(ଏଏଫ୍‌ପି)- ଏକଦା ନ୍ୟୁୟର୍କରେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଆଲେକ୍ସ କେନିନ୍‌ ଏବେ ଗ୍ରାଣ୍ଡସ୍ଲାମ ଓ୍ବିନିଙ୍ଗ୍‌ କୋଚ୍‌ ଭାବେ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍‌...

ଖେଲ ରହାହେ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୨- ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇୱାଇଜି) ୩ ସଂସ୍କରଣର ସଫଳତା ପରେ ଭାରତ ସରକାର ପ୍ରଥମଥର ପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି)...

ଡ୍ରାଭିଡଙ୍କୁ ନିଯୁକ୍ତି ମିଳିଲା

ନୂଆଦିଲ୍ଲୀ, ୯ା୭ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡଙ୍କୁ ସୋମବାର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର କ୍ରିକେଟ ମୁଖ୍ୟ...

ଜାତୀୟ ଜୁନିୟର ରୋଲ୍‌ବଲରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୪।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ରୋଲ୍‌ବଲ ଚାମ୍ପିୟନଶିପ୍‌ର ତ୍ରୟୋଦଶ ସଂସ୍କରଣ ଅନୁଷ୍ଠିତ...

ସବିତା ଖେଳିଲେ ୨୦୦ତମ ମ୍ୟାଚ୍‌

ମାର୍ଲୋ(ୟୁକେ),୪।୧୦(ପି.ଟି.)- ଇଂଲଣ୍ଡ ଗସ୍ତର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ମହିଳା ହକି ମ୍ୟାଚରେ ଭାରତୀୟ ଗୋଲକିପର ସବିତା କ୍ୟାରିୟରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ମ୍ୟାଚ ପୂର୍ବରୁ...

ଦୂର ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡର ସମସ୍ୟା

କାର୍ଡିଫ,୨୯ା୫- ଦୀର୍ଘ ଦିନ ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡରର ୪ର୍ଥ ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନ ଖେଳିବା ନେଇ ଚାଲିଥିବା ସମସ୍ୟା ଦୂର ହୋଇଛି। ଏଠାରେ...

ଦିନେ ପ୍ରେମିକାଙ୍କୁ ମାଡ ମାରି ଏମିତି ଅବସ୍ଥା କରିଥିଲେ, ଏବେ ମିଳିଲା ‘ନାଇଟ୍‌ହୁଡ୍‌’ ଉପାଧି

କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ ଖେଳାଳି ଜେଫ୍ରି ବୟକଟ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଇଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। ତେବେ ଜେଫ୍ରି ବୟକଟଙ୍କୁ ‘ନାଇଟ୍‌ହୁଡ’ ସମ୍ମାନରେ...

Leave a comment

Your email address will not be published. Required fields are marked *