Posted inଜାତୀୟ

ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ୨୪ ବର୍ଷ ବୟସ୍କା ମହିଳା

ନୂଆଦିଲ୍ଲୀ,୯।୨: ଉତ୍ତରଖଣ୍ଡ ଋଷିକେଶରେ ଜଣେ ୨୪ ବର୍ଷ ବୟସ୍କା ମହିଳା ଏକଥରେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁପୁତ୍ର ଏବଂ ୨ ଜଣ ଶିଶୁକନ୍ୟା ଅଛନ୍ତି। ସ୍ଥାନୀୟ ଏମ୍ସ୍‌ରେ ଏଭଳି ଘଟଣା ଘଟିଛି। ଉତ୍ତରକାଶୀ ବାରାକୋଟର ଏହି ମହିଳା ୩୪ ସପ୍ତାହ ଗର୍ଭଧାରଣ କରିବା ପରେ ପ୍ରସବ ପାଇଁ ଏମ୍ସ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରତି ସାତ ଲକ୍ଷ ପ୍ରସବରେ ଏଭଳି ଗୋଟିଏ ଘଟଣା ଘଟିଥାଏ ବୋଲି ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନୁପମା ବାହାଦୁର କହିଛନ୍ତି। ଡେରାଡୁନ୍‌ ହସ୍ପିଟାଲ ମହିଳାଙ୍କୁ ଏମ୍ସ୍‌କୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ଅଲ୍ଟାସାଉଣ୍ଡ କରାଯିବା ପରେ ମହିଳାଙ୍କ ଗର୍ଭରେ ୪ଟି ସନ୍ତାନ ଥିବା ଜଣାପଡ଼ିଥିଲା। ମହିଳାଜଣକଙ୍କ ଠାରେ ରକ୍ତହୀନତା ଥିବାରୁ ତାଙ୍କୁ ୩ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ମହିଳାଙ୍କ ସର୍ଜରୀ କରାଯାଇ ପ୍ରସବ କରାଯାଇଥିବା ଅନୁପମା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ଜାଣନ୍ତୁ ଏପରି…

ଏବେ ବଜାରରେ ନକଲି ଜିରା ମିଳୁଛି। ଏହା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି। ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ...

ପ୍ରତିଯୋଗିତାରେ ପାରା ଜିତିନେଲେ କାର୍‌ ଓ ବାଇକ୍‌

ଲକ୍ଷ୍ନୌ,୧।୬: ଖେଳ ପ୍ରତିଯୋଗିତାରେ ବିଜେତାଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ପାରା ଏଭଳି ପ୍ରତିଯାଗିତାରେ ଅଂଶଗ୍ରହଣ କରି କାର ଓ ବାଇକ୍‌ ଜିଣିବା ଶୁଣିଲେ...

ଭାଜପା ଜାରି କଲା ୯ ଜଣିଆ ତାଲିକା

ନୂଆଦିଲ୍ଲୀ,୧୨ା୩(ପି.ଟି.): ଆସନ୍ତା ୨୬ରେ ୧୭ ରାଜ୍ୟର ୫୫ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଏଥିଲାଗି ଭାଜପା ପକ୍ଷରୁ ବୁଧବାର ସନ୍ଧ୍ୟାରେ ୯ ଜଣିଆ...

ସୀମା ଟପିଲାଣି ବର୍ବରତା

ନୂଆଦିଲ୍ଲୀ,୬।୧୨:ଦେଶରେ ଯୌନ ପିପାସୁଙ୍କ ବର୍ବରତା ସୀମା ଟପିଲାଣି। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାକୁ ନେଇ...

ସିଏଏ, ଏନ୍‌ଆରସି ବିରୋଧ ପ୍ରଦର୍ଶନ ସମୟରେ ଜାମିଆ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୦।୨: ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସୋମବାର ଏକ ଶୋଭାଯାତ୍ରା ବାହାର କରିଥିଲେ। ସେହି ସମୟରେ ଛାତ୍ର ଓ ପୋଲିସ...

ବିନା ଚାର୍ଜରରେ ମୋବାଇଲ୍‌ ଫୋନ୍‌ ହେବ ଚାର୍ଜ

ନୂଆଦିଲ୍ଲୀ: ଏମିତି ଅନେକ ଥର ହୋଇଥିବ, ଆପଣ ଘରେ ଚାର୍ଜର ଭୁଲି ମୋବାଇଲ ସାଙ୍ଗରେ ନେଇ ବାହାରି ପଡ଼ିଥିବେ। ଆଉ କିଛି ସମୟ ପରେ ଯେତେବେଳେ...

ପିତାଙ୍କୁ ମୁଖାଗ୍ନି ଦେଇ ୧୨ ବର୍ଷର ଝିଅ କାନ୍ଦି କାନ୍ଦି କହିଲେ ‘ହାପି ଫାଦର୍ସ ଡେ’

ଇନ୍ଦୋର,୧୭।୬: ମଧ୍ୟପ୍ରଦେଶ ଇନ୍ଦୋରର ରିଜିଓନାଲ ପାର୍କ ମୁକ୍ତିଧାମ ଶ୍ମଶାନରେ ଦେଖିବାକୁ ମିଳିଛି ଏକ କରୁଣ ଦୃଶ୍ୟ। ଏଠାରେ ୩୮ ବର୍ଷ ବୟସ୍କ ବ୍ୟବସାୟୀ ଜୟ ଓ୍ବାଟଓ୍ବାନୀଙ୍କ...

ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ୨ ଯୁବତୀ

ଚଣ୍ଡିଗଡ଼,୬।୭: ନ୍ୟାୟ ପାଇଁ ପଞ୍ଜାବର ୨ ଜଣ ଯୁବତୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ରକ୍ତରେ ଚିଠି ଲେଖିଛନ୍ତି। ସ୍ଥାନୀୟ ମୋଗା ସହରରେ ବାସ କରୁଥିବା...

Leave a comment

Your email address will not be published. Required fields are marked *