Posted inଫୁରସତ

ବାପା ଚଢେଇ

ଜୀବଜଗତରେ ଅନେକ ଅଜବ ପ୍ରାଣୀ ଅଛନ୍ତି। ସେମିତି ଏକ ପ୍ରାଣୀ ହେଉଛି ଆଫ୍ରିକୀୟ ଜାକାନା ଚଢେଇ। ଏହା ସାଧାରଣତଃ ଆର୍ଦ୍ର ଅଞ୍ଚଳରେ ରହେ। ପାଣି ଉପରେ ତଥା ପାଣିରେ ଭାସମାନ କଇଁ, ପଦ୍ମ ପତ୍ର ଉପରେ ଏହା ଚାଲିପାରେ। ଲମ୍ବା ଲମ୍ବା ପତଳା ଗୋଡ ସାଙ୍ଗକୁ ୭ ସେ.ମି ଲମ୍ବର ପଞ୍ଝା ଯୋଗୁ ପାଣି ଉପରସ୍ଥ ପତ୍ର ଉପରେ ଏମାନେ ଚାଲିପାରନ୍ତି। ଅଧିକାଂଶ ସମୟ ଏହି ଚଢେଇ ପାଣିରେ ରହୁଥିବାରୁ ଏହାକୁ ‘ଲିଲି ଟ୍ରଟର୍‌’ ବି କହନ୍ତି। ଏହାବାଦ ଏହି ଚଢେଇ ଏକ ଭଲ ବାପା ମଧ୍ୟ, ଯେକି ଛୁଆଙ୍କ ସୁରକ୍ଷା କବଚ ପାଲଟିଥାଏ। ଆଉ ସେମାନଙ୍କର ସବୁ ଦାୟିତ୍ୱ ବାପା ହିଁ ତୁଲାଇଥାଆନ୍ତି। ବିପଦ ଆସୁଥିବା ଦେଖିଲେ ବାପା ଜାକାନା ପିଲାମାନଙ୍କୁ ନିଜ ଡେଣା ଭିତରେ ଲୁଚାଇ ରଖି ଦିଅନ୍ତି। ପିଲାଙ୍କର ଦେହ ଲୁଚି ଯାଉଥିବାବେଳେ ଗୋଡ ଝୁଲି ରହିଥିବା ଦେଖାଯାଏ। ଯଦ୍ଦ୍ବାରା ବାପା ଚଢେଇର ଅନେକ ଗୋଡ ଥିବା ପରି ଲାଗେ। ବାପା ଜାକାନାର ଛୁଆଙ୍କୁ ବିପଦରୁ ସୁରକ୍ଷା ଦେବାର ଏହି ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ହୋଇଥାଏ।


All Right Reserved By Dharitri.Com

ଶିଥିଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢୁଥିବାବେଳେ ଏବେ ଏକ ନୂଆ ସଙ୍କଟର ପଦଧ୍ୱନି ଶୁଣିବାକୁ ମିଳିଛି। ସବୁଜ ଗ୍ରହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର...

ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ସାମଗ୍ରୀ, ପଡ଼ିବ ଲକ୍ଷ୍ମୀଙ୍କ କୃପାଦୃଷ୍ଟି

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଏହି ଖାସ୍‌ ଉତ୍ସବରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା ସହିତ...

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ...

ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ...

ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ,...

ଦେଶର ସବୁଠୁ ଭୟାନକ ଦୁର୍ଗ, ସନ୍ଧ୍ୟା ହେଲେ ଯିବାକୁ ଲାଗିବ ଡର

ଆମ ଦେଶରେ ପୁରୁଣା ଯୁଗର କିଛି ଦୁର୍ଗ ଆଜି ବି ରହିଛି। ସେଥିମଧ୍ୟରୁ କେତେକ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଆଉ କିଛି ଭୟାନକ। ଏହିପରି ଏକ...

ଭାରତର ଏହି ନଦୀ ମଧ୍ୟରେ ରହିଛି ହଜାର ହଜାର ଶିବଲିଙ୍ଗ

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ଜାଣିବା ବହୁ କଷ୍ଟକର। ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ନାଟକରେ ଏମିତି ଏକ ସ୍ଥାନ ଅଛି,...

ଆଳୁ ଆକୃତି ହୋଟେଲ

ଯୁକ୍ତରାଷ୍ଟ୍ର ଆମେରିକାର ଇଡାହୋ ରାଜ୍ୟର ରାଜଧାନୀ ବୋଇସେଠାରେ ରହିଛି ଏଭଳି ଏକ ହୋଟେଲ, ଯାହା ହେଖିବାକୁ ଆଳୁ ଆକୃତିର। ଏହି ହୋଟେଲକୁ ଦେଖିଲେ ଲାଗେ ମାଟି...

Leave a comment

Your email address will not be published. Required fields are marked *