ପ୍ରଦୀପଙ୍କ ଶିବ ଓ ସାବିତ୍ରୀ

ପ୍ରଦୀପ ବେହେରା ଏକାଧାରରେ ଜଣେ ନାଟ୍ୟକାର ଆଉ ନିର୍ଦ୍ଦେଶକ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ତାଙ୍କ ରଚିତ ତଥା ନିର୍ଦ୍ଦେଶିତ ନାଟକଗୁଡ଼ିକ ଚର୍ଚ୍ଚାରେ ରହିବ ବୋଲି ଦର୍ଶକମାନେ ମତବ୍ୟକ୍ତ କରୁଛନ୍ତି। ତାଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’, ‘ଲକ୍ଷେ ଶିବ ପୂଜି ପାଇଛି ତତେ’, ‘ଆପଣମାନେ ଖୁସି ତ’ ଏବଂ ‘ଲକ୍ଷେ ପୁଅ ନଷ୍ଟ ତୋରି ପାଇଁ’। ପ୍ରଥମ ତିନୋଟି ନାଟକକୁ ସେ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚଳିତ ଖଣ୍ଡଗିରି ଯାତ୍ରା ମେଳା ପାଇଁ ଏହି ନାଟ୍ୟକାର-ନିର୍ଦ୍ଦେଶକ ମୁଖ୍ୟତଃ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ଏବଂ ‘ଲକ୍ଷେ ଶିବ ପୂଜି ପାଇଛି ତତେ’କୁ ନେଇ ଆଶାବାଦୀ ଅଛନ୍ତି। ସ୍ବାମୀକୁ ଦେବତା ଭଳି ଭଲ ପାଉଥିବା ଜଣେ ସାବିତ୍ରୀ (ପତ୍ନୀ) ଏମିତି ଏକ ପରିସ୍ଥିତିରେ ପଡୁଛି ଯେ, ସେ ତା’ର ସ୍ବାମୀକୁ ଆଉ ଜଣକୁ ଦେଇଦେବା ପାଇଁ ବାଧ୍ୟ ହେଉଛି। ନିଜ ଛାତିରେ ପଥର ରଖି ସେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ଏଭଳି ଭୟଙ୍କର ତ୍ୟାଗ କରୁଛି। ଏପରି ଏକ ସମ୍ବେଦନଶୀଳ କାହାଣୀକୁ ନେଇ ରଚିତ ହୋଇଛି ନାଟକ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’। ସେହିଭଳି ସ୍ବାମୀ, ସ୍ତ୍ରୀ ଓ ପୁଅ ମଧ୍ୟରେ ରହିଥିବା ସମ୍ପର୍କର ଏକ ନିଚ୍ଛକ କାହାଣୀ ହେଉଛି ‘ଲକ୍ଷେ ଶିବ ପୂଜି ପାଇଛି ତତେ’। ଶିବଙ୍କ କୃପାରୁ ସ୍ବାମୀ ସ୍ତ୍ରୀ ପରସ୍ପରକୁ ପାଇଛନ୍ତି। ପୁଣି ଶିବଙ୍କୁ ପୂଜି ସେମାନେ ପୁଅଟିଏ ପାଇଛନ୍ତି। ହେଲେ ସେହି ପୁଅ କ’ଣ ବାପମା’ଙ୍କ ସେବା, ତ୍ୟାଗର ମୂଲ୍ୟ ବୁଝୁଛି। ଅବହେଳିତ ହୋଇ ବି କ’ଣ ସ୍ବାମୀ ସ୍ତ୍ରୀ ପରସ୍ପରର ହାତ ଛାଡ଼ି ଦେଉଛନ୍ତି। ଏମିତି ଅନେକ ପ୍ରଶ୍ନର ଉତ୍ତର ହେଉଛି ପ୍ରଦୀପ ବେହେରାଙ୍କ ରଚିତ ନିର୍ଦ୍ଦେଶିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’।


All Right Reserved By Dharitri.Com

ଭାଇରାଲ ହେଉଛି ସୁମୋନାଙ୍କ ଦେଶୀ ଲୁକ୍‌

ବମ୍ବେ: ଦେଶୀ ଅବତାରରେ ସୁମୋନା ଚକ୍ରବର୍ତ୍ତୀ। କଥାଟି ଆମେ ମନରୁ କହୁନାହୁଁ ବରଂ ସୋସିଆଲ ମିଡିଆରେ ସେ ଶେୟାର କରିଥିବା କିଛି ଫଟୋରେ ତାଙ୍କର ଦେଶି...

ରିୟା @ ୩୩: ପ୍ରଯୋଜିକା ଭାବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ଝିଅ ରିୟା କପୁର ମାର୍ଚ୍ଚ ୫ରେ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ମୁମ୍ବାଇରେ ଜନ୍ମିତ...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

ଆମୀର କରିବେ ନୂଆ ରେକର୍ଡ: ଆଗାମୀ ଫିଲ୍ମ ପାଇଁ ଭାରତର ୧୦୦ ସ୍ଥାନରେ କରିବେ ଶୁଟିଂ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ମାର୍କେଟିଂ ଗୁରୁ କୁହାଯାଉଥିବା ଆମୀର ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍‌ଢ଼ା’ ର ପ୍ରଚାର ପାଇଁ...

ବିଜ୍ଞାପନ ଲାଗି ଗୋଟିଏ ଦିନରେ ସଲ୍‌ମାନଙ୍କୁ ମିଳେ…

ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍‌ ଷ୍ଟାର୍‌ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ ଥିବା...

ଆରମ୍ଭରୁ ଡବଲ ରୋଲ୍‌

ନବାଗତା ସୁମନପ୍ରିୟାଙ୍କୁ ତାଙ୍କର ଡେବ୍ୟୁ ସିନେମାରେ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ଅପରପକ୍ଷରେ ଏଭଳିି ଭିନ୍ନ ଭୂମିକା ଦ୍ୱୟର ସଫଳତାକୁ ନେଇ ବେଶ୍‌ ଆଶା ରଖିଛନ୍ତି...

ଖୁବ୍‌ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ବେଶ୍‌ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଉଭୟ ଏହା...

ଲମ୍ବା ରେସ୍‌ର ଘୋଡ଼ା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନାକଳସ ଢାଳିବା। ଦେଖୁନାହାନ୍ତି, ଜଲିଉଡ୍‌ରେ ପାଦ ଦେଉ ଦେଉ ସେ କେମିତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।...

Leave a comment

Your email address will not be published. Required fields are marked *