ଭଙ୍ଗା ଆମ୍ବୁଲାନ୍ସରେ ରୋଗୀ ସେବା

ଗୋପ, ୯ା୨(ଡିି.ଏନ୍‌.ଏ): ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଘଟିଛି। ଏପରି କି ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯାଉଛି। ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି ହେଉଛି।

ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘବର୍ଷ ହେଲା ଏକମାତ୍ର ୧୦୮ ଆମ୍ବୁଲାନ୍ସ (ନଂ. ଓଡ଼ି ୦୨ଇ-୯୩୫୧) ଦ୍ୱାରା କାର୍ଯ୍ୟ ସମ୍ପନ୍ନ ହୋଇଆସୁଛି। ତେବେ ଆମ୍ବୁଲାନ୍ସଟି ବହୁ ପୁରୁଣା ହୋଇଯାଇଥିବାବେଳେ ଏହାର ପଛ ଡୋର୍‌ ଭାଙ୍ଗିଯାଇଛି। ଗୋଟିଏ ମାତ୍ର ଡୋର୍‌ ଲାଗିଛି। ନୂତନ ଡୋର୍‌ ଲଗାଯାଉ ନାହିଁ କି ମରାମତି କରାଯାଉ ନାହିଁ। ଫଳରେ ରୋଗୀଙ୍କୁ ନେବା ଆଣିବା କରିବାରେ ସମସ୍ୟା ଉପୁଜୁଛି। ବିଶେଷକରି ଶୀତ ଓ ବର୍ଷାଦିନେ ରୋଗୀଙ୍କୁ ହଇରାଣ ହେବାକୁ ପଡୁଛି। ଜରୁରିକାଳୀନ ପରିସ୍ଥିତିରେ ରୋଗୀ ନେବା ଆଣିବା କରିବା ନିମନ୍ତେ ଏହି ୧୦୮ ଆମ୍ବୁଲାନ୍ସଟି କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶିବପ୍ରସାଦ ମଙ୍ଗରାଜ କହିଛନ୍ତି, ଏ ନେଇ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ତୁରନ୍ତ ଆମ୍ବୁଲାନ୍ସ ମରାମତି ପାଇଁ ପଦକ୍ଷେପ ନେବେ।


All Right Reserved By Dharitri.Com

ଜିଆର୍‌ଏସ୍‌ଙ୍କ ବଦଳି: ରହିତାଦେଶ ଜାରି କଲେ ହାଇକୋର୍ଟ

ହାଟଡିହୀ,୬। ୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ସ୍ବଳ୍ପ ଦରମାରେ କାର୍ଯ୍ୟ କରୁଥିବା ୩୦ ଜଣ ଜିଆରଏସ୍‌ଙ୍କର ଡିଆର୍‌ଡିଏ ଚିଠି ନଂ....

ମେଳା ପାଇଁ ସଜେଇ ହେଉଛି ବରୁଣେଶ୍ୱର ପୀଠ : ଜାଗା ସଂରକ୍ଷଣ ପାଇଁ ବ୍ୟବସାୟୀଙ୍କ ଭିଡ଼

ବିଞ୍ଝାରପୁର,୬ା୧(ଡି.ଏନ.ଏ)- ପ୍ରସିଦ୍ଧ ବରୁଣେଶ୍ୱର ମେଳା ଆଉ ମାତ୍ର ୮ ଦିନ ବାକି ରହିଛି। ମେଳା ସୁପରିଚାଳନା ପାଇଁ ଆୟୋଜକଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଚଳିତ...

୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ

ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର...

ଅନ୍ତୁଳିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ଶିକ୍ଷକ:ପ୍ରଶାସନକୁ ୭ ଦିନ ସମୟ ଦେଲେ ଗ୍ରାମବାସୀ

ଅନୁଗୋଳ ଅଫିସ, ୯।୭ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନ୍ତୁଳିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନାହାନ୍ତି।...

ବଜ୍ରାପାତରେ ଯୁବକ ମୃତ

ଚିକିଟି,୨ା୬(ଡି.ଏନ.ଏ.)-ଚିକିଟି ଫାଣ୍ଡି ଭୋଳାସିଙ୍ଗି ଗ୍ରାମରେ ରବିବାର ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଉକ୍ତ ଗ୍ରାମର ସୁରେନ୍ଦ୍ର ସାହୁ (୪୨)। ସୁରେନ୍ଦ୍ର ଅପରାହ୍ନରେ...

ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ

ଭଦ୍ରକ ଅଫିସ, ୨୫।୯:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରମ୍ଭିଳା ପଞ୍ଚାୟତ ଅନ୍ତର୍ଗତ ଉଆସ ଗ୍ରାମର ବୃଦ୍ଧ ମହେଶ୍ୱର ସେନାପତି ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।...

୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍‌ ଲାଗି ଛଟକୁଛନ୍‌ ୩ ଖଁଡ଼ ଗାଁର ଲୋକ୍‌

ସୋହେଲା,୧୭ା୫(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍‌କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀ...

ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଛକାପଞ୍ଝା: ଛାତ୍ରଙ୍କୁ ନିର୍ଯାତନା, କଲେଜ ଯିବାକୁ ବାରଣ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ବେଳେ ଏ ନେଇ ବିଭିନ୍ନ କଲେଜରେ...

Leave a comment

Your email address will not be published. Required fields are marked *