ଶ୍ରମିକ ଛଟେଇ ପାଇଁ ଖଣି କମ୍ପାନୀର ନୋଟିସ୍‌ :  ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦେଲା ଏଆଇଟିୟୁସି

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଥିବା କେତେ ଗୁଡିଏ ଖଣି ଗୁଡିକର ନିଲାମ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଅନ୍ୟ କେତେ ଗୁଡିକର ନିଲାମ ପ୍ରକ୍ରିୟା ଆଗକୁ ରହିଛି। ଏହି ନିଲାମ ପ୍ରକ୍ରିୟା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ନିଲାମ ହାତେଇଥିବା କମ୍ପାନୀ ଗୁନିକୁ ଲେଟର ଅଫ୍‌ ଇଣ୍ଟେଣ୍ଟ ପ୍ରଦାନ କରାଯିବ।
ଇତି ମଧ୍ୟରେ ଖଣି ନିଲାମ ଦ୍ୱାରା କେବଳ ସିରାଜୁଦ୍ଦିନ୍‌ କମ୍ପାନୀ ତାର ବଳଦା ଖଣି ଓ କେ.ଏନ. ରାମ୍‌ କମ୍ପାନୀ ରୋଇଡା ଖଣିକୁ ପୁନଃ ନିଜ ଅଧୀନକୁ ଆଣିବାରେ ସଫଳ ହୋଇଛି। ଅନ୍ୟ ସବୁ ବଡ ବଡ ଖଣି ତଥା କେଜେ୍‌ଏସ୍‌ ଆହାଲୁଓ୍ବାଲିଆ ନୂଆଗାଁ ଲୌହ ଖଣି ଓ ରୁଙ୍ଗଟାର ଜଜାଙ୍ଗ ଖଣି ଜେଏସଡବ୍ଲ୍ୟୁ କମ୍ପାନୀକୁ ମିଳିଥିବା ବେଳେ ଏସେଲ୍‌ ମାଇନିଂର ଜିଲିଂ ଖଣି ଶ୍ୟାମ୍‌ ସେଲ୍‌ ଏବଂ କେ.ପି ମିନେରାଲ୍ସର ଠାକୁରାଣୀ ଖଣି ଆର୍ସେଲର ମିତଲ କମ୍ପାନୀକୁ ମିଳିଛି ା ପୁନଃ ଲିଜ୍‌ ପାଇ ନ ଥିବା ସମସ୍ତ ଖଣି କମ୍ପାନୀ ଗୁଡ଼ିକ ନିଜ ନିଜର ଶ୍ରମିକଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରି କରିଥିବା ବେଳେ ବର୍ତ୍ତମାନ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ନୂତନ ଲିଜ୍‌ ପାଇଥିବା କମ୍ପାନୀଗୁଡ଼ିକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ତେଣୁ ହଜାର ହଜାର ଶ୍ରମିକ ସେମାନଙ୍କର କର୍ମ ସଂସ୍ଥାନ ହରାଇବାର ଆଶଙ୍କା ଦେଖାଦେଇଛି ା ରାଜ୍ୟ ସରକାର ନୂତନ ଲିଜ୍‌ ଧାରୀମାନଙ୍କୁ କାର୍ଯ୍ୟାଦେଶ ଦେବା ସମୟରେ ସମସ୍ତ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଯୁକ୍ତିର ସର୍ତ୍ତ ରଖିବା ପାଇଁ ଏଆଇଟିୟୁସି ପକ୍ଷରୁ ଦାବି କରାଯାଇଛି ା ଏଣୁ ଖଣିରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଶ୍ରମିକ ସଂଘ ଏଆଇଟିୟୁସି ପକ୍ଷରୁ ଜିଲାରେ ବ୍ୟାପକ ଆନ୍ଦୋଳନ କରାଯିବାର ପ୍ରସ୍ତୁତି କରାଯାଉଥିବା ଏଆଇଟିୟୁସିର ରାଜ୍ୟ ସଂପାଦକ ମହେଶ୍ୱର ରାଉତ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ କି, ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି କରି ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବାର ଆଶଙ୍କା ଦେଇଖାଦେଇଛି। ତେଣୁ ସରକାର ଏଥିପ୍ରତି ଯତ୍ନବାନ ନହେଲେ ଅଞ୍ଚଳରେ ନିଯୁକ୍ତି ପାଇଁ ହିଂସାତ୍ମକ ପରିବେଶ ସୃଷ୍ଟି ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି କୁହାଯାଇଛି।


All Right Reserved By Dharitri.Com

ବଡ଼ବିଲରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ତଳକୁ ଖସିଲା

ବଡ଼ବିଲ,୨୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳର ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବେଲକୁଣ୍ଡି...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୧୩।୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ କେନ୍ଦୁଝର ଗସ୍ତରେ ଆସି ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ଡାକ୍ତରଖାନାର...

ଜୈବିକ ସାର ପ୍ରସ୍ତୁତ କରି କରନ୍ତି ଚାଷ

ବଉଳା, ୧୨। ୩(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢ଼େଙ୍କା ପଞ୍ଚାୟତର ଡେଙ୍ଗାଚୁଆ ଗ୍ରାମର ଆଦିବାସୀ ଯୁବକ ଗୋବିନ୍ଦ ମାଝୀ ଜୈବିକ ସାର ପ୍ରସ୍ତୁତ କରି ତାକୁ...

ବିଶ୍ୱ ଏଡ୍‌ସ ଦିବସ: ସଚେତନତା ସୃଷ୍ଟି ପାଇଁ ଦସ୍ତଖତ ଅଭିଯାନ

କେନ୍ଦୁଝର,୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାମୁଖ୍ୟ ଡାକ୍ତରଖାନା ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି...

ଦାଦନ ଖଟିବାକୁ ଯାଇ ୪ ଯୁବକ ନିର୍ଯାତନାର ଶିକାର

ପାଟଣା,୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମର ୪ଜଣ ଯୁବକ ୩ ଜଣ ଦଲାଲଙ୍କ ଜରଆରେ ଦିଲ୍ଲୀ ଯାଇ ପରେ ରାଜସ୍ଥାନର ଆଇସ୍କ୍ରିମ...

ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ...

୫୦ବର୍ଷ ବିତିବା ସତ୍ତ୍ୱେ ଘୁଞ୍ଚିନି ବିସ୍ଥାପିତଙ୍କ ଦୁର୍ଦ୍ଦଶା

ହାଟଡିହୀ,୨୮।୧୨(ଡି.ଏନ.ଏ.)- ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ଏଯାଏ ଦୂର ହୋଇନି। ଏହାମଧ୍ୟରେ ୫୦ରୁ ଅଧିକ ବର୍ଷ ବିତିଗଲାଣି।...

୨ ବର୍ଷ ପରେ ବି ଚାଷୀଙ୍କୁ ମିଳିନି ଗଭୀର ନଳକୂପ

ଚମ୍ପୁଆ, ୫ା୧୨(ଡି.ଏନ.ଏ)- ଚମ୍ପୁଆ ଉଠାଜଳସେଚନ ବିଭାଗରେ ଦୁଇ ବର୍ଷ ତଳୁ ଗଭୀର ନଳକୂପ ପାଇଁ ଆବେଦନ କରିଥିବା ଚାଷୀମାନେ ବର୍ତ୍ତମାନ ସୁଦ୍ଧା ନଳକୂପ ପାଇ ନ...

Leave a comment

Your email address will not be published. Required fields are marked *