ବଡ଼ରମା ରେଞ୍ଜରେ ମାଈହାତୀର ମୃତ୍ୟୁ

ଜମନକିରା,୮।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବଡ଼ରମା ରେଞ୍ଜ ପଥୁରିଆରେ ଶନିବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ବନ ବିଭାଗ ପକ୍ଷରୁ ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦିଆଯାଇଥିବା ନେଇ ବାମରା ଡିଏଫ୍‌ଓ ନୃସିଂହଚରଣ ମିଶ୍ର ପ୍ରକାଶ କରିଛନ୍ତି।
ବନ ବିଭାଗର ସୂଚନା ଅନୁଯାୟୀ, କିଛି ଦିନ ହେଲା ବୃଦ୍ଧା ହାତୀଟି ତା’ ଛୁଆ ସହ ବଡ଼ରମା ପଥୁରିଆ ଜଙ୍ଗଲ ପାଖାପାଖି ବୁଲାବୁଲି କରୁଥିଲା। ଏହା ଦେଖି ଗାଁଲୋକ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଶୁକ୍ରବାର ରାତିରେ ବଡ଼ରମା ବନ ବିଭାଗ ପକ୍ଷରୁ ଜମନକିରା ପ୍ରାଣୀ ଚିକିତ୍ସକ ଡା. ସାରଦାପ୍ରସନ୍ନ ସିଂବରିହାଙ୍କୁ ନେଇ ଚିକିତ୍ସା କରିବା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ପାଖରେ ଥିବା ଛୁଆହାତୀର ଅବସ୍ଥିତି ଯୋଗୁ ଡାକ୍ତର ଚିକିତ୍ସା ପାଇଁ ସାହସ କରିପାରି ନ ଥିଲେ। ଆଜି ପୁନର୍ବାର ହାତୀଥିବା ସ୍ଥାନକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ହାତୀଟିର ମୃତ୍ୟୁ ହୋଇଥିବା ଜାଣିଥିଲେ। ବ୍ୟବଚ୍ଛେଦ ପରେ ଏକ ଜେସିବି ସାହାଯ୍ୟରେ ମାଟି ଖୋଳି ମୃତ ହାତୀଟିକୁ ପୋତି ଦିଆଯାଇଥିବା ଜଣାପଡ଼ିଛି। ହାତୀଟିର ବୟସ ୫୦ରୁ ୬୦ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି। ଏଥିରେ ଡିଏଫ୍‌ଓଙ୍କ ସମେତ ଏସିଏଫ୍‌ ଯଦୁମଣୀ କେର୍କେଟା, ରେଞ୍ଜର ରିସ୍ନା ଜାମୁଡାଳିଆ, ଫରେଷ୍ଟର, ଫରେଷ୍ଟଗାର୍ଡ, ବିଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ବିଜୁଳି ବିଲ୍‌ ଆଦାୟ ବେଳେ ମାଡ଼

ଅନୁଗୋଳ ଅଫିସ୍‌, ୧୬।୩: ବକେୟା ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ ଯାଇଥିବାବେଳେ ରବିବାର ଅନୁଗୋଳ ଏନଜେନ୍‌ କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ପାତ୍ରଙ୍କୁ ମାଡ଼ ମରାଯାଇଥିବା ଥାନାରେ...

୧୫୦ ପରିବାର ସ୍ଥାନାନ୍ତର

ବନ୍ତଳା,୧୫ା୮ (ଡି.ଏନ.ଏ.) ମହାନଦୀରେ ବନ୍ୟା ଯୋଗୁ ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡା ପଞ୍ଚାୟତର ୪ ଗାଁ ପାଣି ଘେରରେ ରହିଛି। ତେବେ ଉକ୍ତ ଗାଁରୁ...

ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ...

ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା

ଜଳେଶ୍ୱର, ୬।୮-ମଣିଷ ବଞ୍ଚିଥିବା ବେଳେ ଯେତେ ବାଦବିବାଦ ଥାଉ ନା କାହିଁକି ମୃତ୍ୟୁ ପରେ ସମସ୍ତେ ତାହାକୁ ଭୁଲିଯାଇଥାନ୍ତି। ଏହାକୁ କୁହାଯାଏ ମଣିଷପଣିଆ। ହେଲେ ବାଲେଶ୍ୱର...

କାର୍ତ୍ତିକ ନାଏକ ହତ୍ୟା ମାମଲା: ଅଭିଯୁକ୍ତ ପୁତୁରାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ମଙ୍ଗଳବାର ବହୁ ଚର୍ଚ୍ଚିତ କାର୍ତ୍ତିକ ନାଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।...

ପୌରପାଳିକା ପକ୍ଷରୁ ଉଠା ପରିବା ଦୋକାନୀଙ୍କୁ ସ୍ଥାନାନ୍ତର

ଯୋଡ଼ା,୨୫।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ପକ୍ଷରୁ ସହରର ମୁଖ୍ୟ ରାସ୍ତାକଡ଼ରେ ଥିବା ପରିବା ଦୋକାନୀଙ୍କୁ ସ୍ଥାନାନ୍ତର କରାଯାଇଛି। ରବିବାର ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ...

ଶିକ୍ଷକଙ୍କଠାରୁ ଲୁଟ୍‌ କରି ପଳାଉଥିବା ବେଳେ ଧରା ପଡ଼ିଲେ ଲୁଟେରା

ବସ୍ତା, ୨୯।୬(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ଓ ତାହାର ଆଖପାଖ ଅଞ୍ଚଳରେ  ଲୁଟେରାଙ୍କ ଦୌରାମତ୍‌ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ବିଶେଷ...

‘ସ୍କୁଲ ପିଲାଙ୍କୁ ଯୋଡିଲେ ବହିହାଟ ସଫଳ ହେବ’

ବଲାଙ୍ଗୀର ଅଫିସ, ୧୦ା୧ – ୧୫ତମ ବଲାଙ୍ଗୀର ବହିହାଟ ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି...

Leave a comment

Your email address will not be published. Required fields are marked *