Posted inଫୁରସତ

କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ବେଦୀରୁ ଉଠି ଚାଲିଗଲେ ବର

ବେଙ୍ଗାଲୁରୁ : ବିବାହ ସମୟରେ କନ୍ୟାପକ୍ଷ ଯାନିଯୌତୁକ ଦେଇ ନ ପାରିଲେ ବେଦୀରୁ ବର ଉଠି ଚାଲିଯିବା ଖବର ଶୁଣିଥିବେ। ମାତ୍ର କନ୍ୟାଙ୍କ ଶାଢ଼ି ପସନ୍ଦ ହେଲା ନାହିଁ ବୋଲି ବର ଉଠି ଚାଲିଯିବା ଖବର ଶୁଣିଲେ ଯେତିକି ହାସ୍ୟାସ୍ପଦ ସେତିକି ଆଶ୍ଚର୍ଯ୍ୟ ମଧ୍ୟ। ମାତ୍ର ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ନାଟକର ହାସନ ଜିଲାରେ। ୨୯ ବର୍ଷୀୟ ବର ବିଏନ୍‌ ରଘୁକୁମାର କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ଉଠି ଚାଲିଯାଇଥିବା କହିଛନ୍ତି ହାସନ୍‌ର ଏସ୍‌ପି ଶ୍ରୀନିବାସ ଗୌଡ଼ା।

ସେ କହିଛନ୍ତି, ରଘୁକୁମାର ଏବଂ ସଂଗୀତା ନାମ୍ନୀ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ପରିବାର ସହମତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାତ୍ର ସଂଗୀତା ବେଦୀରେ ପିନ୍ଧିଥିବା ଶାଢ଼ି ରଘୁକୁମାରଙ୍କ ମାତାପିତାଙ୍କ ପସନ୍ଦ ଆସି ନ ଥିଲା। ଶାଢ଼ି ଖରାପ ଦିଶୁଛି ବୋଲି କହିବା ସହ ଏହାକୁ ବଦଳାଇବାକୁ କହିଥିଲେ।

ଏହି ଛୋଟକଥାକୁ ନେଇ କଳିଝଗଡ଼ା ଆରମ୍ଭ ହେବା ସହ ସଂଗୀତାଙ୍କ ମାତାପିତା ଶାଢ଼ି ବଦଳାଇବାକୁ ରାଜି ହୋଇ ନ ଥିଲେ। ତେଣୁ ସେମାନେ ବିବାହ ବନ୍ଦ କରି ଦେଇଥିଲେ। ରଘୁକୁମାର ସେହିଦିନଠାରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି।


All Right Reserved By Dharitri.Com

ଯେଉଁ ପୋଷା ଜୀବଙ୍କୁ ପିନ୍ଧାଯାଉଛି ଡାଏପର୍‌

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ନ୍ୟୁୟର୍କ, ଡେନେଭର୍‌ ଏବଂ ଲସ୍‌ଏଞ୍ଜେଲ୍ସ ଆଦି ସ୍ଥାନରେ ଏବେ ଛୋଟ ପିଲାଙ୍କ ଭଳି ପୋଷା ଜୀବଙ୍କୁ...

ଯେଉଁଠି ଟାର୍ଗେଟ୍‌ ପୂରଣ ନ କଲେ କର୍ମଚାରୀଙ୍କୁ ଲଣ୍ଡା ହୋଇ ବୁଲିବାକୁ ପଡ଼ିଥାଏ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଏଭଳି ଏକ କମ୍ପାନୀ ବିଷୟରେ ଏବେ ଶୁଣିବାକୁ ମିଳୁଛି, ଯେଉଁଠାରେ କର୍ମଚାରୀଙ୍କୁ କାମ ବିଳମ୍ବ...

ଲୁଣ ଖଣିରେ ସ୍ପା

ମନ, ଶରୀରକୁ ରିଲାକ୍ସ କରିବା ପାଇଁ ଆଜିକାଲି ବିଭିନ୍ନ ବିୟୁଟି ଥେରାପି ସଂସ୍ଥା ବିଭିନ୍ନ ସ୍ପା ସେବା ପ୍ରଦାନ କରିଥାନ୍ତି। ତେବେ ୟୁରୋପର ବେଲାରୁଷଠାରେ ରହିଛି...

କଇଁଛ ପେଟରୁ ବାହାରିଲା ଏପରି ସାମଗ୍ରୀ, ଦେଖିଲେ ହେବେ ଚକିତ

ଆମେରିକାର ଫ୍ଲୋରିଡାସ୍ଥିତ ବୋକାରେଟନ୍‌ରେ ଏକ କଇଁଛ ସମୁଦ୍ର କୂଳକୁ ଚାଲିଆସିଥିଲା। ଗତ ସପ୍ତାହରେ କଇଁଛଟିକୁ ଗୁମ୍ବୋ-ଲିମ୍ବୋ ନେଚର ସେଣ୍ଟରର ସଦସ୍ୟମାନେ ପାଇଥିଲେ। କିନ୍ତୁ କଇଁଛଟି କିଛି...

ଗପିଲେ ମାଗଣାରେ ମିଳିବ ପିଜା

ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମୋବାଇଲ୍‌ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା...

ସ୍ମାର୍ଟ ଟଏଲେଟ୍‌

ଆପଣ ଟଏଲେଟ୍‌ ଯାଇଥିବେ ଆଉ ଟଏଲେଟ୍‌ ସରିବା ପରେ ହିଁ ନିଜ ସ୍ବାସ୍ଥ୍ୟ ସୂଚନା ଜାଣିପାରିବେ। ଏଭଳି ଏକକଥା ଶୁଣିବା ପାଇଁ ଅବଶ୍ୟ ଅଡୁଆ ଲାଗିପାରେ।...

ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ

କୋଏମ୍ବାଟୁର: ବଜାରରେ ବିକ୍ରି ହେଉଥିବା ସାଧାରଣ ସାନିଟାରି ନାପ୍‌କିନ ସମସ୍ୟା ସୃଷ୍ଟି କରୁଥିବାବେଳେ ଏଥିରୁ ମୁକ୍ତିପାଇବା ଲାଗି କୋଏମ୍ବାଟୁରର ଯୁବତୀ ଇଶାନା(୧୮) ପରିବେଶ ଉପଯୋଗୀ ଓ...

କରୋନା ଯୋଗୁ ମହାରାଷ୍ଟ୍ରରେ ପ୍ରଥମରୁ ଅଷ୍ଟମ ଅଲ୍‌ ପାସ୍‌

ମୁମ୍ବାଇ,୨୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ...

Leave a comment

Your email address will not be published. Required fields are marked *