Posted inଜାତୀୟ

ଟ୍ରଷ୍ଟରୁ ବାଦ୍‌ ପଡ଼ିବାରୁ ନୃତ୍ୟଗୋପାଳ କ୍ଷୁବ୍ଧ

ଅଯୋଧ୍ୟା,୮ା୨(ପି.ଟି.): ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ନବଗଠିତ ରାମମନ୍ଦିର ଟ୍ରଷ୍ଟରୁ ବାଦ୍‌ ପଡ଼ିବା ପରେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କୁ ମନାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଭାଜପା ନେତା ତଥା ଅଯୋଧ୍ୟା ବିଧାୟକ ବେଦପ୍ରକାଶ ଗୁପ୍ତା, ମେୟର ଋଷିକେଶ ଉପାଧ୍ୟାୟ ପ୍ରମୁଖ ମନ୍ଦିରକୁ ପଠାଯାଇଥିଲା। ତେବେ ମହନ୍ତ ସେମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ ମନ୍ଦିର ପରିଚାଳନା ବୋର୍ଡକୁ ଏକ ଫୋନ୍‌ କଲ୍‌ ଯାଇଥିଲା। ପରେ ଗୁପ୍ତା ମହନ୍ତ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମଧ୍ୟରେ ଟେଲିଫୋନ କଥାବାର୍ତ୍ତା କରାଇଥିଲେ। ଟ୍ରଷ୍ଟରେ ଖାଲିଥିବା ୩ଟି ପଦବୀରୁ ଗୋଟିଏ ମହନ୍ତ ନୃତ୍ୟଗୋପାଳଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।


All Right Reserved By Dharitri.Com

ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଖିଳେଶ

ଲକ୍ଷ୍ନୌ,୧୫।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସମାଜବାଦୀ ପାର୍ଟି(ଏସପି)ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍‌ ଯୋଗେ...

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା...

ପାକିସ୍ତାନରେ ରେଳ ଟ୍ରାଜେଡି: ଚଳନ୍ତା ଟ୍ରେନ୍‌ରେ ନିଆଁ: ୭୪ ଦଗ୍ଧ

ଇସ୍‌ଲାମାବାଦ/ଲାହୋର,୧-୧୧:(ପି.ଟି./ଆଇଏଏନ୍‌ଏସ୍‌)ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶସ୍ଥିତ ଲିଆକତ୍‌ପୁର ନିକଟରେ ଗୁରୁବାର ସକାଳେ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ତେଜ୍‌ଗାମ୍‌ ଏକ୍ସପ୍ରେସ୍‌ରେ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୧୪ ମୃତ, ୨୫ ଆହତ

ଫିରୋଜାବାଦ,୧୪।୨(ପି.ଟି.):ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଏକ ବସ୍‌ ରାସ୍ତା ପାର୍ଶ୍ୱରେ ଛିଡ଼ାହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣ ଆହତ...

୩୫୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୨୩ା୧୧: ଶ୍ରୀନଗର-ଲେହ ଜାତୀୟ ରାଜପଥ ସଂଲଗ୍ନ ୧୧,୫୭୮ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଜୋଜିଲା ଗିରିପଥରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୩୫୦ ଜଣ ପର୍ଯ୍ୟଟକ ଓ...

ଏପ୍ରିଲ ଫୁଲ୍‌କୁ ନେଇ ଗୁଜବ କଲେ ହେବ କଠୋର କର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୩୧।୩: ରାତି ପାହିଲେ ଏପ୍ରିଲ ପହିଲା ବା ଏପ୍ରିଲ୍‌ ଫୁଲ୍‌। ଏହାକୁ ନେଇ କିଏ କେତେ ଥଟ୍ଟାମଜା କରିଥାଆନ୍ତି। ହେଲେ ଏବେ ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଜନସଭାରେ ମିଳୁଛି ୫ ଟଙ୍କାରେ ଚା’!

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ଇତିମଧ୍ୟରେ ଜନସଭାରେ...

ପରଲୋକରେ ପଦ୍ମଶ୍ରୀ ନବନୀତା ଦେବ୍‌ସେନ

କୋଲକାତା,୮।୧୧: ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୋବେଲ ବିଜେତା ଡ.ଅମର୍ତ୍ତ୍ୟ ସେନଙ୍କ ପ୍ରଥମ ସ୍ତ୍ରୀ ନବନୀତା ଦେବ୍‌ ସେନଙ୍କ ଗୁରୁବାର ସଂନ୍ଧ୍ୟାରେ ଦକ୍ଷିଣ କୋଲକୋତା ସ୍ଥିତ ବାସଭବନରେ ମୃତ୍ୟୁ...

Leave a comment

Your email address will not be published. Required fields are marked *