ହୋଲ୍ଡିଂ ଟିକସ ଆଦାୟର ଶୁଭାରମ୍ଭ କଲେ କିନ୍ନର

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବକେୟା ହୋଲ୍ଡିଂ ଟିକସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ବୀକୃତି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଏକ ବୁଝାମଣାପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା। ଶୁକ୍ରବାର କିନ୍ନର କର୍ମଚାରୀମାନେ କର୍ମକ୍ଷେତ୍ରକୁ ଓହ୍ଲାଇବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ବିଏମ୍‌ସି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ଯୋଗଦେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, ବକେୟା ହୋଲ୍ଡିଂ ଟିକସ ଆଦାୟ କରିବାକୁ ଏଭଳି ଭିନ୍ନ ଧରଣର କାର୍ଯ୍ୟକ୍ରମ ଦ୍ୱାରା ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ସାଧନ ହେବ। ପ୍ରଥମଟି ହେଲା, ସାମାଜିକ ସ୍ରୋତରେ କିନ୍ନରମାନଙ୍କୁ ସାମିଲ କରାଇ ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୃଢ କରିବା, ଦ୍ୱିତୀୟଟି ବିଏମ୍‌ସିର ବକେୟା ଟିକସ ଆଦାୟକୁ ବଢାଇବା। ଯାହା ବିଏମ୍‌ସିର ବିକାଶକୁ ତ୍ୱରାନ୍ବିତ କରିବ। ଏହି ଅବସରରେ ଟି.ଜି. ସ୍ବୀକୃତି ଗ୍ରୁପ୍‌ର ୟୁନିଫର୍ମଧାରୀ ୧୦ ଜଣ ସଦସ୍ୟାଙ୍କୁ ପରିଚୟ ପତ୍ର ପିନ୍ଧାଇଥିଲେ କମିଶନର ଚୌଧାରୀ, ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍‌, ଅବନୀକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର। ଏହାପରେ ସମ୍ପୃକ୍ତ ଗ୍ରୁପ୍‌ ନିଜ ନିଜର ନାରା ବା ସ୍ଲୋଗାନ୍‌ ‘ଟ୍ୟାକ୍ସ ଦିଜିଏ ଦୁଆ ଲିଜିଏ’ କହିଥିଲେ। ପରେ ସେମାନେ ସ୍ଥାନୀୟ ଶହୀଦନଗରକୁ ଯାଇ ଟିକସ ବକେୟା ଥିବା ୪ ମାଲିକଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ମାଲିକଙ୍କଠାରୁ ବକେୟା ରାଶି ୬୬,୨୪୬ ଟଙ୍କା ଆଦାୟ କରିଥିଲେ।
ଟି.ଜି. ସ୍ବୀକୃତି ଗ୍ରୁପ୍‌ର ସଭାପତି ମେଘନା ସାହୁ କହିଛନ୍ତି ଯେ, ଆଜିର ଦୁନିଆରେ କିନ୍ନରମାନଙ୍କୁ ଅନେକ କ୍ଷେତ୍ରରେ ହତାଦର କରାଯାଉଛି। ସେମାନଙ୍କୁ ଉପଯୁକ୍ତ ରୋଜଗାର ପନ୍ଥା ନ ମିଳୁଥିବା ବେଳେ ବିଏମ୍‌ସି ପକ୍ଷରୁ ଏପରି ସୁଯୋଗ ଆମ ପାଇଁ ଆର୍ଥିକ ମାନଦଣ୍ଡ ଦୃଢ କରିବାରେ ସହଯୋଗ କରିବ ଭାବି ଆମେ ଏହାକୁ ଆପଣାଇଛୁ। ଆମ ଗ୍ରୁପ୍‌ର ସମସ୍ତ ସଦସ୍ୟା ବିଏମ୍‌ସିର ଏହି ଆଭିମୁଖ୍ୟ ପୂରଣ କରିବାକୁ ସର୍ବଦା ଚେଷ୍ଟା କରିବୁ, ଯାହା ଉଭୟଙ୍କ ପାଇଁ ମଙ୍ଗଳକର ହେବ। ତେବେ ବିଏମ୍‌ସିର ବକେୟା ରାଶି ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ରହିଥିବା ବେଳେ ଏହାକୁ ଆଦାୟ କରିବାକୁ ଅଣ୍ଟା ଭିଡ଼ିଛି ଉକ୍ତ ଗ୍ରୁପ୍‌। ବୁଝାମଣା ପତ୍ର ଅନୁଯାୟୀ, ଅଧିକରୁ ଅଧିକ ଆଦାୟ କରିପାରିଲେ ନିର୍ଦ୍ଧାରିତ ସ୍ଲାବ୍‌ ଅନୁସାରେ ଏହି ଗ୍ରୁପ୍‌କୁ ଅଧିକ ପ୍ରୋତ୍ସାହନ ରାଶି ମିଳିପାରିବ।


All Right Reserved By Dharitri.Com

ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮-୮(ସ୍ବ.ପ୍ର.):ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପରଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ ହୋଇଛି...

ସାନକିରାସିରା ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡିଗଲା ଆଜବେଷ୍ଟସ ଛପର, ଯୁବକ ମୃତ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ବ୍ଲକ ସାନକିରାସିରା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଇନ୍ଧନ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ସିନୁ ପଧାନ(୨୪)ଙ୍କ...

କେତେ କୃତଘ୍ନ ହେବା

ଭୁବନେଶ୍ୱର, ୬।୫ (ଜିତେନ୍ଦ୍ର କୁମାର ନାୟକ): କରୋନା ଭାଇରସ୍‌ ସଂକ୍ରମଣରୁ ଦେଶକୁ ରକ୍ଷାକରିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ମେ’ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିଛିଦିନ...

ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା; ବିଜେଡିର ମଙ୍ଗ ଧରିବେ ନବୀନ,କଂଗ୍ରେସର ସୋନିଆ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୁରୁବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବିଜେଡି ଏବଂ...

ଅସ୍ଥାୟୀ ବିସର୍ଜନ ପୋଖରୀରେ କୁଢ଼ କୁଢ଼ ପଲିଥିନ: ପ୍ଲାଷ୍ଟିକ ବର୍ଜନ ପାଣିର ଗାର

ପୁରୁଣା ଭୁବନେଶ୍ୱର,୧୧।୧୦(ଡି.ଏନ.ଏ.) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଓ ପଲିଥିନ ବର୍ଜନକୁ ସମର୍ଥନ କରି ଚଳିତବର୍ଷ ବିଭିନ୍ନ ପୂଜା...

ବେଆଇନଭାବେ ରାସ୍ତା ପାର୍ଶ୍ୱରେ ଗାଡି ପାର୍କିଂକୁ ବିରୋଧ

ଯାଜପୁର ରୋଡ଼,୧୭।୧୦(ନି.ପ୍ର.): ଯାଜପୁର-କେନ୍ଦୁଝର ରୋଡ ଆର୍‌ପିଏଫ୍‌ ପକ୍ଷରୁ ଟ୍ରାଫିକ୍‌ ଜାମ୍‌ ନେଇ ବିଭିନ୍ନ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କିଛିଦିନ ତଳେ...

ସିଏଏକୁ ନେଇ ପଶ୍ଚିମବଙ୍ଗ ଅଶାନ୍ତ: ହାଓଡା-ଓଡ଼ିଶା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ଏସବୁ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଓଡ଼ିଶା- ହାଓଡା ମଧ୍ୟରେ ରେଳ ଚଳାଚଳ ବ୍ୟାହାତ ହୋଇଛି। ବିଶେଷକରି...

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି, ନିଷିଦ୍ଧାଞ୍ଚଳ ହେଲା ସୂର୍ଯ୍ୟନଗର

ଭୁବନେଶ୍ୱର, ୨ା୪(ବ୍ୟୁରୋ): ଭୁବନେଶ୍ୱରରୁ ବୁଧବାର ଚିହ୍ନଟ ହୋଇଥିବା ଓଡ଼ିଶାର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସେ ହେଲେ...

Leave a comment

Your email address will not be published. Required fields are marked *