ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ଯୋରନ୍ଦା

ଢେଙ୍କାନାଳ ଅଫିସ, ୮।୨ – ମନରେ ନ ଥିଲା ବର୍ଷା ଭୟ। ଖାତିର ନ ଥିଲା କୋହଲା ପାଗକୁ। ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣର ଭାବ ନେଇ ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଅଲେଖ ମହିମା ଧ୍ୱନିରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ। ଢେଙ୍କାନାଳ ଜିଲାର ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମା ଗାଦିରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ମାଘମେଳାର ଏପରି ଦୃଶ୍ୟ ହିଁ ଦର୍ଶାଉଥିଲା ମହିମା ଗୋସାଇଁଙ୍କ ପ୍ରତି ଥିବା ଆକୁଣ୍ଠ ବିଶ୍ୱାସକୁ। ପ୍ରଥମ ଦିବସରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବିଶ୍ୱ କଲ୍ୟାଣ ମନ୍ତ୍ରରେ ସଭିଏଁ ହୋଇଉଠିଥିଲେ ଏକାକାର।


ପବିତ୍ର ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ ସମୟନିର୍ଘଣ୍ଟ ଅନୁଯାୟୀ ଶୁକ୍ରବାର ପ୍ରାତଃ ସମୟରୁ ଶୂନ୍ୟପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ସାଧୁସନ୍ଥମାନେ ୬୨ ମୁଠା ରୁପା ପହଁରାରେ ଛେରାପହଁରା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚାମର ସେବା। ପର୍ଯ୍ୟାୟକ୍ରମେ ୫ ମୁଠା ସୁନା ଚାମର ଏବଂ ୬୦ମୁଠା ଚାମରରେ ମନ୍ଦିର ପରିକ୍ରମା ପରେ ଏହି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଭକ୍ତମାନେ ଶରଣ ଦର୍ଶନ କରିଥିଲେ। ନାମ ଭଜନ, ଖଞ୍ଜଣି ବାଦନ, ସଂକୀର୍ତ୍ତନରେ ପୀଠ ପରିସର ପ୍ରକମ୍ପିତ ହୋଇଉଠିଥିଲା। ଅପରାହ୍ନ ୫ଟା ୧୫ରେ ଗାଦିମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସନ୍ନ୍ୟାସୀମାନେ ପ୍ରାର୍ଥନା କରିଥିଲେ। ହୁଳହୁଳି, ଅଲେଖ ମହିମା ଧ୍ୱନିରେ କମ୍ପି ଉଠିଥିଲା ପୀଠ। ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ପକ୍ଷରୁ ସାଧୁ ନିତ୍ୟାନନ୍ଦ ବାବା, କୌପୀନଧାରୀ ମହିମା ସମାଜର ରଘୁନାଥ ବାବା, ଅବିନାଶୀ ବାବା ପ୍ରମୁଖ ବରିଷ୍ଠ ସନ୍ନ୍ୟାସୀମାନେ ଉପାସନା ପୀଠରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ।
ଚଳିତବର୍ଷ ଫ୍ରାନ୍ସ ସମେତ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ମେଳାରେ ସମାଗମ ହୋଇଛି। ଉଠା ଦୋକାନୀମାନେ ରାସ୍ତାର ଦୁଇପାର୍ଶ୍ୱରେ ପସରା ମେଲାଇଛନ୍ତି। ବିଭିନ୍ନ ଦୋଳି ସାଙ୍ଗକୁ ଯାତ୍ରାପାର୍ଟି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏସ୍‌ପି ଅନୁପମା ଜେମ୍ସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ଆଲୋକୀକରଣ ସହ ପାର୍କିଂର ସୁବ୍ୟବସ୍ଥା କରାଯାଇଥିବା ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ...

ଜିଲାରେ ୧୭,୨୨୮ ମାଟ୍ରିକ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୧୬।୨ – ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପିମୁକ୍ତ କରିବାକୁ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ...

ଉଛୁଳିଲା ଗମ୍ଭାରିଆ ଯୋର

ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମ ନିକଟରେ ଥିବା ଗମ୍ଭାରିଆ ଯୋର ଲଘୁଚାପଜନିତ ଲଗାଣ ବର୍ଷାରେ ଉଛୁଳିଛି।...

କାଳିଆ କେଳେଙ୍କାରୀ: ୧୭,୧୭୬ ଅଯୋଗ୍ୟ ହିତାଧିକାରୀ

ଢେଙ୍କାନାଳ ଅଫିସ, ୨୩।୯: ‘କାଳିଆ’ କେଳେଙ୍କାରୀକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଯୁଆଡ଼େ ଉଣ୍ଡିଲେ ଯୋଜନାରେ ବାରି ହେଉଛି ଦୁର୍ନୀତିର ଗନ୍ଧ। ଦିନ ଯେତିକି ଗଡୁଛି...

ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ: ସୁରକ୍ଷା, କ୍ଷତିପୂରଣ ଦାବି

ଢେଙ୍କାନାଳ ଅଫିସ, ୧୩।୯-ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ପରଜଙ୍ଗ ବ୍ଲକବାସୀ। ଦୀର୍ଘ ୪ବର୍ଷ ହେଲା ଅଞ୍ଚଳରେ ହାତୀପଲ ଫସଲ ନଷ୍ଟ କରି ଚାଲିଛନ୍ତି। ଏଥିରେ ବ୍ୟାପକ...

ଲୋକସଂସ୍କୃତିକୁ ଗ୍ରାସିଲାଣି ଆଧୁନିକତା: ମଳିନ ପଡ଼ିଲାକଣି ‘ଘୁମୁରା’

କାମାକ୍ଷାନଗର, ୧୫ା୮:  ହିନ୍ଦୁ ପୁରାଣ ଶାସ୍ତ୍ରରେ ଘୁମୁରା ନୃତ୍ୟର ସ୍ଥାନ ସ୍ବତନ୍ତ୍ର। ଦୀର୍ଘବର୍ଷ ଧରି ଏହାଶକ୍ତି ଉପାସନାରେ ବ୍ୟବହୃତ ହୋଇ ଆସୁଛି। ଏହାକୁ ରଣବାଦ୍ୟ ଭାବେ ଯୁଦ୍ଧକ୍ଷେତ୍ରରେ...

ଅଧାବାଟରେ ଛାଡ଼ି ପଳାଇଲେ ପ୍ରେମିକ

ପରଜଙ୍ଗ, ୨୨।୮(ଡି.ଏନ.ଏ.) – ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ସ୍ତ୍ରୀ ମାନ୍ୟତା ଦାବିରେ ତାଲା ଭାଙ୍ଗି ଅଭିଯୁକ୍ତ ପ୍ରେମିକଙ୍କ ଘରେ ପଶିବା...

ଆର୍‌ଟିଓ ଯାଞ୍ଚ ଜୋରଦାର

ଢେଙ୍କାନାଳ ଅଫିସ,୩।୩ ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରାଯିବା ପରେ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ହୋଇଛି ଢେଙ୍କାନାଳ ଜିଲା ପୋଲିସ ଏବଂ ଆଞ୍ଚଳିକ...

Leave a comment

Your email address will not be published. Required fields are marked *