ସୁହାନା, ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’: ମାତ୍ର କାଟିଦିଆଯାଇଥିଲା ତାଙ୍କ ସିନ୍‌

ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଡ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନନ୍ୟା ତାଙ୍କ ବେଷ୍ଟ ଫ୍ରେଣ୍ଡ୍‌ ସୁହାନା ଖାନ୍‌ଙ୍କୁ ନେଇ ଏକ ଖାସ୍‌ କଥା ଶେୟାର କରିଛନ୍ତି। ଅନନ୍ୟା ଏବଂ ସୁହାନା ଫିଲ୍ମ ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ରୁ ବଲିଉଡ୍‌ରେ ଡେବ୍ୟୁ କରିବାର ଥିଲା। ଏଥିପାଇଁ ସେ ଶୁଟିଂ ମଧ୍ୟ କରିଥିଲେ। ମାତ୍ର ଏହା ସମ୍ଭବ ହେଲା ନାହିଁ। ପ୍ରକୃତ କଥାଟା ହେଲା, ଫିଲ୍ମର ଶୁଟିଂ ଆମେରିକାରେ ଚାଲିଥିବା ବେଳେ ସୁହାନା ଏବଂ ଅନନ୍ୟା ଶୁଟିଂ ସେଟ୍‌କୁ ଯାଇଥିଲେ। ଫିଲ୍ମର ଏକ ଦୃଶ୍ୟର ସୁଟିଂ ପାଇଁ ଅଧିକ ଲୋକଙ୍କ ଆବଶ୍ୟକତା ଥିଲା। ତେଣୁ ସେଟ୍‌ରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଶୁଟିଂ ପାଇଁ ଡକାଗଲା। ଶୁଟିଂ ମଧ୍ୟ ଶେଷ ହେଲା। ଏହି ଦୃଶ୍ୟ ପାଇଁ ସେମାନଙ୍କୁ ପାଖାପାଖି ୮ ଥର ସଟ୍‌ ଦେବାକୁ ପଡ଼ିଥିଲା। ଏହାକୁ ନେଇ ଉଭୟ ବହୁତ ଖୁସି ଥିଲେ। ଫିଲ୍ମର ଶୁଟିଂ ପରେ ନିଜ ସିନ୍‌କୁ ଦେଖିବା ପାଇଁ ସେମାନେ ଚାହିଁ ବସିଥିଲେ। ମାତ୍ର ଫିଲ୍ମରେ ଏହି ଦୃଶ୍ୟକୁ ଶେଷରେ କାଟି ଦିଆଗଲା। ଫିଲ୍ମରୁ ଏହି ଦୃଶ୍ୟକୁ କଟାଯାଇ ନ ଥିଲେ ସୁହାନା ଏବଂ ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ହୋଇଥାନ୍ତା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’।


All Right Reserved By

ରିଲେସନଶିପରେ ରହିଛନ୍ତି ଅନନ୍ୟା !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ସୁପୁତ୍ରି ଅନନ୍ୟା ପାଣ୍ଡେ ଏବେ ଲାଇମ୍‌ ଲାଇଟ୍‌ରେ। ବଲିଉଡ୍‌ ନବାଗତା ନାୟିକା ତଥା ଷ୍ଟାର କିଡ୍‌ଙ୍କ ମଧ୍ୟରେ ଜଣେ...

କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...

‘କବିର ସିଂହ’ ବକ୍ସ ଅଫିସରେ ହିଟ୍‌ ହେବା ପରେ ସାହିଦଙ୍କ ଘରେ ଉତ୍ସବର ମାହୋଲ

ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍‌ ହିଟ୍‌ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ...

ସାହସୀ ଶ୍ରଦ୍ଧା

ଶ୍ରଦ୍ଧା କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। କାହିଁକି ନା, ଆହତ ହେବା ସତ୍ତ୍ୱେ ସେ ମନକୁ ଦୃଢ଼ କରି ଯେମିତି ଶଟ୍‌ ଦେଲେ ତାହା...

ପାକିସ୍ତାନରେ ଶୋ’ କରି ଅଡୁଆରେ ମିକା ସିଂ

ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ...

ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି...

ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *