Posted inଖେଳ

କେପିଏଲ ଫିକ୍ସିଂ: ଚାର୍ଜ ସିଟି ଦାଖଲ କଲା ସିସିବି

ବେଙ୍ଗାଲୁରୁ,୭।୨(ପି.ଟି.)- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଶୁକ୍ରବାର ୩ଟି ମାମଲାର ଚାର୍ଜ ଶିଟ୍‌ ଦାଖଲ କରିଛି। ଏ ନେଇ ପୋଲିସର ଅତିରିକ୍ତ କମିଶନର ସନ୍ଦୀପ ପାଟିଲ କହିଛନ୍ତି। କୁବନ ପାର୍କ ପୋଲିସ ଥାନାରେ ୬ ଜଣ ଦୋଷୀଙ୍କ ବିରୋଧରେ ଚାର୍ଜ ଶିଟ ଦାଖଲ ହୋଇଛି। ସେମାନଙ୍କ ମଧ୍ୟରେ ଦୁଇ ଦଳର ମାଲିକ ଅଲି ଅସଫାକ ଥାରା (ବେଲଗାବି ପାନ୍ଥର୍ସ) ଓ ଅରବିନ୍ଦ ରେଡ୍ଡୀ (ବଲାରି ଟସ୍କର୍ସ) ରହିଛନ୍ତି। କର୍ନାଟକ କ୍ରିକେଟ ଆସୋସିଏଶନ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ସୁଧିନ୍ଦ୍ରା ଶିନ୍ଦେ, ଦୁଇ ଜଣ କ୍ରିକେଟର ସି.ଏମ. ଗୌଥମ ଓ ଅବରାର କାଜି ଏବଂ ବୁକି ଅମିତ କାଭିଙ୍କ ନାମ ମଧ୍ୟ ରହିଛି। ଜେପି ନଗର ପୋଲିସ ଥାନାରେ ହୁଇସିଲ ବ୍ଲୋୟର ବଲାରି ଟସ୍କର୍ସ ଖେଳାଳି ଭାବେଶ ଗୁଲେଚାଙ୍କ ପକ୍ଷରୁ ଦାୟର ହୋଇଥିବା ଦ୍ୱିତୀୟ ମାମଲର ଚାର୍ଜ ଶିଟ୍‌ରେ ୪ ଜଣ ଡ୍ରମର ଭାବେଶ ବଫନା, ବୁକି ସ୍ୟାମ, ଜତୀନ ସେଠୀ ଓ ହରିଶଙ୍କ ନାମ ରହିଛି। ୩ୟ ମାମଲଟି ଭାରତିନଗର ଥାନାରେ ଦାୟାର କରାଯାଇଥିଲା। କେବଳ ପ୍ରାଥମିକ ତଦନ୍ତ ଅନୁଯାୟୀ ୩ଟି ଚାର୍ଜ ଶିଟ୍‌ରେ ଦାଖଲ କରାଯାଇଛି। ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ପାଟିଲ କହିଛନ୍ତି। ଉଲ୍ଲେଖଥାଉ କି, କେପିଏଲ ସ୍ପଟ ଫିକ୍ସିଂ ସମ୍ପର୍କରେ ଗୁଲେଚା ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳର ବୃଦ୍ଧା ଫ୍ୟାନଙ୍କୁ ଟିକେଟ୍‌ ଦେବେ କୋହଲି

ବର୍ମିଂହାମ,୩।୭(ପିଟି)- ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ ଦେଖିବା ଲାଗି ଚାରୁଲତା ପଟେଲ ନାମ୍ନୀ ଜଣେ ବୃଦ୍ଧା (୮୭) ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଦଳକୁ...

ଡୋମିଙ୍ଗୋ ବାଂଲାଦେଶର ନୂଆ କ୍ରିକେଟ କୋଚ୍‌

ଢାକା, ୧୭ା୮ (ଏଏଫ୍‌ପି): ଦକ୍ଷିଣ ଆଫ୍ରିକାର ରସେଲ ଡୋମିଙ୍ଗୋ ବାଂଲାଦେଶ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଏହି ପଦବୀରେ ଇଂଲଣ୍ଡର...

ଅନ୍ତିମ ଟେଷ୍ଟରେ ରୋହିତଙ୍କ ଶତକ : ବର୍ଷା, ଖରାପ ଆଲୋକ ଯୋଗୁ ଖେଳ ବାଧାପ୍ରାପ୍ତ

ରାଞ୍ଚି,୧୯।୧୦(ପି.ଟି.):  ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ କମ୍ପେକ୍ସରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ...

ପୂର୍ବତନ ଚାମ୍ପିୟନ ବକ୍ସରଙ୍କ ମୃତ୍ୟୁ

ଲସ ଏଞ୍ଜେଲ୍ସ,୧୮।୩- ଦୁଇ ଥର ବିଶ୍ୱ ଚାମ୍ପିୟନ ବକ୍ସର ରୋଜର ମେହ୍ବେଦରଙ୍କ ବୁଧବାର ପରଲୋକ ଘଟିଛି। ୫୮ ବର୍ଷୀୟ ବକ୍ସର ରିଙ୍ଗରୁ ଅବସର ନେବା ପରେ...

ବାଇକ୍‌ରୁ ପଡ଼ିଲେ କୁଶାଲ ମେଣ୍ଡିସ

କଲମ୍ବୋ,୨।୮- ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ ଆର. ପ୍ରେମଦାସ ଷ୍ଟାଡିୟମ୍‌ରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ୩ୟ ମ୍ୟାଚ୍‌ ଜିତିବା...

ବ୍ରୋଞ୍ଜ ସହ ଶୁଟର୍‌ ଦୀପକଙ୍କୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୫।୧୧ (ପି.ଟି.)- ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ ଶୁଟିଂ ପ୍ରତିଯୋଗିତାର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ଦୀପକ କୁମାର...

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୪ ନମ୍ବରକୁ ଉନ୍ନୀତ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ବିଶ୍ୱର ନମ୍ବରଓ୍ବାନ ବେଲଜିୟମ ବିପକ୍ଷ ମ୍ୟାଚ ଜିତିବାପରେ ଭାରତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବର ସ୍ଥାନକୁ...

ଭିଭିଆନ୍‌ ରିଚାର୍ଡସଙ୍କ ଜୋତା ସଫା କରୁଥିଲେ ଏହି ମହାନ ଖେଳାଳି

ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରା ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ଟିମ୍‌ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ଉପରେ...

Leave a comment

Your email address will not be published. Required fields are marked *