କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ

ମାର୍ଶାଘାଇ,୭।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମା ତାଙ୍କ ଘରେ ପହଞ୍ଚିଥିଲେ। ପରିବାରର ସମସ୍ୟା ବିଷୟରେ ସେ ବୁଝିବା ସହ ଆଗକୁ ଏହି ପରିବାର କିଭଳି ଚଳିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ପବିତ୍ର ଓ ତାଙ୍କ ସ୍ତ୍ରୀ ଚମ୍ପାବତୀ ଆଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ। ତାଙ୍କର ଗୋଟିଏ ପୁଅ(୧୨ ବର୍ଷ) ଦିବ୍ୟାଙ୍ଗ ଥିବା ବେଳେ ସାନ ପୁଅ ପ୍ରଥମେଶଙ୍କ ଉପରେ ପରିବାରର ବୋଝ କହିଲେ ଚଳେ। ବାପାମା’, ଭାଇର ସେବାଠାରୁ ଆରମ୍ଭ କରି ସେମାନଙ୍କ ଖାଇବା ପିଇବା ଆଦିର ପ୍ରଥମେଶ ଯତ୍ନ ନେଉଥିଲେ। ଏ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ପରିବାରକୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଥିଲା। ପବିତ୍ରଙ୍କୁ ଏବେ କଟକ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଶେଷରେ ଜିଲାପାଳ ନିଜେ ପବିତ୍ରଙ୍କ ଘରେ ପହଞ୍ଚି ପରିବାରର ଅସୁବିଧା ସମାଧାନର ବ୍ୟବସ୍ଥା କରିଛନ୍ତି।


All Right Reserved By Dharitri.Com

୨୦୨୧ରେ ମହାକାଶକୁ ମଣିଷ ପଠାଇବ ଭାରତ: ଶିବନ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଜୀବନରେ ରିସ୍କ ନିଅ। ରିକ୍ସ ନ ନେଲେ ଜୀବନରେ କିଛି କରିପାରିବନି। ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ କେ....

ବରଗଡ଼ ଧାନକିଣା ଦୁର୍ନୀତି: ଆର୍ଥିକ ଅପରାଧ ଶାଖା ତଦନ୍ତ ଦାବି କଲା ଆପ୍‌

ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲା ତୋରା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଗତ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ...

ଅବଧି ସରିଲାଣି, ସରିନି ନିର୍ମାଣ କାର୍ଯ୍ୟ

କାଳିଆପାଣି,୭।୨(ଡିଏନଏ): ସୁକିନ୍ଦା ତହସିଲ ଅନ୍ତର୍ଗତ କୁହିକା ଗ୍ରାମ ପଞ୍ଚାୟତ ଟମକା – ମଙ୍ଗଳପୁର, ଆର୍‌ଆଣ୍ଡ୍‌ବି ରାସ୍ତା ନିକଟରୁ ଜେମାଦେଇପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ...

ବିପଦ୍‌ ମୁଢ଼େଇ ଦଦ୍‌ରା ଘରେ ରହୁଛନ୍‌ ଅସାହା ଦମ୍ପତି

  ଲାଠୋର, ୨୭ା୮ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦର ଗୁଦାମପଡ଼ାରେ ବାସ କରୁଛନ୍‌ ଭଗବାନ ଛତ୍ରିଆ। ପରିବାର କହେଲେ...

କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା

ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ...

ଆଜି ବନ୍ଦ ଡାକରା

ଭୁବନେଶ୍ୱର,୮।୧(ବ୍ୟୁରୋ):ରାସ୍ତାରେ ଗାଡ଼ି ଗଡ଼ିବନି। ଦୋକାନ ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ହେବ। ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବୁଧବାର ଦେଶବ୍ୟାପୀ...

ବନବିଭାଗର ଚଢ଼ାଉ: ୬୦ ହଜାରରୁ ଊଦ୍ଧର୍‌ବ ମୂଲ୍ୟର ଶାଳ ଚୌକାଠ ଜବତ, ୨ ଫେରାର

ପାଟଣା,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତୁରୁମୁଙ୍ଗା କେନ୍ଦୁଝର ରାସ୍ତାର ଭାଲୁଘର ଗ୍ରାମରେ ବନବିଭାଗ ମଙ୍ଗଳବାର ସକାଳେ ଚଢ଼ାଉକରି ଚୋରା କାଠ ଚାଲାଣ କରୁଥିବା...

ଜିଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ଫୁଲବାଣୀ ଅଫିସ, ୭ା୧୨- କନ୍ଧମାଳ ଷ୍ଟାଡିୟମରେ ଜିଲା ଯୁବ ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର,...

Leave a comment

Your email address will not be published. Required fields are marked *