କରୋନା ମୁକାବିଲା ଚିନ୍ତା: ସ୍କୁଲଗୁଡ଼ିକ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା ସ୍ବାସ୍ଥ୍ୟବିଭାଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ପ୍ରାଣଘାତକ କରୋନା ଭାଇରସ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବେ ସାବୁନରେ ହାତ ଧୋଇବା ସହ ଥଣ୍ଡା ହୋଇଥିଲେ ରୁମାଲ ଦେଇ ଛିଙ୍କିବାକୁ ଛାତ୍ରୀଛାତ୍ରୀମାନଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି। ଏଥିସହ ସେମାନଙ୍କୁ ଗହଳିସ୍ଥାନରୁ ଦୂରେଇବା ଲାଗି ପ୍ରାର୍ଥନା କ୍ଲାସରେ କହିବା ଲାଗି ସ୍କୁଲ ଅଧିକାରୀଙ୍କୁ ଲିଖିତ ଭାବେ ପଠାଯାଇଛି। ଡିଇଓ ଓ ବିଇଓଙ୍କ ଦ୍ୱାରା ଏହାର ମନିଟରିଂ କରାଯିବ।

ରାଜ୍ୟରେ ଏବେ ସ୍ଥିତି ସ୍ବାଭାବିକ ରହିଛି। କରୋନା ମୁକାବିଲା କ୍ଷେତ୍ରରେ କେରଳ ଭଲ କାମ କରିଛି। ଇତିମଧ୍ୟରେ ଓଡ଼ିଶାରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି। ସକ୍ରିୟ ଭାବେ ନଜର ରଖିବା ଲାଗି ଓଡ଼ିଶାରୁ ଚାଇନାକୁ ଭିଜା ବାତିଲ କରାଯାଇଛି। ଏପରିକି ଓଡ଼ିଆ ଲୋକ ଚାଇନାରେ ଥିଲେ ସେମାନଙ୍କୁ ଭାରତୀୟ ଦୁତାବାସ ସହ ଯୋଗାଯୋଗ କରିବାକୁ ପଡ଼ିବ। ସେଠାରେ ଅନୁମତି ମିଳିଲେ ସେମାନେ ଓଡ଼ିଶା ଆସିପାରିବେ। ଚାଇନା, ହଂକଂ ଓ ଥାଇଲାଣ୍ଡ ଯାଇଥିବା ୩୬ଜଣ ଯାତ୍ରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ରକ୍ତ ନମୂନା ଯାଞ୍ଚ ବେଳେ ନେଗେଟିଭ୍‌ ବାହାରି ଥିବା ବେଳେ ୨ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ସୁନ୍ଦରବନ ଛୁଇଁବ ବୁଲ୍‌ବୁଲ୍‌

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା...

ବନ୍ଧୁ ବିନା ଜୀବନ ରଙ୍ଗହୀନ

ଭୁବନେଶ୍ୱର, ୪ା୮(ବ୍ୟୁରୋ)/ କଟକ ଅଫିସ: ‘ବନ୍ଧୁ’ – ତୁମ ଖୁସିରେ ଯିଏ ଖୁସି ହୁଏ। ତୁମକୁ ସବୁ ବେଳେ ଆଗକୁ ବଢିବାରେ ପ୍ରେରଣା ଦିଏ। ଯିଏ...

ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼, ଭିତରକାଠ ନିକଟରେ ମହିଳାଙ୍କୁ ମାଡ଼ ଅଭିଯୋଗ

ପୁରୀ ଅଫିସ,୨ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ...

ସ୍ତ୍ରୀ ଅଧିକାର ନ ମିଳିବାରୁ ହତ୍ୟା

ବାଲେଶ୍ୱର ଅଫିସ,୧୯।୧୨: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଗୁଡ଼ିପଦା ଅଞ୍ଚଳରେ ବୁଧବାର ଭୋର୍‌ ସମୟରେ ଏକ ହତ୍ୟାକାଣ୍ଡ ଘଟିଛି। ଭାରତୀୟ ଖାଦ୍ୟ ନିଗମ...

ଆଜି ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ...

ଉତ୍ତର ଭାରତରେ ଘନ କୁହୁଡ଼ି: ଅଧିକାଂଶ ଟ୍ରେନ୍‌ ବାତିଲ୍‌ ଓ ବିଳମ୍ବ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ପୂର୍ବତଟ ରେଳପଥ ସହ ଜଡ଼ିତ ଟ୍ରେନଗୁଡ଼ିକ ମଧ୍ୟ ଏହାଦ୍ୱାରା ପ୍ରଭାବିତ...

ଜୟୀ ରାଜଗୁରୁଙ୍କ ଆତ୍ମବଳିକୁ ସ୍ମରଣ କରି ଦେଶ ପାଇଁ କାର୍ଯ୍ୟ କରିବା ଉଚିତ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ମହାନ୍‌ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମଙ୍ଗଳବାର ସୂଚନା ଭବନଠାରେ ପାଳିତ ହୋଇଯାଇଛି। ରାଜ୍ୟ ଜଳ ସମ୍ପଦ ତଥା ସୂଚନା ଓ...

୨୧ ଅକ୍ଟୋବରରେ ବିଜେପୁର ଉପନିର୍ବାଚନ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୧ରେ ଏଠାରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏ ନେଇ ସେପ୍ଟେମ୍ବର...

Leave a comment

Your email address will not be published. Required fields are marked *