ଧରାହେଲେ ଆଉ ୨ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୭।୨(ବ୍ୟୁରେ): ରାଜଧାନୀ ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ। ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଚଳାଇଛି। ଇତିମଧ୍ୟରେ ଚଢ଼ାଉ ଜାରି ରହିଥିବାବେଳେ ବହୁ ନିଶା ମାଫିଆ, ବେପାରୀ ଓ ଗ୍ରାହକ ଧରାପଡିଛନ୍ତି। ଭୁବନେଶ୍ୱରରେ ଏହାର ଚେର ଏପରି ମାଡ଼ିଯାଇଛି ଯେତେ ଖୋଳିଲେ ବି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବୁଧବାର ବରମୁଣ୍ଡା ଅଞ୍ଚଳରୁ ଦୁଇଜଣ ବେପାରୀଙ୍କୁ ଗିରଫ କରାଯିବା ସହ ୧୫୦ ଗ୍ରାମ ଓ ଏକ କାର୍‌ ଜବତ କରିଥିଲା ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌। ଗୁରୁବାର ଆଉ ଦୁଇଜଣ ଧରାପଡିଛନ୍ତି। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଉପରସାହିର ପ୍ରଦୀପ କୁମାର ସାହୁ (୩୮) ଓ ମଞ୍ଚେଶ୍ୱର ଥାନା ରୋକଟା ଅଞ୍ଚଳର ସଞ୍ଜୟ ବେଜ୍‌। ଉଭୟଙ୍କଠାରୁ ୩୩.୭ ଗ୍ରାମ ବ୍ରାଉନସୁଗାର ଓ ୧୫ହଜାର ଟଙ୍କା ଜବତ କରାଯାଇଛି।
ଓଡ଼ିଶାରେ ବ୍ରାଉନସୁଗାର କାରବାରରେ ଗ୍ୟାଙ୍ଗ୍‌ଷ୍ଟର୍‌ ଓ ବାଂଲାଦେଶ ଲିଙ୍କ୍‌ ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହା ଉପରେ ଫୋକସ୍‌ କରିଛି। ବର୍ଷକ ଭିତରେ ବହୁ ବଡ଼ ଓ ଛୋଟ ନିଶା ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କୁ ପଚରାଉଚରାବେଳେ ଭୁବନେଶ୍ୱର ବ୍ରାଉନସୁଗାର କାରବାରର କେନ୍ଦ୍ରସ୍ଥଳ ପାଲଟିଥିବା ଜଣାପଡିଥିଲା। ଏହାପରେ କମିଶନରେଟ ପୋଲିସ ସହ ମିଶି ଏସ୍‌ଟିଏଫ୍‌ ରାଜଧାନୀରେ ଚଢ଼ାଉ ଜାରି ରଖିଛି। ଗିରଫ ହୋଇଥିବା ପ୍ରଦୀପଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ତାଙ୍କ ଉପରେ ନଜର ରଖିଥିଲା ଏସ୍‌ଟିଏଫ୍‌। ଗୁରୁବାର ରାତିରେ ସେ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ଅନ୍ଧାରୁଆ ସ୍ଥାନରେ ବ୍ରାଉନସୁଗାର ବେପାର କରୁଥିବାବେଳେ ଏସ୍‌ଟିଏଫ୍‌ ଏକ ଟିମ୍‌ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚପରେ ତାଙ୍କଠାରୁ ୨୧.୭ ଗ୍ରାମର ବ୍ରାଉନସୁଗାର ମିଳିଥିଲା। ଏନ୍‌ଡିପିଏସ୍‌ କେସ୍‌ ନଂ.୧୨/୨୦ରେ ଅଭିଯୁକ୍ତ ପ୍ରଦୀପଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ତେବେ ପଚରାଉଚରାବେଳେ ତାଙ୍କଠାରୁ ବହୁ ତଥ୍ୟ ପାଇଛି ପୋଲିସ। ପ୍ରଦୀପ ବାଲେଶ୍ୱରର ଜଣେ ଏଜେଣ୍ଟଙ୍କଠାରୁ ବାଇକ୍‌ ଡିକିରେ ବ୍ରାଉନସୁଗାର ଆଣି ରାଜଧାନୀରେ ବେପାର କରନ୍ତି। ବିଶେଷକରି ସେ ଛୋଟ ବେପାରୀଙ୍କୁ ଯୋଗାଉଥିବାବେଳେ ଆଉ କେତେଜଣ ଯୁବକ ଓ କଲେଜ ଛାତ୍ର ତାଙ୍କର ନିୟମିତ ଗ୍ରାହକ ରହିଛନ୍ତି। ଏହି ବେଆଇନ କାରବାର ପାଇଁ ସ୍ଥାନୀୟ ଥାନାର ନିର୍ଦ୍ଦିଷ୍ଟ କେତେଜଣ ପୋଲିସ କର୍ମଚାରୀ ତାଙ୍କଠାରୁ ନିୟମିତ ପାଉଣା ନେଇ ସୁରକ୍ଷା ଓ ସୂଚନା ଯୋଗାଇଥାନ୍ତି ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୋକଟା ଅଞ୍ଚଳରେ ରୁହନ୍ତି। ସେ ନନ୍ଦନକାନନ ପଦାସାହିର ଜଣେ ବେପାରୀଙ୍କଠାରୁ ବ୍ରାଉନସୁଗାର ଆଣି କିଛିଦିନ ହେବ ବେପାର ଆରମ୍ଭ କରିଥିଲେ। ଗୁରୁବାର ସେ ରୋକଟାସ୍ଥିତ ପାଣିପମ୍ପ୍‌ କେନ୍ଦ୍ର ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ତାଙ୍କୁ ଧରିଥିଲା। ତାଙ୍କଠାରୁ ୧୨ ଗ୍ରାମ ବ୍ରାଉନସୁଗାର ଓ ୧୭ହଜାର ଟଙ୍କା ଜବତ କରାଯାଇଛି। ମଞ୍ଚେଶ୍ୱର ଥାନାରେ କେସ୍‌ ନଂ.୫୬/୨୦, ୨୧(ବି) ଏନ୍‌ଡିପିଏସ୍‌ ଆକ୍ଟରେ ସଞ୍ଜୟଙ୍କୁ କୋର୍ଟଚାଲାଣ କରାଯାଇଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।


All Right Reserved By Dharitri.Com

ବଢ଼ିପାରେ ଓମ୍‌ଫେଡ ଦୁଗ୍ଧ ମୂଲ୍ୟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଓଡ଼ିଶାରେ ଚାଷ ସହିତ ଗୋପାଳନ ଏକ ପ୍ରମୁଖ ବେଉସା। ଗୋପାଳନ କରୁଥିବା ସର୍ବାଧିକ ଚାଷୀ ଓମ୍‌ଫେଡକୁ କ୍ଷୀର ବିକ୍ରି କରିଥାଆନ୍ତି। କିନ୍ତୁ ଏବେ ଏହି...

ଲକ୍‌ଡାଉନ୍‌କୁ ନେଇ କଳାବଜାରି ସକ୍ରିୟ: ଭଦ୍ରକ ସହର ବନ୍ଦ ଘରୁ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ

ଭଦ୍ରକ ଅଫିସ,୨୫।୩: ଭଦ୍ରକ ସହରର ଏକ ବନ୍ଦ ଘର ଭିତରୁ ବୁଧବାର ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ଖବର ପାଇ...

ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ...

୨୬ ଘଣ୍ଟାରେ ୧୬୦ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବାର ଗୋଟିଏ ଦିନ ପୂର୍ବରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।...

ବିଜେପୁର ଉପନିର୍ବାଚନ: କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ। ଏପରିସ୍ଥଳେ ରାଜ୍ୟ...

ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ କରୁଛି ଭାଜପା: ଡି. ରାଜା

ଭୁବନେଶ୍ୱର,୧ା୭(ବ୍ୟୁରୋ) : ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଭାଜପା ଆକ୍ରମଣ କରୁଛି। ସମସ୍ତ ବିରୋଧୀ ଦଳ ଏହାର ପ୍ରତିରୋଧ କରିବାର ଆବଶ୍ୟକତା ରହିଛି। ସଦ୍ୟ ସମାପ୍ତ...

ଅବକାରୀ ଭ୍ୟାନ୍‌କୁ ଧକ୍କା ଲଗାଇ ଖସିଗଲେ ମଦ ବେପାରୀ, ଡ୍ରାଇଭର

ଭଦ୍ରକ ଅଫିସ, ୧୬।୭ – କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ସୋମବାର ଭୋର ସମୟରେ ଚଢ଼ାଉ କରି ୧୬ ନମ୍ବର ଜାତୀୟ...

ଆଜିଠୁ ଗଡ଼ିବ ୪ ନୂଆ ମେମୁ ଟ୍ରେନ: କଟକରୁ ପୁରୀ, ଭଦ୍ରକ ଓ ପାରାଦୀପ ଚଳାଚଳ କରିବ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପୂର୍ବତଟ ରେଳପଥ ୪ଟି ନୂଆ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଶନିବାରଠାରୁ ଏହି ଟ୍ରେନଗୁଡ଼ିିକ ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦ୍ୱୀପ ସେକ୍ସନ...

Leave a comment

Your email address will not be published. Required fields are marked *