ଆଇପିଏଲରୁ ବାଦ୍‌ ପଡ଼ିଲେ ଆର୍ଚର

ଲଣ୍ଡନ,୬।୨(ପି.ଟି.)- ଇଂଲଣ୍ଡ ଦଳର ଅଗ୍ରଣୀ ପେସର ଜୋଫ୍ରା ଆର୍ଚର ଗୁରୁବାର ଆଇପିଏଲର ୧୩ତମ ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ କହୁଣିରେ ଆଘାତ ଲାଗିଛି। ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଆର୍ଚର ୩ ମାସ ପାଇଁ ପଡ଼ିଆଠୁ ଦୂରେଇ ରହିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ମଧ୍ୟ ଖେଳିପାରିବେ ନାହିଁ। ଜୁନରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସେ ଫେରିପାରନ୍ତି ବୋଲି ଇସିବି ପକ୍ଷରୁ କୁହାଯାଇଛି। ବାର୍ବାଡସରେ ଜନ୍ମିତ ୨୪ ବର୍ଷୀୟ ପେସର ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୭ ଟେଷ୍ଟ ଓ ୧୪ ଦିନିକିଆ ଖେଳି ଯଥାକ୍ରମେ ୩୦ ଓ ୨୩ ଉଇକେଟ ହାତେଇଛନ୍ତି। ତାଙ୍କ ଅନୁପସ୍ଥିତି ରାଜସ୍ଥାନ ଫ୍ରାଞ୍ଚାଇଜ ପାଇଁ ଏକ ବଡ଼ କ୍ଷତି। ସେ ୨୧ ଆଇପିଏଲ ମ୍ୟାଚ୍‌ରେ ୨୬ ଉଇକେଟ ହାସଲ କରିଛନ୍ତି।


All Right Reserved By Dharitri.Com

ପିଏସଏଲରୁ ଓହରିଲେ ଲିନ

ଲାହୋର,୧୬।୩- ଲାହୋର କ୍ୱାଲାଣ୍ଡର୍ସ ଦଳକୁ ସେମିଫାଇନାଲରେ ପହଞ୍ଚାଇଥିବା ଅଷ୍ଟ୍ରେଲିଆନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ କ୍ରିସ ଲିନ ପିଏସ୍‌ଏଲରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ଯୋଗୁ...

ସଙ୍ଗକାରା ଏମ୍‌ସିସି ଅଧ୍ୟକ୍ଷ

ଲଣ୍ଡନ,୨।୧୦(ପି.ଟି.)- ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଐତିହାସିକ ମେରିଲବୋନ କ୍ରିକେଟ କ୍ଳବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଅଣ ବ୍ରିଟିଶ ବ୍ୟକ୍ତି...

କ୍ରିକେଟରୁ ସାମୟିକ ବିରତି ନେଲେ ମ୍ୟାକ୍ସଓ୍ବେଲ୍‌

ମେଲବୋର୍ନ, ୩୧।୧୦ (ପି.ଟି.)- ଅଷ୍ଟ୍ରେଲିଆ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧ କାରଣ ଲାଗି ‘ସାମୟିକ’ ସମୟ ପାଇଁ କ୍ରିକେଟରୁ ବିରତି...

କ୍ରିକେଟ ପାଇଁ ଐତିହାସିକ ଦିନ, ଆଜିର ଦିନରେ ହିଁ ଭାରତ ପାକିସ୍ତାନକୁ ଧୂଳି ଚଟାଇଥିଲା

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିର ଦିନରେ ହିଁ ଭାରତ ପାକିସ୍ତାକୁ ଧୂଳି ଚଟାଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ...

ସଙ୍କଟରେ ସଚିନଙ୍କ ରେକର୍ଡ

ଧର୍ମଶାଳା,୧୧।୩- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କୋହଲି ଦିନିକିଆ ଫର୍ମାଟରେ...

ଭିନେଶ, ଅଂଶୁଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୧ା୨ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଏବଂ ଅଂଶୁ ମଲିକ ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ...

ପାକିସ୍ତାନ ଦିନିକିଆ ଦଳରେ ନଓ୍ବାଜ, ଇଫ୍‌ତିକର

କରାଚୀ,୨୧।୯: ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଲାଗି ଶନିବାର ପାକିସ୍ତାନ ଦଳ ଘୋଷଣା ହୋଇଯାଇଛି। ଅଲରାଉଣ୍ଡର ମହମ୍ମଦ ନଓ୍ବାଜଙ୍କୁ ଦୀର୍ଘ ଦିନ ପରେ ଜାତୀୟ ଦଳକୁ...

ଆଜିର ଦିନରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ ସଚିନ

ନୂଆଦିଲ୍ଲୀ,୨୩।୩- ଠିକ୍‌ ୧୭ ବର୍ଷ ତଳେ ଅର୍ଥାତ ୨୦୦୩ ମାର୍ଚ୍ଚ ୨୩ ତାରିଖରେ ସଚିନ ତେନ୍ଦୁଲକରଙ୍କ ଯୋଗୁ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟ ପ୍ରଶଂସକଙ୍କ...

Leave a comment

Your email address will not be published. Required fields are marked *