Posted inଜାତୀୟ

ଏକାକୀ ଲଢ଼ିବୁ ଉପନିର୍ବାଚନ: ଅଖିଳେଶ

ଲକ୍ଷ୍ନୌ,୫।୬: ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ୧୧ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ଦଳର ନେତା ଅଖିଳେଶ ଯାଦବ କହିଛନ୍ତି। ଦଳର ନେତାମାନଙ୍କ ସହ ଆଲୋଚନା କରାଯାଇ ସମସ୍ତ ୧୧ଟି ଆସନରେ ପ୍ରାର୍ଥୀ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ସାଧାରଣ ନିର୍ବାଚନରେ ଏସ୍‌ପି-ବିଏସ୍‌ପି ମେଣ୍ଟ ବିଫଳ ହେବା ପରେ ବିଏସ୍‌ପି ଏକାକୀ ଉତ୍ତରପ୍ରଦେଶ ଉପନିର୍ବାଚନ ଲଢ଼ିବ ବୋଲି ଦଳର ସୁପ୍ରିମୋ ମାୟାବତୀ କହିଥିଲେ। ଏବେ ସବୁକିଛି ସ୍ପଷ୍ଟ ହୋଇଯାଇଛି। ମେଣ୍ଟ ଭାଙ୍ଗିବା ସହ ପରସ୍ପର ବିରୋଧରେ ପ୍ରାର୍ଥୀ ଦେବାକୁ ଏସ୍‌ପି, ବିଏସ୍‌ପି ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣ ନିର୍ବାଚନରେ ଭାଜପାର ବାଜିମାତ୍‌ ସବୁକିଛି ଓଲଟପାଲଟ କରିପକାଇଛି। ପ୍ରକାଶଥାଉ କି, ନିର୍ବାଚନରେ ଏସ୍‌ପିର ଯାଦବ ସମାଜ ଭୋଟ୍‌ ମେଣ୍ଟକୁ ମିଳିବା ପରିବର୍ତ୍ତେ ଅନ୍ୟ ଆଡ଼କୁ ଚାଲିଯାଇଥିଲା। ଏମିତିକି, ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ମଧ୍ୟ ପରାଜୟବରଣ କରିଥିଲେ। ଏସ୍‌ପି-ବିଏସ୍‌ପି ମେଣ୍ଟ ଆଶାନୁରୂପ ସଫଳତା ପାଇ ନ ଥିଲା। ଫଳରେ ମେଣ୍ଟ ତିଷ୍ଠି ରହିବା ମାୟାବତୀଙ୍କ ଲାଗି ଅସହ୍ୟ ହୋଇଥିଲା।


All Right Reserved By Dharitri.Com

କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲାରେ ଥିବା କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ...

ଦେଶ ସର୍ବଦା ଜେଟଲୀଙ୍କୁ ମନେ ରଖିବ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ୧୨ଟା ୭ରେ ଏମ୍ସ୍‌ରେ ପରଲୋକ ଘଟିଛି। ଏନେଇ ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। କଂଗ୍ରେସ...

ସ୍ବାଭାବିକ ବାଟରେ ଉପତ୍ୟକା

ଶ୍ରୀନଗର/ଜମ୍ମୁ,୧୮ା୮(ପି.ଟି.): କଶ୍ମୀର ଉପତ୍ୟକା ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। କେତେକ ଅଞ୍ଚଳରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣାକୁ ଶନିବାର କୋହଳ କରିଦିଆଯାଇଛି। ଏଥିସହିତ...

ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୨।୮: ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଶେଷ...

ରାମପୁର ଉପନିର୍ବାଚନ:ଏସ୍‌ପି ଆଗୁଆ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶ ରାମପୁର ଆସନରେ ହୋଇଥିବା ଉପନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଭାଜପା ପ୍ରାର୍ଥୀ ଭାରତ ଭୁଷଣ ଗୁପ୍ତା ଏସ୍‌ପି ପ୍ରାର୍ଥୀ ତଞ୍ଜିନ୍‌...

ସର୍ଦ୍ଦାର ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନ ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୫।୯: ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନର ଶୁଭାରମ୍ଭ କରିଛନ୍ତି।...

କର୍‌ତାରପୁର କରିଡ଼ର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ:ଜାତିସଂଘ ମହାସଚିବ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍‌ତାରପୁର କରିଡ଼ର ଉଦଘାଟନ କରିଛନ୍ତି। ଏହି କରିଡ଼ର ପାକିସ୍ତାନ ପଞ୍ଜାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଫଳରେ ଦେଶର...

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗ: ଇଞ୍ଜିନିୟରଙ୍କ ଜାମିନ ଆବେଦନ ଖାରଜ

ନାଗପୁର,୩୦ା୭(ପି.ଟି.): ବ୍ରହ୍ମୋସ୍‌ ଏରୋସ୍ପେସ୍‌ ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ବାଲ୍‌ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ନିଶାନ୍ତ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ କିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *