Posted inଖେଳ

ଚ୍ୟାରିଟି କ୍ରିକେଟ୍‌ ମ୍ୟାଚ୍‌ ମେଲବୋର୍ନଙ୍କୁ ସ୍ଥାନାନ୍ତର

ସିଡ୍‌ନୀ, ୬।୨ (ପି.ଟି.)- ଅଷ୍ଟ୍ରେଲିଆ ବଶ୍‌ଫାୟାର (ଜଙ୍ଗଲ ପୋଡ଼ି) ଘଟଣାରେ କ୍ଷତିଗସ୍ତ ଲୋକଙ୍କ ପାଇଁ ଖେଳାଯିବାକୁ ଥିବା ଚ୍ୟାରିଟି କ୍ରିକେଟ୍‌ ମ୍ୟାଚ୍‌କୁ ମେଲବୋର୍ନ ଜନସନ୍‌ ଓଭାଲକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହା ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଶନିବାର ଖେଳାଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହିଦିନ ସେଠାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବାରୁ ଶେଷରେ ଏହାକୁ ମେଲବୋର୍ନକୁ ଘୁଞ୍ଚାଇ ନିଆଯାଇଛି। ଏବେ ଏହା ଶନିବାର ପରିବର୍ତ୍ତେ ରବିବାର ଖେଳାଯିବ। ଏହି ଚ୍ୟାରିଟି ମ୍ୟାଚ୍‌ର ନାମ ‘ବଶ୍‌ଫାୟାର କ୍ରିକେଟ୍‌ ବାସ୍‌’ ରଖାଯାଇଛି। ଏଥିରେ ଗୋଟିଏ ଟିମ୍‌ର ନେତୃତ୍ୱ ପୂର୍ବତନ ମହାନ୍‌ ଅଷ୍ଟ୍ରେଲିଆନ କ୍ରିକେଟର୍‌ ରିକି ପଣ୍ଟିଂ ନେଉଛନ୍ତି। ସେହିଭଳି ଅନ୍ୟ ଗୋଟିଏ ଟିମ୍‌ର ଦାୟିତ୍ୱ ପୂର୍ବତନ ଉଇକେଟ୍‌କିପର ଆଡାମ ଗିଲଖ୍ରିଷ୍ଟଙ୍କୁ ପ୍ରଦାନ କରାଯାଇଛି। ଅପରପକ୍ଷରେ ପଣ୍ଟିଂଙ୍କ ଦଳର କୋଚ୍‌ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ରହିଥିବାବେଳେ ଦୁର୍ଦ୍ଦର୍ଷ ଓ୍ବେଷ୍ଟଇଣ୍ଡିଜ ବୋଲର କଟର୍ନୀ ଓ୍ବାଲ୍ସ ଅନ୍ୟ ଦଳର ପ୍ରଶିକ୍ଷକ ରହିଛନ୍ତି। ପୂର୍ବରୁ ସେନ୍‌ ଓ୍ବାର୍ନେ ଗୋଟିଏ ଦଳର ନେତୃତ୍ୱ ନେବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ତାରିଖ ଘୁଞ୍ଚତ୍ ଯିବାରୁ ଓ୍ବାର୍ନେଙ୍କ ବଦଳରେ ଗିଲଖ୍ରୀଷ୍ଟଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ଏକ ଟିଭି ଚ୍ୟାନେଲ ସହ ଭାଷ୍ୟକାର ଭାବେ ଜଡ଼ିତ ରହିଥିବାରୁ କାମ ପ୍ରାଧାନ୍ୟ ଲାଗି ଓ୍ବାର୍ନେ ଏହି ମ୍ୟାଚ୍‌ରୁ ଓହରି ଯାଇଛନ୍ତି ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ କୁହାଯାଇଛି। ଏହି ମ୍ୟାଚ୍‌ରୁ ଯେତିକି ପାଣ୍ଠି ସଂଗୃହିତ ହେବ ତାହା ଅଷ୍ଟ୍ରେଲିଆନ୍‌ ରେଡ୍‌ କ୍ରସ ଡିଜାଷ୍ଟର ରିଲିଫ୍‌ ଆଣ୍ଡ୍‌ ରିକଭରି ପଣ୍ଡ୍‌କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଏହି ଭୟଙ୍କର ନିଆଁ ଯୋଗୁ ୩୩ ଜଣ ଲୋକ ପ୍ରାଣ ହରାଇଥିବାବେଳେ ହଜାର ହଜାର ଘର ନଷ୍ଟ ହୋଇଯାଇଛି। ଏହି ମ୍ୟାଚ୍‌କୁ ୧୦ ଓଭର ବିଶିଷ୍ଟ କରାଯାଇଥିବାବେଳେ ସେଥିରୁ ୫ ଓଭର ପାଓ୍ବାର ପ୍ଲେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri