Posted inଜାତୀୟ

ପାର୍ଲାମେଣ୍ଟରେ ସିଏଏ ଝଡ଼

ନୂଆଦିଲ୍ଲୀ,୬ା୨(ପି.ଟି.):  କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବୁଧବାର ପାର୍ଲାମେଣ୍ଟର ଉଭୟ ଗୃହରେ ଝଡ଼ ସୃଷ୍ଟି ହୋଇଛି। ଲୋକ ସଭାରେ ପ୍ରଶ୍ନକାଳରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସିଏଏକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେହିପରି ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦଳ ନେତାମାନେ ଦେଶର ସମ୍ବିଧାନ ବିପଦରେ ଅଛି ବୋଲି କହିବା ସହ ସିଏଏ ବିରୋଧୀ ବିକ୍ଷୋଭକୁ ସମର୍ଥନ କରିଛନ୍ତି।
ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଗତ ବେଳେ ବିତର୍କରେ ଭାଗନେଇ କଂଗ୍ରେସ ନେତା ଅଧୀର ରଞ୍ଜନ କହିଛନ୍ତି, ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏକ ଷଡ଼ଯନ୍ତ୍ର, ଯାହାକୁ ଲୋକେ ଭଣ୍ଡୁର କରିଦେଇଛନ୍ତି। ଆମ ଲୋକମାନେ ତୁମଠାରୁ ସମ୍ବିଧାନକୁ ବଞ୍ଚାଇବା ପାଇଁ ପଦାକୁ ବାହାରୁଛନ୍ତି। ସବୁ ବର୍ଗର ଲୋକ ଏକାଠି ହୋଇ ଏହା ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି। ଭାଜପା ପଛଘୁଞ୍ଚା ଦେଇଥିବାରୁ ଏହା ଗଣତନ୍ତ୍ରର ବିଜୟ। ସରକାର ଭାରତକୁ ଦୁର୍ବଳ କରିପାରିବେ ନାହିଁ। ଆମେ ସମସ୍ତେ ଏକାଠି ହୋଇ ଏହି ଦେଶକୁ ଗଢ଼ିଛୁ। ବହୁଳବାଦ ହେଉଛି ଦେଶର ହୃତ୍‌ସ୍ପନ୍ଦନ। ଏହାକୁ ଆମେ ସୁରକ୍ଷା ଦେବା ଉଚିତ ବୋଲି ଅଧୀର କହିଥିଲେ। ସେହିପରି ରାଜ୍ୟ ସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ଭାଜପା ଦେଶର ସାମାଜିକ ସମୀକରଣକୁ ଧ୍ୱଂସ କରିବା ପାଇଁ ଉଦ୍ୟମ କରୁଥିବାରୁ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରଠୁ ଏନ୍‌ସି ନେତା ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହା ପଛରେ ସରକାରଙ୍କ କି ଉଦ୍ଦେଶ୍ୟ ଅଛି ବୋଲି ଏନ୍‌ସିପି, ଡିଏମ୍‌କେ, ଟିଡିପି ଏବଂ ଆର୍‌ଜେଡି ସଦସ୍ୟମାନେ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ଓ ନୂଆ ନାଗରିକତ୍ୱ ଆଇନ ଆଣିବା ପଦକ୍ଷେପ ଦେଶ ଓ ଗଣତନ୍ତ୍ରକୁ ମଜଭୁତ କରିଛି ବୋଲି ଭାଜପା ପକ୍ଷରୁ ଜବାବ ଦିଆଯଇଥିଲା। ଏହାସହ ଶାହିନବାଗ ବିକ୍ଷୋଭକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରୁଥିବାରୁ ଭାଜପା ଏହାର ଦୃଢ଼ନିନ୍ଦା କରିଥିଲା। ସବ୍‌କା ସାଥ୍‌, ସବ୍‌କା ବିକାଶରେ ବିଶ୍ୱାସୀ ଭାଜପା ସରକାର ଦେଶର ସାମାଜିକ ସହବସ୍ଥାନକୁ ସୁନିଶ୍ଚିତ କରୁଛି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍‌ତାର ଅବ୍ବାସ ନକ୍‌ଭୀ କହିଥିଲେ।


All Right Reserved By Dharitri.Com

୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ...

ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସିକୁ ଦୃଢ଼ ସମର୍ଥନ: ରାଷ୍ଟ୍ରପତିଙ୍କୁ ୧୫୪ ବିଶିଷ୍ଟ ବ୍ୟକ୍ତିଙ୍କ ପତ୍ର

ନୂଆଦିଲ୍ଲୀ,୧୮ା୨ (ପି.ଟି.): କେନ୍ଦ୍ର ସରକାରଙ୍କ ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସିକୁ ଅନେକ ସ୍ଥାନରେ ବିରୋଧ କରାଯାଇ ବିକ୍ଷୋଭ ଜାରି ରହିଥିବାବେଳେ ସୋମବାର ୧୫୪ ବିଶିଷ୍ଟ ନାଗରିକ...

ବିଗ୍‌ବସ୍‌ରେ ଭାଗ ନେବାକୁ ଚାହାଁନ୍ତି ହଳଦିଆ ଶାଢି ପିନ୍ଧା ପୋଲିଂ ଅଧିକାରୀ

ଲକ୍ଷ୍ନୌ,୧୭।୫: ଲୋକ ସଭା ନିର୍ବାଚନ ୨୦୧୯ ଅବସରରେ ଏବେ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ମହିଳା ପୋଲିଂ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା...

ଆନ୍ଧ୍ର କ୍ୟାବିନେଟ :୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ଶପଥ ନେଲେ

ଅମରାବତୀ, ୯ା୬(ପି.ଟି.): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳରେ ଶନିବାର ୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ମନ୍ତ୍ରୀ ସାମିଲ ହୋଇଛନ୍ତି। ୫ ଉପମୁଖ୍ୟମନ୍ତ୍ରୀ ହେଲେ ପାମୁଲା...

ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ମୁମ୍ବାଇ,୭।୭: କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଯେମିତି ଦେଶରେ କଂଗ୍ରେସର ସ୍ଥିତି ଭୁଷୁଡି ପଡିବା ଭଳି...

ନିମିଷକେ ଭୁଶୁଡ଼ିଲା ପାଣିଟାଙ୍କି: ଭିଡ଼ିଓ ଭାଇରାଲ

କୋଲକତା,୨୩।୧: ସୋସିଆଲ୍‌ ମିଡ଼ିଆରେ ଗୁରୁବାର ଏକ ପାଣିଟାଙ୍କି ଭୁଶୁଡ଼ିବାର ଭିଡ଼ିଓ ଶେୟାର କରାଯାଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପଶ୍ଚିମବଙ୍ଗ ବାଙ୍କୁରା...

ଗଡ଼କରୀଙ୍କ ନୂଆ ନିୟମକୁ ବିରୋଧ: ଦିଲ୍ଲୀରେ ଅଖ-ଚକ ଜାମ୍‌

ନୂଆଦିଲ୍ଲୀ,୧୯।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନୂଆ ଜରିମାନା ନିୟମକୁ ବିରୋଧ କରି ଦିଲ୍ଲୀରେ ଗୁରୁବାର ଅଖ-ଚକ ଜାମ୍‌ ଡାକରା ଦିଆଯାଇଛି। ମିଳିତ ପରିବହନ...

ଦିଲ୍ଲୀ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ଫର୍ଣ୍ଣିଚର ମାର୍କେଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସକାଳେ ଉକ୍ତ ମାର୍କେଟରେ ଲାଗିଥିବା...

Leave a comment

Your email address will not be published. Required fields are marked *