Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ପ୍ରଥମ ପରାଜୟ

ହାମିଲଟନ, ୫।୨(ପି.ଟି.): ଟି୨୦ ସିରିଜ୍‌ରେ ୫-୦ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଦିନିକିଆ ସିରିଜରେ କିନ୍ତୁ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ୍‌ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି ବଲ୍‌ ବାକି ରଖି ୪ ଉଇକେଟରେ ପରାସ୍ତ କରିଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୮.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୮୪ଟି ବଲ୍‌ ଖେଳି ୧୦ ଚୌକା ଓ ୪ ଛକା ସହ ୧୦୯ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଟେଲର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ଶନିବାର ଅକ୍‌ଲାଣ୍ଡରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ।
୩୪୮ ରନ କଷ୍ଟସାଧ୍ୟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ଅତି ସହଜରେ ବିଜୟୀ ହୋଇଥିଲା। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ହେନେରୀ ନିକୋଲ୍ସ ପ୍ରଥମ ଉଇକେଟରେ ୮୫ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ଟେଲରଙ୍କ ଶତକକୁ ବାଦ୍‌ ଦେଲେ ନିକୋଲ୍ସ ୮୨ ବଲରୁ ୧୧ ଚୌକା ସହ ୭୮ ରନ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ଅଧିନାୟକ ତଥା ଉଇକେଟକିପର ଟମ୍‌ ଲଥାମ ୬୯ (୪୮ ବଲ, ୮ ଚୌକା, ୨ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଫର୍ମରେ ନ ଥିବା ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୩୨ ରନ ସଂଗ୍ରହ କରିଥିଲେ। ମିଚେଲ ସାଣ୍ଟରନ ୧୨ ରନ କରି ଅପରାଜିତ ରହିଥିଲେ। ଚତୁର୍ଥ ଉଇକେଟରେ ଟେଲର ଓ ଲଥାମ ୮୦ ବଲରୁ ୧୩୮ ରନ କରି ଦଳର ବିଜୟ ପଥକୁ ସହଜ କରିଥିଲେ। ଭାରତୀୟ ବୋଲରଙ୍କ ପ୍ରଭାବହୀନ ବୋଲିଂର ଫାଇଦା ଉଠାଇ ଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ। ଦଳ ତରଫରୁ କୁଲଦୀପ ଯାଦବ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୨, ମହମ୍ମଦ ସାମି ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଲେକାଏ ଉଇକେଟ ହାସଲ କରିଥିଲେ।
ଆୟାରଙ୍କ ଶତକ ନିଷ୍ଫଳ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବ ଭାରତ ତରଫରୁ ଆୟାର ୧୦୭ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ସର୍ବାଧିକ ୧୦୩ ରନର ଶତକୀୟ ପାଳି ଖେଳିଥିଲେ ମଧ୍ୟ ଶେଷରେ ଏହା ନିଷ୍ଫଳ ସାବ୍ୟସ୍ତ ହୋଇଥିଲା। ସେହିପରି ଇନ୍‌ଫର୍ମ ଲୋକଶେ ରାହୁଲ ୬୪ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୬ ଛକା ସହିତ ୮୮ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। କେଦାର ଯାଦବ ୧୫ ବଲରୁ ୩ ଚୌକା ଓ ୧ ଛକା ସହ ଅପରାଜିତ ୧୫ ରନ ସଂଗ୍ରହ କରିଥିଲେ। ପଦାର୍ପଣ କରିଥିବା ଦୁଇ ଓପନର ପୃଥ୍ବୀ ଶ ଓ ମୟଙ୍କ ଅଗ୍ରଓ୍ବାଲ ୪୮ ବଲରୁ ୫୦ ରନକରି ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନ ଥିଲେ। ପୃଥ୍ବୀ ୨୦ ଓ ମୟଙ୍କ ୩୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ କୋହଲି ୬ ଚୌକା ସହ ୫୧ ରନର ଶତକୀୟ ପାଳି ଖେଳି ଇଶ୍‌ ସୋଧୀଙ୍କ ବଲ୍‌ ଚକ୍‌ମା ଖାଇ ବୋଲ୍ଡ ହୋଇଥିଲେ। ଚତୁର୍ଥ ଉଇକେଟରେ ରାହୁଲ ଓ ଆୟାର ୧୦୧ ବଲରୁ ୧୩୬ ରନ ଓ ଏହାପୂର୍ବରୁ ତୃତୀୟ ଉଇକେଟରେ କୋହଲି ଓ ଆୟାର ଗୁରୁତ୍ୱପୂର୍ଣ୍ଣ ୧୦୨ ରନ ସଂଗ୍ରହ କରିଥିଲେ। ସେହିପରି ପଞ୍ଚମ ଉଇକେଟରେ କେଦାର ଓ ରାହୁଲ ୨୭ ବଲରୁ ଦ୍ରୁତ ତଥା ଅପରାଜିତ ୫୫ ରନକରି ଦଳର ସ୍କୋରକୁ ସାଢେ ତିନିଶ ନିକଟରେ ପହଞ୍ଚାଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଟିମ୍‌ ସୌଦି ୨, କଲିନ୍‌ ଡି ଗ୍ରାଣ୍ଡହୋମ ଓ ସୋଧି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।


All Right Reserved By Dharitri.Com

Posted inଖେଳ View All

୬୦ବର୍ଷ ହେଲେ ଖେଳ ଛାଡ଼ିବେ ମିଉରା

ଟୋକିଓ, ୧୪ା୧ (ଏଏଫ୍‌ପି)- ଜାପାନର ପୂର୍ବତନ ଷ୍ଟ୍ରାଇକର କାଜୁୟୋଶି ମିଉରା ଆସନ୍ତା ମାସରେ ୫୩ ବର୍ଷରେ ପଦାର୍ପଣ କରିବେ। ବିଶ୍ୱର ଏହି ସବୁଠାରୁ ବୟସ୍କ ପ୍ରଫେସନାଲ...

ହାମିଲଟନ ଜିତିଲେ ମେକ୍ସିକାନ ଗ୍ରାଁ ପ୍ରି

ମେକ୍ସିକୋ ସିଟି, ୨୮ା୧୦ (ଏଏଫ୍‌ପି)-ମର୍ସିଡିଜ୍‌ରେ ଲୁଇସ୍‌ ହାମିଲଟନ ମେକ୍ସିକାନ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ଜିତିିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୦ମ ଟାଇଟଲ। ଫେରାରିର...

୨୭୫ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ସୀମିତ ରହିଛି। ଫଳରେ...

ବିଶ୍ୱ ଚାମ୍ପିୟନଶିପ୍‌: ୧୮ ବର୍ଷ ପରେ ଇଥିଓପିଆକୁ ସ୍ବର୍ଣ୍ଣ

ଦୋହା,୭।୧୦(ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଆଥଲେଟିକ ବିଶ୍ୱ ଚାମ୍ପିୟନଶିପ୍‌ରେ ଇଥିଓପିଆର ଲେଲିସା ଡେସିସା ପୁରୁଷ ମାରାଥନ ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ...

ୟୁଏସ୍‌ ଓପନ୍‌ ଟେନିସ୍‌: ସେରେନାଙ୍କୁ ହରାଇ ଆଣ୍ଡ୍ରେସ୍କୁ ଚାମ୍ପିୟନ

ନ୍ୟୁୟର୍କ,୮।୯(ଏଏଫପି): ୧୯ ବର୍ଷୀୟା କାନାଡ଼ା ମହିଳା ଟେନିସ୍‌ ତାରକା ବାଇଆଙ୍କା ଆଣ୍ଡ୍ରେସ୍କୁ ଏଥର ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ...

ଭାରତୀୟ ଦଳ ପାଇଁ ପୁଣି ଏକାଠି ଖେଳିଲେ ଦୁଇ ଭାଇ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫ଟି...

ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ...

ଆଫଗାନିସ୍ତାନଠାରୁ ହାରିଲା ପାକିସ୍ତାନ

ବ୍ରିଷ୍ଟଲ, ୨୫।୫(ପି.ଟି.)-ଚଳିତମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ପୂର୍ବରୁ ପାକିସ୍ତାନ ଦଳକୁ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଅନୁଷ୍ଠିତ ଓ୍ବାର୍ମଅପ୍‌ ମ୍ୟାଚରେ ଏହି...

Leave a comment

Your email address will not be published. Required fields are marked *