ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ଦାରିଙ୍ଗବାଡ଼ି,୫।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବୁଧବାର ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ମହାତ୍ମାଗାନ୍ଧୀ ଏବଂ ଡ.ଆମ୍ବେଦକରଙ୍କ ଫଟୋ ରଖି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ହାଇସ୍କୁଲ ପାଇଁ ଶ୍ରେଣୀ କୋଠା ନିର୍ମାଣ, ପାଚେରି, ଖେଳପଡ଼ିଆ ନିର୍ମାଣ ଆଦି ଅନ୍ତର୍ଭୁକ୍ତ। ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକ କମିଟି ମଧ୍ୟରେ ବାରମ୍ବାର ଆଲୋଚନା କରାଯାଇ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଛି। ଜିଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବୁଧବାର ବର୍ଷାକୁ ଖାତିର ନ କରି ଛାତ୍ରୀଛାତ୍ର ଆନ୍ଦୋଳନରେ ବସିଛନ୍ତି।


All Right Reserved By Dharitri.Com

କର୍ଲାମୁଣ୍ଡା ବ୍ଲକ: ୯ କେନ୍ଦ୍ରର ଘର ନାଁଇଁନ, ବିପଦ୍‌ ଅବସ୍‌ତାରେ ୩ କେନ୍ଦ୍ର

କର୍ଲାମୁଣ୍ଡା, ୧୧।୧୧(ଡି.ଏନ୍‌.ଏ.)- ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆନେ ଜନସାଧାରନକୁଁ ଭିନେ ଭିନେ ସେବା ଯୁଗେଇ ଦେଉଛନ୍‌। ସେଥିରଲାଗି କେନ୍ଦ୍ରରେ ଝନେ କରମୀ ଆର ସହାୟିକାକୁଁ ନିଯୁକ୍ତ...

ଚିଲିକାରେ ବାର୍ଡ ଫ୍ଲୁ ଆଶଙ୍କା: ବିଦେଶୀ ପକ୍ଷୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ

ବାଲୁଗାଁ,୨୯ା୧ (ଡି.ଏନ.ଏ.): ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା କରି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇବା ସହ ତଟାଞ୍ଚଳରେ ହାଇ...

ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌...

ଯୁବକ ଜୀବନ୍ତ ଜଳିଯିବା ଘଟଣା: ମୃତ୍ୟୁ ପାଇଁ ପ୍ରେମିକା ହିଁ ଦାୟୀ

ବାଲିକୁଦା,୧୦ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢ଼ଙ୍ଗା ଦେବଗ୍ରାମ ବିଦ୍ୟାଳୟର ଶିଡିଘର ଛାତରେ ଗତ ୫ ତାରିଖରେ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ...

ଚିରନ୍ତନ ପ୍ରେମର ସନ୍ତକ ନିମୁହିଁ ମନ୍ଦିର

ସୋନପୁର,୧୫।୩(ନି.ପ୍ର.) ସୁବର୍ଣ୍ଣପୁରର ନିମୁହିଁ ମନ୍ଦିର ଏକ ବିସ୍ମୟ। ମନ୍ଦିରର ଉଚ୍ଚତା ପ୍ରାୟ ୨୫ ଫୁଟ । ଲମ୍ବ ୧୨ ଫୁଟକୁ ପ୍ରସ୍ଥ ପ୍ରାୟ ୧୨ ଫୁଟ୍‌...

୬ ଦଫା ଦାବି ନେଇ କେନ୍ଦୁପତ୍ର ଶ୍ରମିକଙ୍କ ରାସ୍ତାରୋକୋ

ଜମନକିରା,୧୧।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ଶ୍ରମିକ, ତୋଳାଳି କର୍ମଚାରୀ, ବନ୍ଧେଇ ଶ୍ରମିକମାନେ ବୁଧବାର ଜମନକିରା ବ୍ଲକ୍‌ ମୁଖ୍ୟଛକ ରାଜରାସ୍ତା ୫୩କୁ...

ଥାନା ନିକଟରୁ ୧୮ ଲକ୍ଷ ଲୁଟିନେଲେ ଲୁଟେରା

ଖୁଣ୍ଟୁଣୀ, ୨୯।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ମଙ୍ଗଳବାର ୧୮...

କୁସୁନପୁର ଜଙ୍ଗଲକୁ ଗଲା ନରହନ୍ତା ହାତୀ

ଯାଜପୁର ଅଫିସ୍‌,୨୮।୧: ଦୀର୍ଘ ୧୦ଦିନ ହେବ ଯାଜପୁର ଜିଲାର ଦାନଗଦି, କୋରେଇ, ରସୁଲପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ମଙ୍ଗଳବାର କୁସୁନପୁର...

Leave a comment

Your email address will not be published. Required fields are marked *