ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଭାଇରାଲ

ଦିଗପହଣ୍ଡି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ତାଙ୍କ ବାହାଘର ଭାଙ୍ଗିଯାଇଛି। ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ତାଙ୍କ ସହପାଠୀ ତଥା ପ୍ରେମିକ ରତ୍ନାକର ଗୌଡଙ୍କୁ ପୋଲିସ ଅଟକ ରଖିଛି।
ପ୍ରକାଶ ଯେ, ବ୍ରହ୍ମପୁରର ଜଣେ ଯୁବ ବ୍ୟବସାୟୀଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ନିର୍ବନ୍ଧ ସରିଥିଲା। ଭିଡିଓ ଭାଇରାଲ ହେବା ପରେ ପୁଅ ଘର ଲୋକେ ବାହାଘର ପ୍ରସ୍ତାବ ଭାଙ୍ଗି ଦେଇଛନ୍ତି। ଏନେଇ ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଯୁବତୀଙ୍କ ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ ନଂ.୨୭/୨୦ରେ ମାମଲା ରୁଜୁ କରିଛନ୍ତି। ଯୁବତୀଙ୍କ କଲେଜ ସହପାଠୀ ରତ୍ନାକରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ଯୁବତୀ ଜଣକ ଗୋଟିଏ କଲେଜରେ ଯୁକ୍ତ ୩ ବିଜ୍ଞାନ ପଢୁଥିବାବେଳେ କଳା ବିଭାଗରେ ପଢୁଥିବା ରତ୍ନାକରଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ କରିଦେବାର ଧମକ ଦେଇ ବିଭିନ୍ନ ସମୟରେ ସେ ବଳାତ୍କାର କରିଥିବା ଯୁବତୀ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି। ସେପ୍ଟେମ୍ବର ୧୯ରେ ଯୁବତୀଙ୍କ ନିର୍ବନ୍ଧ ହୋଇଥିଲା। ଜାନୁୟାରୀ ୩୦ରେ ବାହାଘର ତିଥି ଧାର୍ଯ୍ୟ ହୋଇଥିଲା। ଖବର ପାଇ ରତ୍ନାକର ଯୁବତୀଙ୍କ ବାହାଘର ଠିକ୍‌ ହୋଇଥିବା ଯୁବକଙ୍କ ଭାଇ ଓ ଭାଉଜଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ପଠାଇଥିଲେ। ଏସବୁ ଜଣାପଡିବା ପରେ ପୁଅଘର ଲୋକେ ବିବାହ ଭାଙ୍ଗିଦେବା ସହ ନ୍ୟାୟ ପାଇଁ କୁଳସଭାର ଦ୍ୱାରସ୍ଥ ହୋଇଥିଲେ। କୁଳସଭାର ନିଷ୍ପତ୍ତିକୁ ଯୁବତୀ ଓ ତାଙ୍କ ପରିବାର ଲୋକେ ଗ୍ରହଣ କରି ନ ଥିଲେ। ଓଲଟି ଯୁବତୀ ଜଣକ ବିବାହ ସ୍ଥିର ହୋଇଥିବା ପୁଅ ଓ ତାଙ୍କ ପରିବାର ଲୋକେ ତାଙ୍କୁ ବଦନାମ କରିବାକୁ ରତ୍ନାକରଙ୍କ ସହାୟତାରେ ଭିଡିଓ ଭାଇରାଲ କରିବା ସହ ଜବରଦସ୍ତ ୫ ଲକ୍ଷ ଟଙ୍କା ପାଇଁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଆଇଆଇସି କହିଛନ୍ତି। ବ୍ରହ୍ମପୁର ମେଡ଼ିକାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ପରେ ମଙ୍ଗଳବାର ସନ୍ଧ୍ୟାରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ବ୍ରହ୍ମପୁର ସାଇବର ଥାନାର ଅଧିକାରୀମାନେ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ଉଭୟ ପକ୍ଷଙ୍କ ମୋବାଇଲ ଫୋନ ଜବତ କରି ଭାଇରାଲ ଭିଡ଼ିଓର ମୂଳ ଉତ୍ସ ଓ ସତ୍ୟତା ସମ୍ପର୍କରେ ତଦନ୍ତ ଚଳାଇଛନ୍ତି।


All Right Reserved By Dharitri.Com

ବିଶୁଦ୍ଧିକରଣ ହେଲା ମୁଖ୍ୟରାସ୍ତା

ଫୁଲବାଣୀ ଅଫିସ, ୨ା୪- କନ୍ଧମାଳ ଜିଲା ଫୁଲବାଣୀ ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ବିଶୋଧନ କରାଯାଇଛି। ପୌର ପରିଷଦ ଓ ଅଗ୍ନିଶମ ବିଭାଗର କର୍ମଚାରୀ ହାଇପୋ କ୍ଲୋରାଇଡ଼...

କରୋନା ପାଇଁ ଖୋଲିଲା କଣ୍ଟ୍ରୋଲ୍‌ ରୁମ୍‌

କଟକ ଅଫିସ, ୮।୩: କରୋନା ଭୁତାଣୁର ମୁକାବିଲା କରିବା ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ଅପରାହ୍ନରେ ଜିଲାପାଳଙ୍କ...

ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କଲେ ରୂପେଶ

କଟକ ଅଫିସ,୧୩।୨: ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ର ହାଇକୋର୍ଟଙ୍କ...

ଆର୍ଥିକ ଅନଟନ : ନାତିକୁ ବିକିଲେ ଆଈ

ସୋନପୁର,୧୯ା୭(ନି.ପ୍ର.): ଆର୍ଥିକ ଅନଟନ ଯୋଗୁ ଆଈ ନିଜର ୧ ବର୍ଷର ନାତିକୁ ଝିଅଠାରୁ ଅଲଗା କରି ଅନ୍ୟତ୍ର ବିକ୍ରି କରିବାକୁ ପଛାଇ ନାହାନ୍ତି। ସୁବର୍ଣ୍ଣପୁର ଜିଲା...

ସ୍ତ୍ରୀ, ପିଲାଙ୍କୁ ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଯୁବକ

କଟକ ଅଫିସ/ଫୁଲନଖରା, (ଡି.ଏନ.ଏ.)୯ା୧୦:  ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର...

ବ୍ୟାପୁଛି ଭୂତାଣୁ ଜନିତ ରୋଗ: ହଜାରେରୁ ଅଧିକ ଗୋରୁ ଆକ୍ରାନ୍ତ

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପୁଛି ଭୂତାଣୁଜନିତ ରୋଗ। ଏହି ରୋଗରେ ଅଞ୍ଚଳର ବହୁ ଗୋରୁ ଆକ୍ରାନ୍ତ ହେଉଥିବାରୁ ଚାଷୀମାନେ ଚିନ୍ତାରେ...

୪ ମହଲା ଉପରୁ ଖସି ଶ୍ରମିକଙ୍କ ଜୀବନଗଲା

କୋକସରା,୨୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମର ହେମରାଜ ଦୁର୍ଗା (୨୬)ଙ୍କ ଶନିବାର ହାଇଦ୍ରାବାଦଠାରେ ସେଣ୍ଟ୍ରିଙ୍ଗ କାମ କରୁଥିବା ବେଳେ ୪ ମହଲା...

ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗହପଣ୍ଡି/ପାଟପୁର, ୧୪ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ଥାନାକୁ ଆଣିଥିବା ଜଣେ...

Leave a comment

Your email address will not be published. Required fields are marked *