କାମ ନ କରି ଆସିଛି ଟଙ୍କା, ବିଡିଓଙ୍କୁ ଅଭିଯୋଗ

କନିଷି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମାଧ୍ୟମରେ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଣେ ଜବ୍‌କାର୍ଡଧାରୀ ବିଡିଓଙ୍କୁ ଅଭିଯୋଗ କରିଛନ୍ତି।
ଯେ, କୋଳଥିଗାଁର ସୁଦାମ ପରିଡ଼ା ଜଣେ ଜବ୍‌କାର୍ଡ ହିତାଧିକାରୀ। ତାଙ୍କ ଜବକାର୍ଡ ନଂ. ୧୭୭୦୫ ଜରିଆରେ କାମ ଯୋଗାଇ ଦିଆ ନ ଯାଇ ଜବକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା। ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଜୋରଜବରଦସ୍ତ ଉକ୍ତ ଟଙ୍କା ଉଠାଇ ନେଇଗଲେ। ମଜୁରୀ ବାବଦକୁ ଗତ ୭ ସେପ୍ଟେମ୍ବର ୨୦୧୯ରୁ ୫ ଅକ୍ଟୋବର ୨୦୧୯ ମଧ୍ୟରେ ୪ଟି କିସ୍ତିରେ ମୋଟ ୫ ହଜାର ୨୬୪ ଟଙ୍କା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠିରୁ ମୋର ଜମା ଖାତାକୁ ଛଡ଼ାଯାଇ ମୋ ଠାରୁ ଜୋରଜବରଦସ୍ତ ଆଦାୟ କରାଯାଇଛି ବୋଲି ସେ ରଙ୍ଗେଇଲୁଣ୍ଡା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ କୁମାର ନାଗଭୂଷଣଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, କୋଳଥିଗାଁର ସୁଦାମଙ୍କ ନାମରେ ଡ଼ିମାଣ୍ଡ ହୋଇଥିଲା। ତାଙ୍କର ଖାତାକୁ ଟଙ୍କା ଯାଇଛି। ସେ ନିଜେ କହୁଛନ୍ତି ଯେ ମୁଁ କାମ କରିନାହିଁ, ମୋର ଖାତାକୁ କେମିତି ଟଙ୍କା ଆସିଛି। ତୁରନ୍ତ ତଦନ୍ତ କରାଯିବ ବୋଲି ବିଡିଓ ଜଣାଇଛନ୍ତି।


All Right Reserved By Dharitri.Com

ମହିପୁର ବନାଞ୍ଚଳରୁ ବିପୁଳ ପରିମାଣର ଶାଳକାଠ ଜବତ

ନୂଆଗାଁ, ୨୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ମହିତମା ଫରେଷ୍ଟ ସେକ୍ସନ ଅଧୀନ ନୂଆଗାଁ ଭାଲିଆପଦର ଗ୍ରାମ ନିକଟରୁ ବୁଧବାର ବନ ବିଭାଗ...

ଏସ୍‌ଆଇଏ ସର୍ଭେ: ୫୦ ପରିବାରର ତଥ୍ୟ ସଂଗ୍ରହ

ପୁରୀ ଅଫିସ,୩ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ୫ ଟିମ୍‌ ଘର...

ପଶ୍ଚିମ ଓଡ଼ିଶା ବନ୍ଦ: ବରଗଡରେ ବନ୍ଦର ପ୍ରଭାବ

ବରଗଡ଼ ଅଫିସ,୫।୨- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ଚାଲିଥିବା ପଶ୍ଚିମ ଓ ବନ୍ଦ ଡାକରାକୁ ବରଗଡ଼ରେ ସମର୍ଥନ ମିଳିଛି। ଜିଲାର...

ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍‌

ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ...

ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ୭ ଗୁରୁତର

ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍‌ ବସ୍‌କୁ ଧକ୍କା ଦେଇଛି ଗୋରୁ...

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

ଉଦୟକଣି ଗ୍ରାମ ନିକଟରେ ପୁଣି କୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଗଲା ଲୁଣାଜୁଆର, ଗ୍ରାମବାସୀ ଆତଙ୍କିତ

କାକଟପୁର,୩୦।୧୦(ଡି.ଏନ୍‌.ଏ.): ପୁଣି ଥରେ ଅସ୍ତରଙ୍ଗ ଉପକୂଳ ଉଦୟକଣି ଗ୍ରାମଠାରେ କୂଳ ଲଙ୍ଘିଛି ଅଶାନ୍ତ ସମୁଦ୍ର। ମେଲା ପଡ଼ିଥିବା ବେଳାଭୂମି ଦେଇ ବୁଧବାର ଲୁଣା ଜୁଆର ସ୍ଥଳଭାଗକୁ...

ଖସିଲା ପାରଦ: ସୁନ୍ଦରଗଡ଼ରେ ବରଫପାତ, ଜନଜୀବନ ଅସ୍ତବ୍ୟସ୍ତ

ସୁନ୍ଦରଗଡ଼,୨୮।୧୨(ଡି.ଏନ୍‌.ଏ.): ଅଦିନିଆ ବର୍ଷା ପରେ ସୁନ୍ଦରଗଡ଼ରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଠାରେ ଶନିବାର ପାରଦ ଆହୁରି ତଳକୁ ଖସିଛି। ବିଶେଷକରି କୋଇଡ଼ା, ଟେନ୍‌ସା ଆଦି...

Leave a comment

Your email address will not be published. Required fields are marked *