ଶ୍ୱଶୁରଙ୍କ ପ୍ରେରଣାରୁ ହେଉଛି ଅଙ୍ଗଦାନ

ଦିଗପହଣ୍ଡି,୫ା୨(ଡି.ଏନ.ଏ.)-ସଡ଼କ ଦୁର୍ଘଟଣାରେ ଆହତ ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କା ରାଣୀ ରାଜୁ (୨୬) ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଶ୍ୱଶୁର ଓ ସ୍ବାମୀଙ୍କ ସହମତିରେ ପ୍ରିୟଙ୍କାଙ୍କ ଦୁଇଟି କିଡ୍‌ନୀ ଓ ଚକ୍ଷୁ ଦାନ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମଙ୍ଗଳବାର ସକାଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶରେ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଙ୍ଗଦାନ କରି ପ୍ରିୟଙ୍କାଙ୍କ ପରିବାର ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି।
ଯେ, ଦୁର୍ଘଟଣାରେ ଆହତ ପ୍ରିୟଙ୍କାଙ୍କ ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚାଲିଥିଲା। ସୋମବାର ସନ୍ଧ୍ୟାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ଘୋଷଣା କରିଥିଲେ। ସେଠାରେ ଉପସ୍ଥିତ ତାଙ୍କ ଶ୍ୱଶୁର ଭି. ଧର୍ମା ରାଜୁ ଓ ସ୍ବାମୀ ଭି. ସମୀର ରାଜୁ ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା। ସୋମବାର ରାତିରେ କଟକ ବଡ଼ ଡ଼ାକ୍ତରଖାନାର ସ୍ବତନ୍ତ୍ର ଡାକ୍ତରୀ ଦଳ ହସ୍ପିଟାଲରେ ପହଞ୍ଚତ୍ କିଡ୍‌ନୀ ଓ ଚକ୍ଷୁ ସଂଗ୍ରହ କରିଥିଲେ। ପରେ ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ ନିଆଯାଇ ବିଶେଷଜ୍ଞ ଡାକ୍ତରୀ ଦଳ ଜଣେ ବ୍ୟକ୍ତିଙ୍କ ଶରୀରରେ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ।
ପ୍ରକାଶ ଯେ, କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତି ଜରିଆରେ ମୃତ ପ୍ରିୟଙ୍କାଙ୍କ କିଡ୍‌ନୀ ଅନ୍ୟ ଅସୁସ୍ଥ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯିବା ଘଟଣା ରାଜ୍ୟରେ ପ୍ରଥମ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ବଡ଼ ଡାକ୍ତରଖାନାରେ ଅଙ୍ଗ ଦାନ ଓ ପ୍ରତ୍ୟାରୋପଣ ବ୍ୟବସ୍ଥା ତଦାରଖ ପାଇଁ ଏକ ନୋଡାଲ କେନ୍ଦ୍ର ଖୋଲାଯାଇଛି। ସ୍ବେଚ୍ଛାକୃତ ଭାବେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ଗତ କିଛିଦିନ ପୂର୍ବେ ପୁରସ୍କାର ସ୍ବରୂପ ଅର୍ଥରାଶି ପ୍ରଦାନ ବ୍ୟବସ୍ଥା ନେଇ ଘୋଷଣା କରିଥିଲେ।
ସୂଚନା ଯୋଗ୍ୟ ଯେ, ଗତ ୨୬ ତାରିଖ ଅପରାହ୍ନରେ ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ କାର (ନଂ.ଓଆର୦୨ବିଏକ୍ସ-୫୪୬୪)କୁ ବିପରୀତ ଦିଗରୁ ଏକ ପିକ୍‌ଅପ ଭ୍ୟାନ (ନଂ.ଓଡି୦୭ଡି-୭୭୫୫) ଧକ୍କା ଦେବାରୁ କାରରେ ଥିବା ଦିଗପହଣ୍ଡି ରାଣୀ ସାହିର ପୂର୍ବତନ ଏନ୍‌ଏସି କାଉନସିଲର ଭି.ଧର୍ମରାଜୁ ତାଙ୍କ ସ୍ତ୍ରୀ ଭାରତୀ, ପୁଅ ସମୀର, ବୋହୂ ପ୍ରିୟଙ୍କା, ନାତି ଜେରି ଓ ନାତୁଣୀ ତନ୍‌ଭି ଗୁରୁତର ଆହତ ହୋଇଥିଲେ। ବ୍ରହ୍ମପୁରରେ ଭୋଜିଖାଇ ପରିବାର ସହ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମା’ ପ୍ରିୟଙ୍କା ଓ ଝିଅ ତନ୍‌ଭିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଚିକିତ୍ସା ଚାଲିଥିଲା। ସୋମବାର ସନ୍ଧ୍ୟାରେ ପ୍ରିୟଙ୍କାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


All Right Reserved By Dharitri.Com

ହାତୀ ଅସୁସ୍ଥ, ଚିନ୍ତାରେ ପରିବେଶବିତ୍‌

କେନ୍ଦୁଝର,୨୯।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ଉପର ସୁମଠ ଗ୍ରାମ ଜଙ୍ଗଲରେ ଏକ ହାତୀ ଅସୁସ୍ଥ ହୋଇପଡ଼ିଛି। ହାତୀର...

ବ୍ରହ୍ମପୁର ବଡ଼ ମେଡିକାଲ: ବାୟୋମେଟ୍ରିକ ଉପସ୍ଥାନ ପ୍ରହସନ

ବ୍ରହ୍ମପୁର ଅଫିସ,୨୩ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ବଡ ହସ୍ପିଟାଲ। ଏହା ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଗଜପତି,...

ବାହୁଦା ନଦୀରେ ବୁଡ଼ି ଯୁବକ ମୃତ

ପାତ୍ରପୁର,୧୬ା୮(ଡି.ଏନ୍‌.ଏ.): ଖାରିଆଗୁଡ଼ା ଫାଣ୍ଡି ଆମୁଣ୍ଡି ଗ୍ରାମ ନିକଟ ଦେଇ ପ୍ରବାହିତ ବାହୁଦା ନଦୀରେରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ ଶ୍ୟାମ ବେହେରା...

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ, ୧୩ା୧:ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ରବିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ...

ଦୁର୍ଗମ ଅଞ୍ଚଳକୁ ରାସ୍ତା କାମ ଶୁଭାରମ୍ଭ

ଖଜୁରିପଡ଼ା,୪ା୧୨-କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ଜାଣମେଣି, କାଳିଆମ୍ବା ଓ ଦୁର୍ଗମ ଅଞ୍ଚଳ ଗ୍ରାମବାସୀଙ୍କ ଦୀର୍ଘବର୍ଷର ଅଭିଯୋଗ ପରେ ରାସ୍ତା କାମ ଆରମ୍ଭ ହୋଇଛି।...

ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

  ଗୁଡ଼ଭେଲିପଦର, ୧୧।୧ (ଡି.ଏନ.ଏ)- ରାଏଜର ଭିନେ ଭିନେ ଜିଲାରେ ଅନେକ ଅଙ୍ଗନଓ୍ବାଡି ଘର ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ଥିବାର ରାଏଜ୍‌ ସରକାରକଁର ନଜରକେ...

ମାଲେସିଆ ଫେରିଗଲା ଜିନ୍‌ ହ୍ବା: ଛାଡ଼ିଗଲା ସ୍ମୃତି, ଦେଇଗଲା ଅନେକ ଅନୁଭୂତି

ବ୍ରହ୍ମଗିରି, ୧୭-୯(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ଓ ଖିରୀସାହି ମଝି ବଙ୍ଗୋପ ସାଗର କୂଳରେ ଅଟକିଥିବା ମାଲେସିଆର ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା...

ଜଳାଶୟରେ ବୁଡ଼ି ନାବାଳକ ମୃତ

ଛତ୍ରପୁର, ୧୯।୧୦: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଡୁଗୁଲ ଛକ ନିକଟ ଏକ ଅସ୍ଥାୟୀ ଜଳାଶୟରେ ବୁଡି ଶନିବାର ଜଣେ ନାବାଳକର ମୃତ୍ୟୁ ଘଟିଛି। ସେ...

Leave a comment

Your email address will not be published. Required fields are marked *