ଆଜି ବିଶ୍ୱ ପରିବେଶ ଦିବସ: ବିକାଶ ନାମରେ ନଷ୍ଟ ହେଉଛି ପରିବେଶ

କେନ୍ଦୁଝର, ୫ା୬ (ସ୍ବ.ପ୍ର.)-ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି ଆନ୍ତରିକତା ଥିବା ମନେ ହେଉନାହିଁ ା କେନ୍ଦୁଝର ଜିଲାର ଜଳବାୟୁ ଓ ଜଳାଭାବକୁ ଦେଖିଲେ ପରିବେଶ କେତେ ନଷ୍ଟ ହୋଇଛି ବେଶ ଅନୁମାନ କରିହେବ।
ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଙ୍ଗଲ ସଂରକ୍ଷଣ ଆଦି ବାର୍ତ୍ତା ସମସ୍ତେ ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ପାଳନ ହେଉନଥିବାରୁ ଏହା ପ୍ରହସନରେ ପରିଣତ ହେଉଛି ା ବୃକ୍ଷରୋପଣ ତ ଦୂର କଥା ବୃକ୍ଷ ନଷ୍ଟକୁ ମଧ୍ୟ ରୋକିବାରେ ବିଫଳ ହେଉଛନ୍ତି। ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ ହେଉଛି କିନ୍ତୁ ବାସ୍ତବ ଚିତ୍ର କଣ ସମସ୍ତେ ଜାଣନ୍ତି। ବଣଜଙ୍ଗଲ ନଷ୍ଟ ଯୋଗୁ ହାତୀ, ଭାଲୁ, ହରିଣ ଆଦି ବନ୍ୟଜନ୍ତୁ ଓ ସରୀସୃପ ଗ୍ରାମମୁଖୀ ହେଉଛନ୍ତି।
ଏକଦା ଜିଲ୍ଲା ଥଣ୍ଡା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଥିବା କେନ୍ଦୁଝର ଜିଲା ଏବେ ଉତ୍ତପ୍ତ ହୋଇଯାଉଥିବାରୁ ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ବ୍ୟାପକ ଖଣି ଖନନ, ଜଙ୍ଗଲ ଲୁଟ, ରାସ୍ତାଘାଟ ସମ୍ପ୍ରସାରଣ ପାଇଁ ବ୍ୟାପକ ଜଙ୍ଗଲ କଟା, ବୃଦ୍ଧିପାଉଥିବା ଜଙ୍ଗଲ ଜମି ଜବରଦଖଲ ଆଦି କାରଣରୁ ଜିଲାର ଜଙ୍ଗଲ ଓ ପରିବେଶ ସଙ୍କଟରେ ରହିଛି ା ଏହାର କୁ ପ୍ରଭାବ ମଣିଷ, ପଶୁପକ୍ଷୀ, ଜୀବଜଗତ ଉପରେ ପଡୁଛି ା ସନ୍ତୁଳିତ ପରିବେଶ ବିଗିଡି ଯାଉଥିବା ବେଳେ ଏହାର ପ୍ରଭାବରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି ା ବର୍ଷାରେ ଅନିୟମିତତା, ଆବଶ୍ୟକତା ଠାରୁ କମ ବେଶୀ ବର୍ଷା ଯୋଗୁଁ ଚାଷ ତଥା ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି ା ଜିଲାରେ ଆଗଭଳି ଘଞ୍ଚ ଜଙ୍ଗଲ ନାହିଁ ା ବହୁ ଝରଣା, ନଦୀନାଳ ଲୁପ୍ତ ହୋଇଯାଉଥିବା ବେଳେ ଅନ୍ୟ ସବୁ ସଙ୍କଟରେ ରହିଛି ା ଫଳରେ ଜଳାଭାବ ଦେଖାଦେଉଛି। ପ୍ରାକୃତିକ ଜଙ୍ଗଲକୁ କୃତ୍ରିମ ଜଙ୍ଗଲ ଦ୍ୱାରା ଭରଣା କରାଯାଇପାରୁନାହିଁ ା ଫଳରେ ଜଙ୍ଗଲର ଘନତ୍ୱ ହ୍ରାସ ପାଉଛି। ସେହିପରି ଜଙ୍ଗଲର ସୁରକ୍ଷା କରାଗଲେ ପ୍ରାକୃତିକ ଜଙ୍ଗଲ ଆପେ ଆପେ ସୃଷ୍ଟି କରାଯାଇପାରିବ। କିନ୍ତୁ ତାହା କରା ନ ଯାଇ ଜଙ୍ଗଲ ମଧ୍ୟରେ ଅଯଥା ଅଦରକାରୀ ଗଛର ବନୀକରଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରୁଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଜିଲାରେ ସମୁଦାୟ ୨୭୭ଟି ଶିଳ୍ପ ଓ ଖଣି ସଂସ୍ଥା ରହିଛି। ଜିଲାରେ ସମୁଦାୟ ୧୨୦ଟି ଖଣି ଲିଜ ଦିଆଯାଇଛି। ଏହାଛଡା ବେଆଇନ ଖଣି ଖନନକୁ ହିସାବ କଲେ ଏହାର ପରିମାଣ ୫୦ ହଜାର ହେକ୍ଟର ଟପିଯିବ। ସେହିପରି କଟକଣା ଅଭାବରୁ କାରଖାନାର ବର୍ଜ୍ୟବସ୍ତୁ ଯୋଗୁ ଚାଷଜମି, ରାସ୍ତାଘାଟ, ଜଳାଶୟ ଆଦି ପ୍ରଦୂଷିତ ହେଉଛି। ସର୍ବୋପରି ମଣିଷର ବଞ୍ଚିବା ପାଇଁ ଆବଶ୍ୟକ ବିଶୁଦ୍ଧ ପାନୀୟ ଜଳ, ବାୟୁ, ପରିବେଶ ମିଳୁ ନଥିବାରୁ ଏଠାରେ ବଞ୍ଚିବାର ଅଧିକାର କ୍ଷୂର୍ଣ୍ଣ ହେଉଛି।


All Right Reserved By

ଅନ୍‌ୱାର ଖାନ୍‌ଙ୍କୁ ତଟରକ୍ଷକ ସାହସିକତା ପଦକ:ପ୍ରଥମ ଓଡ଼ିଆ ଭାବେ ମିଳିଲା ସମ୍ମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କୋଷ୍ଟ ଗାର୍ଡର ଡିଆଇଜି ଅନ୍‌ୱାର ଖାନ୍‌ଙ୍କୁ ତଟରକ୍ଷକ ସାହସିକତା ପଦକ ପ୍ରଦାନ କରାଯାଇଛି। ଏହି ପଦକ ପାଇବାରେ ସେ ପ୍ରଥମ ଓଡ଼ିଆ ଅଫିସର। ମଙ୍ଗଳବାର...

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା...

ବାଲିଆପାଳରେ ଭାଜପା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ବାଲିଆପାଳ,୩।୮(ସ୍ବ.ପ୍ର.): ବାଲିଆପାଳରେ ଗତ ଜୁଲାଇରେ ରାଜଧାନୀ ଢ଼ାବାରୁ ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତରେ ଶିଥିଳତାକୁ ନେଇ ଭାଜପା ପକ୍ଷରୁ ଶନିବାର ୧୨...

ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର...

ଆବଶ୍ୟକ ଅନୁଯାୟୀ ପୂରଣ ହେଉନି ଅଣ୍ଡା ଉତ୍ପାଦନ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ବିଶ୍ୱରେ ଚାଇନା ସର୍ବାଧିକ ଅଣ୍ଡା ଉତ୍ପାଦନ କରୁଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଅଣ୍ଡା ଉତ୍ପାଦନରେ ଆମ ରାଜ୍ୟ ଦେଶରେ ୧୧ତମ ସ୍ଥାନରେ...

ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ନବୀନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆଦିଲ୍ଲୀ ଗସ୍ତ...

ଭଦ୍ରକ ଜିଲା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ହେବ: ମନ୍ତ୍ରୀ

ଭଦ୍ରକ ଅଫିସ,୪ା୬-ଭଦ୍ରକ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା କରିବା ସକାଶେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ...

ମାରିସା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୬ା୯: ବାରିପଦା ସହରରେ ଦିନକୁ ଦିନ ଅଳିଆ ଆବର୍ଜନା ଜମିବାରେ ଲାଗିଛି । ସହରର ଗଳିକନ୍ଦିରେ କୁଢ କୁଢ ଆବର୍ଜନା ପଚିସଢି ପରିବେଶକୁ ଦୂଷିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *