Posted inଖେଳ

୨୧ ବର୍ଷରୁ କମ୍‌ ମହିଳା ହକି: ଭାରତକୁ ଚତୁଃରାଷ୍ଟ୍ରୀୟ ଟାଇଟଲ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ), ୫ା୬ (ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ କ୍ୟାଣ୍ଟର ଫିଜରଲାଡ୍‌ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ଟାଇଟଲ ହାସଲ କରିଛି। ଦଳ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଗଗନଦୀପ କୌର ଖେଳର ତୃତୀୟ କ୍ୱାର୍ଟରରେ ଗୋଲଟିକୁ ସ୍କୋର କରିଥିଲେ। ଫାଇନାଲ କ୍ୱାର୍ଟରରେ ଆୟର୍ଲାଣ୍ଡ ୩ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇ ପାରି ନ ଥିଲା। ଚାରୋଟି ଗେମ୍‌ରେ ୩ଟି ଗୋଲ ସ୍କୋର କରି ମମ୍‌ତାଜ ଖାଁ ଟୁର୍ନାମେଣ୍ଟର ସର୍ବାଧିକ ଗୋଲ ସ୍କୋରର ଖେଳାଳି ବିବେଚିତ ହୋଇଥିଲେ। ଭାରତ ଏହି ଟୁର୍ନାମେଣ୍ଟରେ ଅପରାଜେୟ ରହି ଟାଇଟଲ ଜିତିବା ଏକ ଉଲ୍ଲେଖନୀୟ ଘଟଣା।


All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ...

ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)- ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ...

ଜାମ୍ପାଙ୍କୁ ଭର୍ତ୍ସନା

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ୍‌ ଜାମ୍ପାଙ୍କୁ ଆଇସିସି ପକ୍ଷରୁ ଭର୍ତ୍ସନା କରାଯାଇଛି। ଏଥିସହ ଖେଳାଳିଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିବା ପାଇଁ ତାଙ୍କୁ...

ପୁରୁଷ ଦଳକୁ ଅଲିମ୍ପିକ୍ସ ଟିକେଟ

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା ଓ ପୁରୁଷ ହକି ଦଳ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଆଗାମୀ ଅଲିମ୍ପିକ୍ସ ଟୋକିଓଠାରେ ୨୦୨୦...

ମନ୍ଧାନାଙ୍କ ଗୋଡ଼ ଆଙ୍ଗୁଠି ଫ୍ରାକ୍‌ଚର

ନୂଆଦିଲ୍ଲୀ,୮।୧୦(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଅଭ୍ୟାସବେଳେ...

ଦୃଷ୍ଟିହୀନ କ୍ରିକେଟ, ଭାରତ ସିରିଜ ବିଜୟୀଅଜୟଙ୍କ ଦ୍ୱିଶତକ, ଦୁର୍ଗାଙ୍କ ଶତକ

ଭୁବନେଶ୍ୱର, ୨୩।୭(କ୍ରୀଡ଼ା ପ୍ରତିନିଧି)- କାରିବିୟନ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଅଜୟ ରେଡ୍ଡୀଙ୍କ...

ନୀରବତା ଭାଙ୍ଗିଲେ ସୋଏବ ମଲିକ

ଲଣ୍ଡନ, ୧୯।୬- ଚଳିତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚ୍‌ରେ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟରଙ୍କୁ ଏବେ ନିଜ ଦେଶରୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ...

ବୋର୍ଡ ସଭାପତି ଏକାଦଶ ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ, ମାଧୁରୀ ମେହେଟ୍ଟା

ମୁମ୍ବାଇ, ୩୦ା୮ (ପି.ଟି.)-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବିପକ୍ଷ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ପାଇଁ ୧୫ ଜଣିଆ ବୋର୍ଡ ସଭାପତି ଏକାଦଶ ଦଳ ଘୋଷଣା...

Leave a comment

Your email address will not be published. Required fields are marked *