Posted inଜାତୀୟ

ଭାଜପାରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ

ନୂଆଦିଲ୍ଲୀ,୪।୨: ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀଙ୍କ ପୁଅ ସମିର ଦ୍ୱିବେଦୀ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ହେଲେ ଜନାର୍ଦ୍ଦନ ଏକଥା ଜାଣି ନ ଥିବା କହିଛନ୍ତି। ସେ କଂଗ୍ରେସର ଜଣେ ବରିଷ୍ଠ ନେତାଭାବେ ବେଶ୍‌ ଜଣାଶୁଣା ଥିବା ବେଳେ ତାଙ୍କ ପୁଅ ସମିର ଭାଜପାରେ ଯୋଗ ଦେବା କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କିଛିଦିନ ହେବ କଂଗ୍ରେସ ହାଇକମାଣ୍ଡଙ୍କ ସହ ଜନାର୍ଦ୍ଦନଙ୍କର ସମ୍ପର୍କ ସେତେଟା ଭଲ ନ ଥିବା କୁହାଯାଉଛି। ବିଶେଷ କରି ଯେବେଠାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି ସେବେଠାରୁ ଦଳ ମଧ୍ୟରେ ତାଙ୍କର ଗୁରୁତ୍ୱ ନ ଥିବା କୁହାଯାଉଛି। ଏହାକୁ ନେଇ ଦଳ ମଧ୍ୟରେ ଖୋଲାଖୋଲି ଆଲୋଚନା ମଧ୍ୟ ହୋଇଥିଲା। ଅପରପକ୍ଷେ ଜନାର୍ଦ୍ଦନ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ନିକଟତମ ବୋଲି କୁହାଯାଉଥିଲା। ହେଲେ ଏତେ ପରେ ବି ତାଙ୍କ ପୁଅ ଭାଜପାରେ ଯୋଗ ଦେବା କଂଗ୍ରେସ ପାଇଁ ବଡ ଝଟ୍‌କା ବୋଲି କୁହାଯାଉଛି।


All Right Reserved By Dharitri.Com

ମହଙ୍ଗା ହେଲା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୬: ଦେଶରେ ସୋମାବାର ଅନ୍‌ଲକ୍‌ ୧.୦ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ସାଧାରଣ ଜନତାଙ୍କ ଉପରେ ପଡିଛି ମହଙ୍ଗା ମାଡ। ଦେଶର ଅଏଲ ମାର୍କେଟିଂ...

ମହାରାଷ୍ଟ୍ରରେ ରାସାୟନିକ କାରଖାନାରେ ବିସ୍ଫୋରଣ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ ରାସାୟନିକ କାରଖାନାରେ ଶନିବାର ବିସ୍ଫୋରଣ ଘଟିଛି। ସ୍ଥାନୀୟ ଶିରପୁରଠାରେ ଥିବା ଏହି କାରଖାନାରେ ପୂର୍ବାହ୍ନ ୯ଟା ୧୫ରେ...

ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ଭାଙ୍ଗିବ ରେକର୍ଡ; ଏପ୍ରିଲ୍‌ରେ ହେବ ଅଧିକ ଗରମ: ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୯।୨: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ପୂର୍ବର ରେକର୍ଡ ଭାଙ୍ଗିବ। ଏହା ସହିତ ଏପ୍ରିଲ୍‌ରେ ଏହି ଦୁଇ ଅଞ୍ଚଳରେ ତାପମାତ୍ରାରେ ୧ରୁ ୧.୫...

ୟୁରୋପ କରୋନାର କେନ୍ଦ୍ରସ୍ଥଳ

ଜେନେଭା,୧୫ା୩ : ୟୁରୋପ ଏବେ ମାରାତ୍ମକ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଘୋଷଣା କରାଯାଇଛି। ଡବ୍ଲ୍ୟୁଏଚ୍‌ଓର...

ସାଇକେଲ ଚଢି ଅଫିସ ଗଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ନୂଆଦିଲ୍ଲୀ,୩।୬: ଚାନ୍ଦିନୀ ଚୌକ ଏମ୍‌ପି ଡା. ହର୍ଷବର୍ଦ୍ଧନ ସୋମବାର ପ୍ରଥମ ଦିନରେ ନିର୍ମାଣ ଭବନ ଯାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ...

ପାର୍ଲାମେଣ୍ଟରେ ସିଏଏ ଝଡ଼

ନୂଆଦିଲ୍ଲୀ,୬ା୨(ପି.ଟି.):  କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବୁଧବାର ପାର୍ଲାମେଣ୍ଟର ଉଭୟ ଗୃହରେ ଝଡ଼ ସୃଷ୍ଟି ହୋଇଛି। ଲୋକ ସଭାରେ ପ୍ରଶ୍ନକାଳରେ କଂଗ୍ରେସ ନେତା...

ସ୍ପେସ୍‌ ଷ୍ଟେଶନ ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ଭାରତ ୨୦୩୦ ସୁଦ୍ଧା ନିଜସ୍ବ ସ୍ପେସ୍‌ ଷ୍ଟେଶନ ଲଞ୍ଚ୍‌ କରିବାକୁ ଯୋଜନା କରିଥିବା ଇସ୍ରୋ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌)ର ଅଧ୍ୟକ୍ଷ କେ. ଶିବନ୍‌ ପ୍ରକାଶ...

ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର: ଲଞ୍ଚ୍‌ପ୍ୟାଡ୍‌-୬ରେ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ

ଶ୍ରୀନଗର,୧୨।୩: ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ନିୟନ୍ତ୍ରଣ ରେଖାଠାରୁ କିଛି କିଲୋମିଟର ଦୂରରେ ଜୈଶ୍‌ କମାଣ୍ଡର...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *