Posted inଖେଳ

ଆଇସିସି ବିଶ୍ୱକପ୍‌: ଶ୍ରୀଲଙ୍କାର ପ୍ରଥମ ବିଜୟ

କାର୍ଡିଫ୍‌,୫।୬(ଏଏଫ୍‌ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ବର୍ଷା ବାଧାପ୍ରାପ୍ତ ସପ୍ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଡକ୍‌ଓ୍ବର୍ଥ/ ଲୁଇସ୍‌ ନିୟମରେ ୩୪ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯାଇଥିବା ଲୋ- ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଥିଲା। ବର୍ଷା ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବା ଫଳରେ ଆଫଗାନିସ୍ତାନ ସମ୍ମୁଖରେ ୪୧ ଓଭରରେ ପୁନଃନିର୍ଦ୍ଧାରିତ ୧୮୭ ରନର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ଆଫଗାନିସ୍ତାନ ୩୨.୪ ଓଭରରେ ମାତ୍ର ୧୫୨ ରନକରି ଅଲଆଉଟ ହୋଇ ପରାସ୍ତ ହୋଇଛି। ଏଥି ସହିତ ଶ୍ରୀଲଙ୍କା ତା’ର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ ଆଫଗାନିସ୍ତାନ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଆଫଗାନିସ୍ତାନ ତରଫରୁ ନାଜିବୁଲ୍ଲା ଜଡ୍ରାନ ସର୍ବାଧିକ ୪୩, ହଜରତୁଲ୍ଲା ଜାଜାଇ ୩୦, ଅଧିନାୟକ ଗୁଲବଦିନ ନାଇବ ୨୩ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଶ୍ରୀଲଙ୍କାର ନୂଆନ ପ୍ରଦିପ ସର୍ବାଧିକ ୪, ଲସିଥ୍‌ ମାଲିଙ୍ଗା ୩, ଇସୁରୁ ଉଡାନା ଓ ଥିସାରା ପେରେରା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଏକଦା ବିନାକ୍ଷତିରେ ୯୨ ରନ ସଂଗ୍ରହ କରି ଶ୍ରୀଲଙ୍କା ବେଶ୍‌ ଦମ୍‌ଦାର ଆରମ୍ଭ କରିଥିଲେ ମଧ୍ୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଓ ଟେଲ ଏଣ୍ଡରଙ୍କ ବିଫଳତା ଯୋଗୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଓପନର କୁଶଲ ପେରେରା ସର୍ବାଧିକ ୭୮, ଅଧିନାୟକ ଦିମୁଥ କରୁଣାରତ୍ନେ ୩୦ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ପ୍ରଥମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୯୨ ରନ ସଂଗ୍ରହ କରିଥିଲେ। ସେହିପରି ଲାହିରୁ ଥିରିମାନେ ୨୫, ସୁରଙ୍ଗା ଲାକମଲ ଅପରାଜିତ ୧୫, ଇସୁରୁ ଉଡ଼ାନା ୧୦ ରନ କରିଥିବା ବେଳେ ବାକି ୬ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଅଫ୍‌ସ୍ପିନର ମହମ୍ମଦ ନବୀ ସର୍ବାଧିକ ୪, ଦଲତ ଜଡ୍ରାନ ଓ ରସିଦ୍‌ ଖାଁ ଦୁଇଟି ଲେଖାଏ, ହମିଦ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ଅଲଆଉଟ
(କୁଶଲ ପେରେରା- ୭୮, କରୁଣାରତ୍ନେ- ୩୦, ଥିରିମାନେ- ୨୫, ନବି- ୪/୩୦, ଜଡ୍ରାନ- ୨/୩୪, ରସିଦ- ୨/୧୭)।
ଆଫଗାନିସ୍ତାନ ୩୨.୪ ଓଭରରେ ୧୫୨ ଅଲଆଉଟ୍‌
(ଜଡ୍ରାନ- ୪୩, ଜାଜାଇ- ୩୦, ଗୁଲବଦିନ- ୨୩, ପ୍ରଦୀପ- ୪/୩୧, ମାଲିଙ୍ଗା- ୩/୩୯)।


All Right Reserved By Dharitri.Com

Posted inଖେଳ View All

ଜିଏସ୍‌ ଲକ୍ଷ୍ମୀ ପ୍ରଥମ ମହିଳା ରେଫରି

ଦୁବାଇ,୧୧।୧୦:ପ୍ରଥମ ମହିଳା ରେଫରୀ ଭାବେ ଭାରତର ଜି.ଏସ୍‌. ଲକ୍ଷ୍ମୀ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଇଭେଣ୍ଟରେ ମ୍ୟାଚ୍‌ ପରିଚାଳନା କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଆଇସିସି...

୫୦୦ ହଜାର ଡଲାର ଦାନ କଲେ ଲୁଇସ ହାମିଲଟନ

ଲଣ୍ଡନ,୧୦।୧- ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ୬ ଥର ଫର୍ମୁଲା ଓ୍ବାନ୍‌ ବିଶ୍ୱ...

ସାଙ୍ଗଙ୍କ ସହ ଫାର୍ମ ହାଉସରେ ସମୟ ବିତାଇଲେ ଧୋନୀ

ରାଞ୍ଚତ୍, ୧୧।୧୧- କ୍ରିକେଟ୍‌ରୁ ଦୂରେଇ ରହିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ତେବେ ଧୋନୀ ଏହି ସମୟକୁ...

ପ୍ରଥମ ରାଉଣ୍ଡରୁ ପ୍ରଜନେଶଙ୍କ ବିଦାୟ

ଲଣ୍ଡନ, ୧।୭ (ପି.ଟି.)- ଭାରତର ଟପ୍‌ ସିଡ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରମ ଏଠାରେ ଚାଲିଥିବା ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ର ପ୍ରଥମ...

କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା

ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍‌...

ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ...

ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ

ଲଣ୍ଡନ, ୨୫।୪ (ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ ରହିଛି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ...

ସାନିଆଙ୍କ ଫଟୋ ହେଲେ ପି.ଟି. ଉଷାଙ୍କ ନାମ

ନୂଆଦିଲ୍ଲୀ,୩୦।୮: ଆମ ଦେଶରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ହୋଇଥିବା ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ଏଠାରେ...

Leave a comment

Your email address will not be published. Required fields are marked *