ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୪୦ହଜାର କୋଟି

ନୂଆଦିଲ୍ଲୀ,୫-୬: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ପୁନଃପୁଞ୍ଜିକରଣ ବାବଦରେ ଦେଇପାରେ। ଋଣ ବିତରଣକୁ ଅଧିକ ସୁଦୃଢ କରିବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଋଣ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏଭଳି ଏକ ଯୋଜନା ସମ୍ପର୍କରେ ବିଚାର କରୁଛନ୍ତି। ସେ କହିଛନ୍ତି ଯେ, ଏହି ପୁଞ୍ଜି ଯୋଗୁ ଋଣ ପ୍ରଦାନ ସହଜ ହେବ ଏବଂ କେତେକ ଦୁର୍ବଳ ବ୍ୟାଙ୍କ ନିୟାମକୀୟ ନିୟମ ପାଳନ କରିପାରିବେ। ପ୍ରାୟ ୫ ବ୍ୟାଙ୍କ ଅଦ୍ୟାବଧି ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ) ଅଧୀନରେ ରହିଛି। ସରକାର ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ।


All Right Reserved By Dharitri.Com

ଆର୍‌ବିଆଇର ବଳକା ଅର୍ଥ ପ୍ରଦାନ; ଜଲାନ କମିଟିରେ ହେଉନି ସହମତି

ନୂଆଦିଲ୍ଲୀ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବଳକା ଅର୍ଥ ପ୍ରଦାନକୁ ନେଇ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଗଠିତ ୬ ଜଣିଆ ବିମଳ ଜଲାନ କମିଟିରେ ସହମତି ପ୍ରକାଶ...

ମାନ୍ଦାବସ୍ଥା: କେରଳ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ

ତିରୁଭାନନ୍ତପୁରମ୍‌,୧୮ା୯: ନିକଟରେ କେରଳର ସର୍ବବୃହତ୍‌ ପର୍ବ ଓଣମ୍‌ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

ଡ୍ରିମ୍ସ ସ୍ବୟଂଶାସିତ କଲେଜକୁ ଗାନ୍ଧୀ ସମ୍ମାନ

ଭୁବନେଶ୍ୱର,୧୫-୫: ଇଣ୍ଡିଆନ ସୋସାଇଟ ଫର ଟେକ୍ନିକାଲ ଏଜୁକେଶନ (ଆଇଏସ୍‌ଟିଇ) ପକ୍ଷରୁ ୨୦୧୮ ବର୍ଷ ପାଇଁ ଡ୍ରିମ୍ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟକୁ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଭାବେ...

ମର୍ଚ୍ଚାଣ୍ଟ ଖଣି ଲିଜ ବୃଦ୍ଧି ପ୍ରସ୍ତାବକୁ ଶିଳ୍ପର ବିରୋଧ

ନୂଆଦିଲ୍ଲୀ,୪-୬:ଅଣକ୍ୟାପ୍ଟିଭ ବା ମର୍ଚ୍ଚାଣ୍ଟ ଖଣିର ଲିଜ୍‌ ଅବଧି ବଢାଇବା ଲାଗି ଖଣିଜ ସଂଘ ଫିମି ପକ୍ଷରୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗକୁ ଦିଆଯାଇଥିବା ପ୍ରସ୍ତାବକୁ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ନିୟମ କୋହଳ

ମୁମ୍ବାଇ,୭-୮: ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ (ଜନଧନ ଆକାଉଣ୍ଟଧାରୀ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା...

୧୧ବର୍ଷର ସର୍ବନିମ୍ନ ସ୍ତରରେ ୟୁଆନ

ନୂଆଦିଲ୍ଲୀ,୨୭-୮: ଆମେରିକା ସହ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ କାରଣରୁ ଚାଇନାର ମୁଦ୍ରା ୟୁଆନ ସୋମବାର ଡଲାର ମୁକାବିଲାରେ ୧୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି।...

ରାଜ୍ୟଗୁଡିକୁ ଚିଠି ଲେଖିଲା ଶିଶୁ ଅଧିକାର ସଂସ୍ଥା: ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବିକ୍ରି ବନ୍ଦ କର

ନୂଆଦିଲ୍ଲୀ,୨୮-୪: ଶିଶୁ ଉତ୍ପାଦ ତିଆରିରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ଜନସନ ଆଣ୍ଡ ଜନସନର ଭାରତରେ ଅଡୁଆ ବଢ଼ିବାରେ ଲାଗିଛି।  କମ୍ପାନୀ ଦ୍ୱାରା ପ୍ରସ୍ତୁତ...

ବଜାରରେ ସୋନିଅର୍‌ ପ୍ଲାଏ ଉଡ୍‌

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ସୋନିଅର୍‌ ପ୍ଲାଏ ଉଡ୍‌ର କଟକଠାରେ ବଜାର ପ୍ରବେଶ ହୋଇଛି। ଗତ ୩୦ ବର୍ଷ ଧରି କମ୍ପାନୀ ଗ୍ରାହକଙ୍କୁ ଏହାର ପ୍ରଡକ୍ଟ ଯୋଗାଇ ଆସୁଛୁ।...

Leave a comment

Your email address will not be published. Required fields are marked *