ଡିଜିପିଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୋଲିସବାବୁ : ଅନ୍ୟର ଜାଗାରେ ଚଳାଇଛନ୍ତି ଘର ନିର୍ମାଣ

ଭୁବନେଶ୍ୱର,୪।୨(ବ୍ୟୁରୋ): ଅନ୍ୟକୁ ନ୍ୟାୟ ଦେବା ପାଇଁ ପୋଲିସ ପୋଷାକ ପିନ୍ଧିଥିବା ଜଣେ ଅଧିକାରୀ ନିଜେ ଅନ୍ୟାୟର ରାସ୍ତା ଧରିଛନ୍ତି। ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅନ୍ତର୍ଗତ ନଖରା ଗ୍ରାମରେ ଅନ୍ୟର ୨୦୦ ବର୍ଗଫୁଟ ଜମି ଜବରଦସ୍ତ ଦଖଲ କରି ଘର ନିର୍ମାଣ କରୁଛନ୍ତି। ଏଭଳି ଅନ୍ୟାୟର ଶିକାର ଜମିମାଲିକ ଅନ୍ତର୍ଯ୍ୟାମୀ ସାହୁ ଏବଂ ଯଶୋବନ୍ତ ସାହୁ ଥାନା ସମେତ ଡିସିପି, ସିପି ଓ ଡିଜିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିଜିପି ନିର୍ମାଣ କାମ ବନ୍ଦ କରିବାକୁ ବାଲିଆନ୍ତା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଡିସିପିଙ୍କ କୋର୍ଟ ଉକ୍ତ ଜାଗା ଉପରେ ୧୪୪ ଧାରା ଜାରି କରି କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୋଲିସ ବାବୁଜଣକ ତାହାକୁ ଖାତିର ନ କରି ନିର୍ମାଣ କାମ ଚଳାଇଛନ୍ତି। ଏନେଇ ଅନ୍ତର୍ଯ୍ୟାମୀ ପୁଣି ସୋମବାର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। କାମ ବନ୍ଦ କରିବାକୁ ଡିସିପି ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଅନ୍ତର୍ଯ୍ୟାମୀ କହିଛନ୍ତି। ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ରାଉତ କହିଛନ୍ତି ଯେ, ଆମେ କାମ ବନ୍ଦ କରାଇଥିଲୁ। ତଥାପି ସେ ଏହାକୁ ମାନୁନାହାନ୍ତି। ଆମର ଯେତିକି କ୍ଷମତା ତାହା ଲଗାଇ ସାରିଛୁ ବୋଲି ରାଉତ କହିଛନ୍ତି।


All Right Reserved By Dharitri.Com

ମିଳିତ ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା

ଛତ୍ରପୁର,୩ା୩(ଡି.ଏନ.ଏ.) ମାସର ପ୍ରଥମ ସୋମବାର ଛତ୍ରପୁରଠାରେ ଜିଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି ା କେବଳ ଛତ୍ରପୁର ସବଡିଭିଜନ...

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଥଖଳାରେ ରଥକାଠ ଅନୁକୂଳ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୬।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଗୁରୁବାର ମନ୍ଦିର ସନ୍ନିକଟ ରଥଖଳାରେ ରଥକାଠ ଅନୁକୂଳ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ପ୍ରାତଃରୁ ଶ୍ରୀଜୀଉଙ୍କ...

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ କଇଠଡାର ଡାକ୍ତର...

CORONAVIRUS UPDATE: ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଛୁଇଁଲା୧୨୮

ଭୁବନେଶ୍ୱର,୩୦।୪:(ବ୍ୟୁରୋ)- ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ୩ ପଜିଟିଭ୍...

ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ୫ରୁ ନୃତ୍ୟ, ସଙ୍ଗୀତର ମହାକୁମ୍ଭ

ଭୁବନେଶ୍ୱର,୨୭।୮(ବ୍ୟୁରୋ):ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’ ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ୭ଦିନ...

୫-ଟି ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ: କଡ଼ାକଡ଼ି ଯାଞ୍ଚ ହେବ ଶିକ୍ଷକଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୫-ଟି ଅଧୀନକୁ ଆସିଛି। ଏନେଇ ବିଭାଗ ପକ୍ଷରୁ ୧୭ ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡ଼ାଲ ଅଫିସର ନିଯୁକ୍ତ...

ଅବେବସ୍‌ତା ଘେରରେ ହାଟପଦାପଡା ସ୍କୁଲ:ବଖ୍‌ରେ ଘରେ ୯୨ ଛାତ୍ରୀଛତ୍ରକଁର ପାଠ୍‌ପଢ଼ା

ଲାଠୋର, ୯ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ହାଟପଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଲୟ ଅବେବସ୍‌ତା ଘେରରେ ରହିଛେ। ଇଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ...

Leave a comment

Your email address will not be published. Required fields are marked *