କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ

ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ ପାଖେ କରୋନା ଭୂତାଣୁ ପଜିଟିଭ ଥିବା ଦେଖାଯାଇଥିବା ବେଳେ ଏବେ ଚାଇନା ବାହାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ଫିଲିପାଇନ୍ସରେ ଜଣେ ବ୍ୟକ୍ତିଙ୍କର କରୋନା ଭୂତାଣୁରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ହଂକଂରେ ଅନ୍ୟଜଣେ ବ୍ୟକ୍ତିଙ୍କର ଏହି କରୋନା ଭୂତାଣୁରେ ମୃତ୍ୟୁ ହୋଇଥିବା କୁହାଯାଉଛି। ବ୍ୟକ୍ତି ଜଣଙ୍କ ଗତ ଜାନୁୟାରୀରେ ଚାଇନାର ଉହାନ ସହରରୁ ହଂକଂ ଫେରିଥିଲେ। ସୂଚନାଯୋଗ୍ୟ, ଏବେ ଚାଇନାରେ ଏହି କରୋନା ଭୂତାଣୁ ସଂକ୍ରମଣରେ ପ୍ରାୟ୪୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହା ପ୍ରଥମେ ଗତବର୍ଷ ଡିସେମ୍ବରରେ ଉହାନ ସହରରେ ଦେଖାଯାଇଥିଲା।


All Right Reserved By Dharitri.Com

ଜି-୭ ସମ୍ମିଳନୀ: କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବନି ଆମେରିକା

ବିଆରିଜ୍‌,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଫ୍ରାନ୍ସ ପହଞ୍ଚିଛନ୍ତି। ସୋମବାର ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ୍‌...

ପାକିସ୍ତାନ ଜେଲ୍‌ରେ ୨୬୧ ଭାରତୀୟ ବନ୍ଦୀ

ଇସ୍‌ଲାମାବାଦ୍‌,୨ା୭(ପି.ଟି.): ପାକିସ୍ତାନ ଜେଲ୍‌ରେ ଏବେ ୨୬୧ ଭାରତୀୟ ବନ୍ଦୀ ଅଛନ୍ତି। ସୋମବାର ପାକିସ୍ତାନ ପକ୍ଷରୁ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତାଲିକା ହସ୍ତାନ୍ତର କରାଯାଇଛି। ପାକିସ୍ତାନର...

କରୋନା ମୃତ୍ୟୁ ସଂଖ୍ୟା ୧୭ ୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର

ବେଜିଂ,୧୭।୨: ଚାଇନାରେ କରୋନା ମହାମାରୀ ଥମିବାର ନା ଧରୁନି। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୧୭୬୫ରେ ପହଞ୍ଚିଥିବା ଚାଇନା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଦେଶର...

କୋକେନ୍‌ ପାଇଁ ମଝି ଆକଶରେ ମୃତ୍ୟୁ

ମେକ୍ସିକୋ ସିଟି,୨୮।୫: ଜାପାନର ଜଣେ ୪୨ ବର୍ଷୀୟ ଯୁବକ ପାକସ୍ଥଳୀ ଓ ଖାଦ୍ୟନଳୀର ତଳଭାଗରେ ୨୪୬ ପ୍ୟାକେଟ କୋକେନ୍‌ ନେଇ ବିମାନ ଯାତ୍ରା କରୁଥିବା ବେଳେ...

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ...

ଭିଟାମାଟି ଛାଡ଼ିଛନ୍ତି ୭ କୋଟି ଶରଣାର୍ଥୀ: ନ ମିଳିଲେ ଶରଣ ହଜାର ହଜାର ବାଳିକା ଚୋରା ଚାଲାଣ ହେବା ଆଶଙ୍କା

ଜେନେଭା,୧୨।୩: ପୃଥିବୀରେ ଶରଣାର୍ଥୀଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। ସମ୍ପ୍ରତି ବିଭିନ୍ନ ଦେଶରେ ୭ କୋଟିରୁ ଅଧିକ ଶରଣାର୍ଥୀ ରହିଛନ୍ତି। ଗୃହଯୁଦ୍ଧ, ଆତଙ୍କବାଦ ଅବା ଅନ୍ୟ...

ନୀଳ ଆଲୋକରେ ଚମକିଲା ସମୁଦ୍ର ଜୁଆର: ଲକ୍‌ ଡାଉନ୍‌କୁ ଖାତିର ନ କରି ଭିଡ଼ ଜମାଇଲେ ଲୋକେ

ମେକ୍ସିକୋ ସିଟି,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀର ବହୁ ଦେଶରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏପରିସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି।...

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କଲା ଚାଇନା

ବେଜିଂ,୪।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନାରେ ଏବେ ପ୍ରାୟ ୬୦ ହଜାର ଲୋକଙ୍କ ଜୀବନ...

Leave a comment

Your email address will not be published. Required fields are marked *